ETV Bharat / bharat

ଭାରତ ଯୋଡ ଯାତ୍ରାରେ ପାକ ସମର୍ଥିତ ନାରା, କଂଗ୍ରେସ IT ମୁଖ୍ୟ ବିରୋଧରେ ଏତଲା

author img

By

Published : Nov 28, 2022, 9:43 AM IST

ଭାରତ ଯୋଡ ଯାତ୍ରାରେ ଦିଆଯାଉଛି ପାକିସ୍ତାନ ସମର୍ଥିତ ନାରା । ବିଜେପିର ଅଭିଯୋଗ ପରେ କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ଓ ଆଇଟି ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ । ଅଧିକ ପଢନ୍ତୁ

ଭାରତ ଯୋଡ ଯାତ୍ରାରେ ପାକ ସମର୍ଥିତ ନାରା ଦେଉଛି କଂଗ୍ରେସ
ଭାରତ ଯୋଡ ଯାତ୍ରାରେ ପାକ ସମର୍ଥିତ ନାରା ଦେଉଛି କଂଗ୍ରେସ

ଭୋପାଳ: ମଧ୍ୟପ୍ରଦେଶରେ ଜାରି ରହିଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ଭାରତ ଯୋଡ ଯାତ୍ରା ସମୟରେ ପାକିସ୍ତାନ ସମର୍ଥିତ ନାରା ଦିଆଯାଇଥିବା ଅଭିଯୋଗ ଆଣିଲା ବିଜେପି । ଏନେଇ ମଧ୍ୟପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ପୀୟୁଷ ବାବେଲେ ଏବଂ ଆଇଟି ମୁଖ୍ୟ ଅଭୟ ତିୱାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ବିଜେପି ରାଜ୍ୟ ମୁଖପାତ୍ର ପଙ୍କଜ ଚର୍ତୁବେଦୀ ଏବଂ ସହ ଗଣମାଧ୍ୟମ ଦାୟିତ୍ୱରେ ଥିବା ନରେନ୍ଦ୍ର ଶିବାଜୀ ପଟେଲ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଅଭିଯୋଗରେ ଦର୍ଶାଯାଇଛି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କମଲ ନାଥ ଏବଂ ପୁରା କଂଗ୍ରେସ ଦଳ ଭାରତ ଯୋଡ ଯାତ୍ରା ମାଧ୍ୟମରେ ଦେଶ ବିରୋଧୀ କାର୍ଯ୍ୟକଳାପର ସଂଗଠନ କରିଛନ୍ତି । ଦେଶର ଶାନ୍ତି ଭଙ୍ଗ କରିବା ପାଇଁ ଯାତ୍ରାରେ 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ-ସରିଲା କ୍ବାରେଣ୍ଟାଇନ, ବଡ ଏନକ୍ଲୋଜରକୁ 2 ମାଈ ଚିତାଙ୍କୁ ଛାଡିଲା ବନବିଭାଗ

ଏନେଇ ବିଜେପି ନେତା ଲୋକେଶ ପରାଶର ଏକ ଭିଡିଓ ସେୟାର କରିଥିଲେ । ଏହା ପୂର୍ବରୁ ଗତ ଶୁକ୍ରବାର ଛତିଶଗଡର କଂଗ୍ରେସ କାର୍ଯ୍ୟକର୍ତ୍ତା ଆଇନଜୀବୀ ଅଙ୍କିତ ମିଶ୍ରା ବିଜେପି ନେତା ଲୋକେନ୍ଦ୍ର ପରାଶରଙ୍କ ବିରୋଧରେ ଏତଲା ଦେଇଥିଲେ । ଏଥିରେ ଏହି ଭିଡିଓକୁ ଭୁଲ ଭାବରେ ଦର୍ଶାଇ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି । ଏନେଇ ସିଭିଲ୍ ଲାଇନ୍ ସିଏସପି ବିରେନ୍ଦ୍ର ଚର୍ତୁବେଦୀ କହିଛନ୍ତି ଯେ, ''ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩ (ଏ) ଏବଂ ୧୨୦(ବି) ଓ ଅନ୍ୟ ସମ୍ବନ୍ଧିତ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି ''।

ସୂଚନା ଥାଉକି, ଗତ ନଭେମ୍ବର 26ରେ ଭାରତୀୟ ଜନତା ପାର୍ଟିର ନେତାମାନେ ଅଭିଯୋଗ କରିଥିଲେ ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡ ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆୟାଉଛି । ମଧ୍ୟପ୍ରଦେଶର ଖର୍ଗୋନ ଠାରେ ଭାରତ ଯୋଡ ଯାତ୍ରା ସମୟରେ କଂଗ୍ରେସ ନେତା ମାନେ ଏପରି ସ୍ଲୋଗାନ ଦେଇଛନ୍ତି । ଯାହାର ଏକ ଭିଡିଓ ମଧ୍ୟ ସେୟାର କରାଯାଇଥିଲା । ଜାରି ହୋଇଥିବା ଭିଡିଓକୁ ନେଇ ବିଜେପି ଉପରେ ତୀବ୍ର ବର୍ଷିଥିଲା କଂଗ୍ରେସ । ସେପଟେ ବିଜେପିର ଅଭିଯୋଗକୁ ଅସ୍ବୀକାର କରିବା ସବ ରାହୁଲ ଗାନ୍ଧୀଙ୍କୁ ବଦନାମ କରିବାକୁ ବିଜେପିର ଏହା ଷଡଯନ୍ତ୍ର ବୋଲି କହିଛି କଂଗ୍ରେସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.