ETV Bharat / bharat

Bharat jodo yatra in JK: ସାମିଲ ହେବା ପାଇଁ ବସରେ ଲଖନପୁର ଯାତ୍ରା କଲେ ଫାରୁକ ଅବଦୁଲ୍ଲା, 30ରେ ଉଦଯାପନୀ ସମାରୋହ

author img

By

Published : Jan 19, 2023, 10:47 PM IST

କାଶ୍ମୀରରେ ଜାରି ରହିଛି ଭାରତ ଯୋଡୋ ଯାତ୍ରା । ଜାନୁଆରୀ 30 ତାରିଖରେ ମହାତ୍ମା ଗାନ୍ଧୀଙ୍କ 74ତମ ପୁଣ୍ୟତିଥିରେ ହେବ ଉଦଯାପନୀ ସମାରୋହ । ସମର୍ଥକଙ୍କ ସହ ସାମିଲ ହେଲେ ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା । ଅଧିକ ପଢନ୍ତୁ

କାଶ୍ମୀରରେ ଜାରି ରହିଛି ଭାରତ ଯୋଡୋ ଯାତ୍ରା
କାଶ୍ମୀରରେ ଜାରି ରହିଛି ଭାରତ ଯୋଡୋ ଯାତ୍ରା

ଶ୍ରୀନଗର: ଅନ୍ତିମ ରାଜ୍ୟ ଭାବେ କାଶ୍ମୀରରେ ପ୍ରବେଶ କରିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ତେବେ ରାହୁଲଙ୍କ ସହ ସାମିଲ ହେବା ପାଇଁ ବାହାରିଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫେରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା । ଅବଦୁଲ୍ଲା ତାଙ୍କର ବହୁ ବରିଷ୍ଠ କର୍ମକର୍ତ୍ତା ତଥା ସହଯୋଗୀଙ୍କୁ ସାଙ୍ଗରେ ଧରି ଲଖନପୁର ଅଭିମୁଖେ ଏକ ବସରେ ଯାତ୍ରା କରିଛନ୍ତି ।

ଭାରତ ଯୋଡୋ ଯାତ୍ରା ଏବେ କାଶ୍ମୀରର ଲଖନପୁରରେ ପହଞ୍ଚିଛି । ସେଠାରେ ଫାରୁକ ରାହୁଲଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ଥିଲା । ସେଥିପାଇଁ ଏକ ବସ୍‌ରେ ଫାରୁକ ନିଜ ସହଯୋଗୀଙ୍କ ସହ ଜମ୍ମୁୁରୁ ଯାତ୍ରା ଆରମ୍ଭ କରିଥିଲେ । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା ତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହା ଜାନୁଆରୀ 30 ତାରିଖରେ କାଶ୍ମୀରରେ ଶେଷ ହେବ । ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରାୟ 21 ବିଜେପି ବିରୋଧୀ ଦଳର ନେତାଙ୍କୁ ସାମିଲ ହେବା ପାଇଁ କଂଗ୍ରେସ ଚଠି ଲେଖି ନିମନ୍ତ୍ରଣ କରିଥିଲା । କାଶ୍ମୀରରେ ଯାତ୍ରା ପ୍ରବେଶ ପୂର୍ବରୁ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ତଥା ଅନ୍ୟଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ଚିଠି ଲେଖି ଯାତ୍ରାରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ । ତେବେ ଫାରୁକ ସାମିଲ ହେବା ନେଇ ପୂର୍ବରୂ ସୂଚନା ଦେଇସାରିଥିଲା ବେଳେ ଆଜି ସେ କାଶ୍ମୀରରେ ସାମିଲ ମଧ୍ୟ ହୋଇଛନ୍ତି ।

ଚଳିତ ମାସ 30 ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 74ତମ ପୁଣ୍ୟତିଥିରେ ଏହି ଭାରତ ଯୋଡୋ ଯାତ୍ରା କାଶ୍ମୀରରେ ଶେଷ ହେବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି 21 ଦଳର ନେତାଙ୍କୁ ଚିଠି ଲେଖି ଆନୁଷ୍ଠାନିକ ଭାବେ ଭାରତ ଯୋଡ ଯାତ୍ରାର ଉଦଯାପନୀ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ । ଚିଠିରେ ଏହି ଯାତ୍ରା ଦେଶରେ ଏକତା, ସମାନତା ଓ ସମାଜରେ ସଂହତି ବୃଦ୍ଧି କରିବାରେ ପ୍ରଭାବୀ ଭାବେ କାର୍ଯ୍ୟ କରିଥିବା ଖଡଗେ ଚିଠିରେ ଉଲ୍ଲେଖ କରିଥିଲେ । କଂଗ୍ରେସ ଦ୍ବାରା ନିମନ୍ତ୍ରିତ ହୋଇଥିବା ପାର୍ଟି ମଧ୍ୟରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, JDU, ସିପିଏମ୍, ରାଷ୍ଟ୍ରୀୟ ଜନତା ଦଳ, ତେଲୁଗୁ ଦେଶମ ପାର୍ଟି, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ପ୍ରମୁଖ ରହିଛନ୍ତି ।

ସେପ୍ଟେମ୍ବର 7ରେ କନ୍ୟାକୁମାରୀରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ଶେଷ ରାଜ୍ୟ ଭାବେ କାଶ୍ମୀରରେ ପହଞ୍ଚିଛି । ଜାନୁଆରୀ 30 ତାରିଖରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ 74ତମ ପୁଣ୍ୟତିଥିରେ ଏହି ଯାତ୍ରା କାଶ୍ମୀରରେ ସମାପିତ ହେବାକୁ କାର୍ଯ୍ୟସୂଚୀ ସ୍ଥିର କରିଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.