ETV Bharat / bharat

Farooq Abdullah on Ram: ‘ରାମ କେବଳ ହିନ୍ଦୁଙ୍କ ନୁହେଁ ସମସ୍ତଙ୍କର ଭଗବାନ’

author img

By

Published : Mar 24, 2023, 9:34 AM IST

ଭଗବାନ ଶ୍ରୀରାମଙ୍କୁ ନେଇ ବିଜେପିକୁ ଟାର୍ଗେଟ କଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା । କଣ କହିଲେ ପଢନ୍ତୁ

Farooq Abdullah on Ram
Farooq Abdullah on Ram

ଶ୍ରୀନଗର: ରାମ ମନ୍ଦିର ସହ ଭଗବାନ ରାମଙ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି । ଭାଜପାକୁ ଟାର୍ଗେଟ କଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସମ୍ମିଳନୀର ସଭାପତି ଫାରୁକ ଅବଦୁଲ୍ଲା । ସେ ଗତକାଲି(ଗୁରୁବାର) ଦେଇଥିବା ବୟାନ ଉପରେ ଏବେ ଚର୍ଚ୍ଚା ଜାରି ରହିଛି । ସେ ଗୁରୁବାର ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ, ବିଜେପି କେବଳ କ୍ଷମତାରେ ରହିବା ପାଇଁ ପ୍ରଭୁ ରାମଙ୍କର ବ୍ୟବହାର କରୁଛି, କିନ୍ତୁ ରାମ କେବଳ ହିନ୍ଦୁଙ୍କର ନୁହନ୍ତି ।

  • #WATCH भगवान राम सिर्फ हिंदूओं के भगवान नहीं सबके भगवान हैं। जैसे अल्लाह सिर्फ मुसलमानों का नहीं सबका रब है.. ये लोग जो राम के पूजारी बनकर आते हैं वो राम को बेचना चाहते हैं। इन्हें राम से नहीं हुकूमत से मोहब्बत है: नेशनल कॉन्फ्रेंस प्रमुख फ़ारुख़ अब्दुल्ला pic.twitter.com/c3eAyaIDFs

    — ANI_HindiNews (@AHindinews) March 23, 2023 " class="align-text-top noRightClick twitterSection" data=" ">

ପାନ୍ଥର୍ସ ପାର୍ଟି ଦ୍ବାରା ଉଦ୍ଧମପୁରରେ ଆୟୋଜିତ କରାଯାଇଥିଲା ଏକ ରାଲିରେ ଅବଦୁଲ୍ଲା କହିଥିଲେ,"ରାମ କେବଳ ହିନ୍ଦୁମାନଙ୍କ ଭଗବାନ ନୁହନ୍ତି । ଦୟାକରି ଏହି ଧାରଣାକୁ ମନକୁ ହଟାଇ ଦିଅନ୍ତୁ । ରାମଙ୍କ ଉପରେ ବିଶ୍ବାସ ରଖୁଥିବା ସମସ୍ତଙ୍କର ଭଗବାନ ହେଉଛନ୍ତି ପ୍ରଭୁ ଶ୍ରୀରାମ । ସେ ମୁସଲମାନ ହୁଅନ୍ତୁ କି ଖ୍ରୀଷ୍ଟିଆନ, ଆମେରିକୀୟ ହୁଅନ୍ତୁ କି ଋଷୀୟ । ରାମଙ୍କୁ ବିଶ୍ବାସ କରୁଥିବା ସମସ୍ତ ଭକ୍ତଙ୍କ ଭଗବାନ ହେଉଛନ୍ତି ରାମ ।"

ନିର୍ବାଚନ ସମୟରେ ପ୍ରତିଷ୍ଠା ହେବ ରାମ ମନ୍ଦିର: ଏନସିର ମୁଖ୍ୟ ଫାରୁକ ଅବଦୁଲ୍ଲା କହିବା ଅନୁସାରେ, "ଯେଉଁମାନେ ଆପଣଙ୍କ ପାଖକୁ ଆସି କହନ୍ତି ଆମେ ହିଁ ରାମଙ୍କର ଭକ୍ତ, ପ୍ରକୃତରେ ସେମାନେ ମୁର୍ଖ ଅଟନ୍ତି । ସେମାନେ ରାମଙ୍କ ନାମରେ ଲାଭ ଉଠାଇବା ପାଇଁ ଚାହଁଛନ୍ତି । ସେମାନେ ରାମଙ୍କୁ ଭଲ ପାଆନ୍ତି ନାହିଁ କେବଳ ପଦବୀ ଦରକାର । ମୋତେ ଲାଗୁଛି ଯେତେବେଳେ ଜମ୍ମୁକାଶ୍ମୀରରେ ନିର୍ବାଚନ ନେଇ ଘୋଷଣା ହେବ, ସେତେବେଳେ ବିଜେପି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାମ ମନ୍ଦିର ପ୍ରତିଷ୍ଠା କରିବ ।"

ଏହା ମଧ୍ୟ ପଢନ୍ତୁ: ଶ୍ରୀରାମଙ୍କ ପ୍ରତି ଗହଣା କାରିଗରଙ୍କ ଅପାର ଭକ୍ତି, ଖାଣ୍ଟି ରୂପାରେ ତିଆରି କଲେ ଅବିକଳ ଅଯୋଧ୍ୟା ରାମ ମନ୍ଦିର

ସାଧାରଣ ଜନତାଙ୍କ ପାଇଁ ସମସ୍ତ ବିପକ୍ଷ ଦଳ ଏକାଠି ହେବେ: ଭାରତୀୟ ଜନତା ପାର୍ଟିର ଏକତାକୁ ନେଇ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା କହିଛନ୍ତି, "ଆମର ଏକତାରେ କୌଣସି ପ୍ରତିବନ୍ଧକ ଆସିବ ନାହିଁ । ପାନ୍ଥର୍ସ ପାର୍ଟି କେବଳ ସାଧାରଣ ଲୋକଙ୍କ ପାଇଁ ଲଢିବୁ ଏବଂ ମରିବୁ । କିନ୍ତୁ ଆମେ ସର୍ବଦା ଏକଜୁଟ ହୋଇ ରହିବୁ ।"

ତେବେ ଫରୁକ ଇଲେକ୍ଟ୍ରୋନିକ୍ସ ମେସିନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ନିର୍ବାଚନ ସମୟରେ ଏହାର ବ୍ୟବହାରକୁ ନେଇ ଲୋକଙ୍କୁ ସେ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.