ETV Bharat / bharat

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ନର୍ବାଚନ କମିଶନଙ୍କ ନୋଟିସ

author img

By ETV Bharat Odisha Team

Published : Oct 27, 2023, 6:51 AM IST

‘ଆକବର’ ମନ୍ତବ୍ୟ ପାଇଁ ହିମନ୍ତ ବିଶ୍ବଶର୍ମାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ । ଛତିଶଗଡରେ ପ୍ରଚାର ବେଳେ ମନ୍ତବ୍ୟକୁ ନେଇ ଅଭିଯୋଗ କରିଥିଲା କଂଗ୍ରେସ । ଅଧିକ ପଢନ୍ତୁ

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ନର୍ବାଚନ କମିଶନଙ୍କ ନୋଟିସ
ଆସାମ ମୁଖ୍ୟମନ୍ତ୍ରୀଙ୍କୁ ନର୍ବାଚନ କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡ଼ରେ ନିର୍ବାଚନ ପ୍ରଚାର ବେଳେ ସାମ୍ପ୍ରଦାୟିକ ମନ୍ତବ୍ୟ ଦେବା ଅଭିଯୋଗରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଅକ୍ଟୋବର 18 ତାରିଖରେ ନିର୍ବାଚନୀ ରାଜ୍ୟ ଛତିଶଗ଼ଡରେ ଦଳ ପାଇଁ ନିର୍ବାଚନ ପ୍ରଚାର କରିବା ବେଳେ ବିଶ୍ବଶର୍ମା ସମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ କଂଗ୍ରେସ ସମେତ କିଛି ବିରୋଧୀ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହା ପରେ ବିଶ୍ବଶର୍ମାଙ୍କୁ ନିର୍ବାଚନ କମିଶନ କାରଣ ଦର୍ଶାଓ ନୋଟିସ ଜାରି କରିଛନ୍ତି ।

ଚଳିତ ମାସ 18 ତାରିଖରେ ଛତିଛଗଡ଼ରେ ଦଳ ପକ୍ଷରୁ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ନିର୍ଦ୍ଦିଷ୍ଟ ଦଳକୁ ସମାଲୋଚନା କରିବାକୁ ଯାଇ ମୋଗଲ ଶାସକ ଆକବରଙ୍କ ଉଦାହରଣ ଦେଇଥିଲେ ବିଶ୍ବଶର୍ମା । ତେବେ ଏହା ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା । ଏହି ଆଚରଣ 1951 ଜନପ୍ରତିନିଧି ଆକ୍ଟର ଉଲଙ୍ଘନ ବୋଲି ଦର୍ଶାଯାଇ ଅଭିଯୋଗ ହୋଇଥିଲା । ଏହାକୁ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲଙ୍ଘନ ଦର୍ଶାଇ କଂଗ୍ରେସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କ ନାମରେ ଅଭିଯୋଗ କରିଥିଲା । ଏହାପରେ ତାଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଜେପିକୁ ଟାର୍ଗେଟ କରିବାକୁ ଯାଇ ଟ୍ରୋଲ ହେଲେ ଦିଦି, କହିଲେ ମହମ୍ମଦ ବିନ ତୋଗଲକ ଦିଲ୍ଲୀରୁ କୋଲକାତାକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ

ଦୁଇ ପର୍ଯ୍ୟାୟରେ ନର୍ବାଚନ ହେବାକୁ ଥିବା ଛତିଶଗଡ଼ରେ ବର୍ତ୍ତମାନ ବିଜେପି ନେତାମାନେ ପ୍ରଚାର ଜାରି ରଖିଛନ୍ତି । ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ 40 ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଉତ୍ତରପୂର୍ବରେ ଦଳର ବରିଷ୍ଠ ଚେହେରା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାମ ମଧ୍ୟ ରହିଛି ।

ମୋଟ 90 ଆସନ ବିଶିଷ୍ଟ ଏହି କଂଗ୍ରେସ ଶାସିତ ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17ରେ ଭୋଟିଂ ହେବାକୁ ଥିବା ବେଳେ ଡିସେମ୍ବର 3ରେ ଜନାଦେଶ ପ୍ରକାଶ ପାଇବ । 2018 ନିର୍ବାଚନରେ କଂଗ୍ରେସ ଏଠାରେ ସରକାର ଗଠନ କରିଥିଲା । ମୋଟ 90 ଆସନରୁ 68 ଆସନରେ ହାତେଇଥିଲା କଂଗ୍ରେସ । ବିଜେପିକୁ ମାତ୍ର 15ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ଚଳିତ ଥର ମଧ୍ୟ କଂଗ୍ରେସ କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ଥିବା ବେଳେ କ୍ଷମତା ଛଡ଼ାଇ ନେବାକୁ ବିଜେପି ଅଣ୍ଟା ଭିଡ଼ିଛି । ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ 40 ଷ୍ଟାର ପ୍ରଚାରକଙ୍କ ନାମ ଦଳ ଘୋଷଣା କରିଛି । ବିଜେପି ନେତାମାନେ ରାଜ୍ୟରେ ପ୍ରଚାର ଆରମ୍ଭ କରିଦେଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.