ETV Bharat / bharat

Assembly poll: ୫ ରାଜ୍ୟ ପାଇଁ ୧୫ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ

author img

By

Published : Feb 1, 2022, 9:45 PM IST

୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିଯୁକ୍ତ ହେଲେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ । ୧୫ ବରିଷ୍ଠ ସର୍ବଭାରତୀୟ ଅଧିକାରୀଙ୍କୁ ଦାୟିତ୍ବ ଦେଲେ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

assembly poll: ୫ ରାଜ୍ୟ ପାଇଁ ୧୫ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
assembly poll: ୫ ରାଜ୍ୟ ପାଇଁ ୧୫ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପାଇଁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ କମିଶନ । ୧୫ ଜଣ ବରିଷ୍ଠ ସର୍ବଭାରତୀୟ ଅଧିକାରୀଙ୍କୁ ଏହିି ପର୍ଯ୍ୟବେକ୍ଷଣ ଦାୟିତ୍ବରେ ନିଯୁକ୍ତ କରାଯାଇଛି । ଭାରତୀୟ ନିର୍ବାଚନ ଆୟୋଗ ଆଜି ନବନିଯୁକ୍ତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ସହ ଏକ ସଂକ୍ଷିପ୍ତ ବୈଠକର ଆୟୋଜନ କରିବା ସହ ବିଭିନ୍ନ ଆହ୍ବାନ ନେଇ ଆଲୋଚନା ମଧ୍ୟ କରିଛନ୍ତି ।

ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ରାଜ୍ୟଗୁଡ଼ିକରେ ନିର୍ବାଚନ ସମୟରେ କରାଯାଉଥିବା ସମସ୍ତ ପ୍ରକ୍ରିୟାର ତଦାରଖ କରିବେ । ଭୋଟର ହେଲ୍ପଲାଇନ ଇତ୍ୟାଦି ଦ୍ୱାରା ପ୍ରାପ୍ତ ଇଣ୍ଟେଲିଜେନ୍ସ ଇନପୁଟ ଏବଂ ସାଧାାରଣ ମତଦାତାଙ୍କ ଅଭିଯୋଗକୁ ଆଧାର କରି ନିର୍ବାଚନରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରିବେ । ସେହିପରି ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଆଚରଣବିଧି ଉଲଙ୍ଘନ ହେଉଥିଲେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ପକ୍ଷରୁ ଅଧିକାରୀମାନଙ୍କୁ କ୍ଷମତା ମଧ୍ୟ ପ୍ରଦାନ କରାଯାଇଛି ।

ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ର କହିଛନ୍ତି ଯେ, ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନଙ୍କୁ ନିୟୋଜିତ କରିବାର ପ୍ରାଥମିକ ତଥା ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ କଳକୁ ନିୟନ୍ତ୍ରଣ,ନିରପେକ୍ଷ, ପ୍ରୋତ୍ସାହନ ମୁକ୍ତ, ଶାନ୍ତିପୂର୍ଣ୍ଣ ଏବଂ କୋଭିଡ୍ ଗାଇଡଲାଇନ ସୁରକ୍ଷିତ ନିର୍ବାଚନ ସୁନିଶ୍ଚିତ କରିବା । ସ୍ବତନ୍ତ୍ର ପର୍ଯ୍ୟବେକ୍ଷକମାନେ ଏଥିପ୍ରତି ସଜାଗ ରହିବା ଆବଶ୍ୟକ । ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ଆୟୋଗର ପ୍ରତିନିଧି ଭାବେ କାର୍ଯ୍ୟ କରିବେ ଏହି ଅଧିକାରୀମାନେ ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ନିର୍ବାଚନରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଭୋଟରଙ୍କୁ ଏକ ସମସ୍ୟା ମୁକ୍ତ ମତଦାନ ଅଭିଜ୍ଞତା ପ୍ରଦାନ କରିବାକୁ ଚାହୁଁଛି ECI । ବିଶେଷ ଭାବରେ ଭିନ୍ନକ୍ଷମଙ୍କ ପାଇଁ ନିଶ୍ଚିତ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକ ତଥା 80 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଭୋଟରଙ୍କ ପାଇଁ ଡାକ ବାଲାଟ୍ ବ୍ୟବସ୍ଥା ପ୍ରଚଳିତ କରିବା ଇତ୍ୟାଦି କାର୍ଯ୍ୟକ୍ରମ ମାନ ଚଳିତବର୍ଷ ହାତକୁ ନିଆଯାଇଛି । ଏସବୁକୁ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକମାନେ ଆୟୋଗର ପ୍ରତିନିଧି ସ୍ବରୂପ କାର୍ଯ୍ୟ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.