ETV Bharat / bharat

ବେଶ୍ୟାଳୟରେ ରେଡ୍ ସମୟରେ ଗିରଫ ହେବେନି ଯୌନକର୍ମୀ

author img

By

Published : Jun 19, 2022, 12:05 PM IST

ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବେଶ୍ୟାଳୟରେ ଚଢାଉ ସମୟରେ ଗିରଫ ହେବେନାହିଁ ଯୌନକର୍ମୀ । ଅଧିକ ପଢନ୍ତୁ

ରେଡ୍ ସମୟରେ ଗିରଫ ହେବେନି ଯୌନକର୍ମୀ
ରେଡ୍ ସମୟରେ ଗିରଫ ହେବେନି ଯୌନକର୍ମୀ

ଚେନ୍ନାଇ: ବେଶ୍ୟାଳୟରେ ଚଢାଉ ବେଳେ ଗିରଫ ହେବେନି ଯୌନକର୍ମୀ । ପୋଲିସ ଯେତେବେଳେ ବେଶ୍ୟାଳୟ ଉପରେ ଚଢାଉ କରିବ, ସେଠାରେ ଥିବା ଯୋନକର୍ମୀଙ୍କୁ ଗିରଫ ଏବଂ ଦଣ୍ଡିତ କରିବା ଅନୁଚିତ୍ । ଏହି ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଯୌନକର୍ମୀଙ୍କ ଗିରଫକୁ ବେଆଇନ ବୋଲି କହିଥିଲେ । ଏହାକୁ ଦୋହରାଇ ମାଡ୍ରାସ ହାଇକୋର୍ଟ କହିଛନ୍ତି, ପୋଲିସ ଯୌନକର୍ମୀଙ୍କୁ ଗିରଫ, ଦଣ୍ଡିତ କିମ୍ବା ଦୁର୍ବ୍ୟବହାର କରିପାରିବ ନାହିଁ । ବେଶ୍ୟାବୃତ୍ତିରେ ସମ୍ପୃକ୍ତ ଯୌନକର୍ମୀଙ୍କ ସ୍ବାଭାବିକ ନାଗରିକଙ୍କ ପରି ସୁରକ୍ଷା ଓ ମର୍ଯ୍ୟାଦାର ସହ ଜୀବନ ଧାରଣ କରିବା ପାଇଁ ଅଧିକାର ରହିଛି ।

ସୂଚନା ଅନୁଯାୟୀ, ତାମିଲନାଡୁ ଚିନ୍ତାଦ୍ରିପେଟ ଠାରେ ସ୍ଥିତ ଏକ ମସାଜ ସେଣ୍ଟରରେ ବେଶ୍ୟାବୃତ୍ତି ଚାଲିଥିଲା । ଏହି ସମୟରେ ପୋଲିସ ଚଢାଉ କରି ଯୌନକର୍ମୀଙ୍କ ସହ ସେଠାରେ ଉପସ୍ଥିତ ଥିବା ଉଦୟକୁମାର ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଉଦୟକୁମାର ହିଁ ବେଶ୍ୟାଳୟ ଚଳାଉଥିବାର ଅଭିଯୋଗ ଆଣି ମାମଲା ରୁଜୁ କରିଥିଲା ପୋଲିସ । ଏନେଇ ସମ୍ପୃକ୍ତ ବ୍ୟକ୍ତି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ ଯେ, ବେଶ୍ୟାବୃତ୍ତି କରିବା ଅପରାଧ ନୁହେଁ, ବରଂ ବେଶ୍ୟାଳୟ ଚଳାଇବା ଅପରାଧ । ଯୌନକର୍ମୀ ନିଜ ଇଚ୍ଛାରେ ଏହି ବୃତ୍ତିରେ ନିୟୋଜିତ ହୋଇଛନ୍ତି । ତେଣୁ ଏହା ବେଆଇନ ନୁହେଁ । ପୋଲିସ ରେଡ୍ ଦିନ ଆବେଦନକାରୀ(ଉଦୟକୁମାର) କେବଳ ସେହି ସ୍ଥାନରେ ଉପସ୍ଥିତ ଥିଲେ । ଅନ୍ୟ କୌଣସି ଅପରାଧିକ କାର୍ଯ୍ୟରେ ସେ ଲିପ୍ତ ଥିବାର କୌଣସି ପ୍ରମାଣ ନାହିଁ । ଏହି ଦୃଷ୍ଟିରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆଇନସଙ୍ଗତ ନୁହେଁ । ଏହିସବୁ ଘଟଣାକୁ ବିଚାରକୁ ନେଇ ହାଇକୋର୍ଟ ଆବେଦନକାରୀଙ୍କ ବିରୁଦ୍ଧରେ ରୁଜୁ ମାମଲା ଖାରଜ କରିଦେଇଛନ୍ତି ।

ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି, ଆବେଦନକାରୀ ବେଶ୍ୟାବୃତ୍ତି ପାଇଁ ଯୌନକର୍ମୀଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ବାଧ୍ୟ କରିନଥିଲେ । ତେଣୁ ତାଙ୍କୁ ଦଣ୍ଡିତ କରାଯାଇପାରିବ ନାହିଁ । ସେହିପରି ବେଶ୍ୟାଳୟରେ ଚଢାଉ ସମୟରେ ପୋଲିସ କୌଣସି ଯୌନକର୍ମୀଙ୍କୁ ମଧ୍ୟ ଗିରଫ କରାଯିବା ଅନୁଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.