ETV Bharat / bharat

ବିମାନରେ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ, ବାତିଲ ହେଲା ଯାତ୍ରା

author img

By ETV Bharat Odisha Team

Published : Sep 22, 2023, 2:58 PM IST

ଉଡାଣ ପୂର୍ବରୁ ବିମାନରେ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ । ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

Air India Express flight
Air India Express flight

ବେଙ୍ଗାଲୁରୁ: ଏୟାର ଇଣ୍ଡିଆ ବିମାନରେ କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ । ଉଡାଣ ପୂର୍ବରୁ ଯାତ୍ରୀ ଜଣଙ୍କୁ ବିମାନରୁ ବାହାର କରି ଦେଲେ ଅଧିକାରୀ । ବେଙ୍ଗାଲୁରୁ ବିମାନ ବନ୍ଦରରେ ଏପରି ଘଟଣା ଘଟିଥିବା ଜଣାପଡିଛି । ବେଙ୍ଗାଲୁରୁରୁ ଗୋଆ ଅଭିମୁଖେ ଉଡାଣ କରିବାକୁ ଥିବା ବିମାନରେ ଯାତ୍ରୀ ଜଣଙ୍କ କ୍ରୁ ମେମ୍ବରକୁ ଦୁର୍ବ୍ୟବହାର କରିଥିଲେ। ଏନେଇ ଯାତ୍ରୀଙ୍କ ବିରୋଧରେ ବେଙ୍ଗାଲୁରୁ ବିମାନବନ୍ଦର ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି ।

ଏନେଇ ଏୟାରଲାଇନ ମୁଖପାତ୍ର କହିଛନ୍ତି ଯେ, ବେଙ୍ଗାଲୁରୁରୁ ଗୋଆ ଅଭିମୁଖେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଯାତ୍ରା ଆରମ୍ଭ କରିବାକୁ ଥିବା ବେଳେ ଜଣେ ଯାତ୍ରୀ ଆମ କ୍ୟାବିନ କ୍ରୁଙ୍କୁ ଖରାପ ବ୍ୟବହାର କରିଥିଲେ । ଏନେଇ ଅଭିଯୋଗ ଆସିବା ପରେ ତାଙ୍କୁ ବିମାନରୁ ବାହାର କରାଯାଇଥିଲା । ଏହାପରେ ତାଙ୍କ ବିରୋଧରେ ବେଙ୍ଗାଲୁରୁ ବିମାନବନ୍ଦର ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ଆମେ ବିମାନ କ୍ରୁ ମେମ୍ବର ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେଉ । ନିୟମାବଳୀ ଅନୁଯାୟୀ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିମାନ ମଧ୍ୟରେ ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କୁ କ୍ଷତି ପହଞ୍ଚାଇବା ପରି କାର୍ଯ୍ୟ କଲେ ତାହାକୁ କେବେ ଗ୍ରହଣ କରାଯିବ ନାହିଁ ।

ଏହା ମଧ୍ୟ ପଢନ୍ତୁ-ଇଣ୍ଡିଗୋ ଏୟାର ହୋଷ୍ଟେସ୍‌ଙ୍କୁ ଦୁର୍ବ୍ୟବହାର : ଜଣେ ବିଦେଶୀ ନାଗରିକ ଗିରଫ

ଗତ ଅଗଷ୍ଟ ମାସରେ ମାଲଦ୍ବୀପରୁ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ 2 ମହିଳା କ୍ରୁ' ସଦସ୍ୟଙ୍କୁ ଜଣେ ବିଦେଶୀ ନାଗରିକ ଦୁର୍ବ୍ୟବହାର କରିଥିଲେ । ବେଙ୍ଗାଲୁରୁରେ ବିମାନ ଅବତରଣ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ପୋଲିସ । ଅଭିଯୁକ୍ତ ଜଣକ ବିଦେଶୀ ନାଗରିକ ହୋଇଥିବା ସୂଚନା ମିଳିଥିଲା । ବିମାନଟି ଉଡୁଥିବା ସମୟରେ ମାଲଦ୍ବୀପର ଅହମ୍ମଦ ନାମକ ଯାତ୍ରୀ 2 ଜଣ ମହିଳା କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିଲେ । ଆକ୍ରମ ଅହମ୍ମଦ ଜଣେ ମହିଳା କ୍ରୁ' ସଦସ୍ୟଙ୍କୁ ବିଦେଶୀ ମଦ ଏବଂ କାଜୁ ଆଣିବା ପାଇଁ ଅର୍ଡର ଦେଇଥିଲେ । ଏୟାର୍ ହୋଷ୍ଟେସ ଜଣକ ଆକ୍ରମଙ୍କୁ ବିଦେଶୀ ମଦ ଏବଂ କାଜୁ ଯୋଗାଇ ଦେଇଥିଲେ । ଏହି ସମୟରେ ବ୍ୟକ୍ତି ଜଣକ ଏୟାର୍ ହୋଷ୍ଟେସଙ୍କୁ ଦୁର୍ବ୍ୟବହାର କରିଥିଲେ । ଏୟାର୍ ହୋଷ୍ଟେସ୍‌ଙ୍କୁ ଆପତ୍ତିଜନକ ଇଙ୍ଗିତ କରିବା ସହ ଟଙ୍କା ଯାଚିଥିଲେ । ଏହା ପରେ ଅନ୍ୟ ଜଣେ ଏୟାର୍ ହୋଷ୍ଟେସଙ୍କୁ ମଧ୍ୟ ଖରାପ ବ୍ଯବହାର କରିଥିଲେ ।

ଗତ ସେପ୍ଟେମ୍ବର 16 ତାରିଖରେ ଇଣ୍ଡିଗୋ ବିମାନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଲକ୍ଷ୍ନୌରୁ ଆବୁଧାବି ଅଭିମୁଖେ ଯାତ୍ରା କରିଥିଲା ଇଣ୍ଡିଗୋ ବିମାନ । ଏଥିରେ 155 ଜଣ ଯାତ୍ରୀ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.