ETV Bharat / bharat

ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଆତଙ୍କ

author img

By

Published : Oct 14, 2022, 10:42 AM IST

Updated : Oct 14, 2022, 11:06 AM IST

ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ଆତଙ୍କ । ଯାଞ୍ଚରୁ କିଛି ମିଳିନଥିବା ସୂଚନା । ଅଧିକ ପଢନ୍ତୁ

ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଆତଙ୍କ
ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ବିମାନରେ ବୋମା ଆତଙ୍କ । ଗତକାଲି ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ଥିବାର ଖବର ମିଳିଥିଲା(bomb threat on flight from Moscow) । ଗତକାଲି ବିଳମ୍ବିତ ରାତିରେ ଏନେଇ ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା । ଏହି କଲ୍ ପରେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (Indira Gandhi International Airport)ରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିଲା । ଏୟାରପୋର୍ଟରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ପୁରା ବିମାନର ଯାଞ୍ଚ କରାଯାଇଥିଲା । ତେବେ ବିମାନରେ କୌଣସି ବୋମା ନଥିବା ଯାଞ୍ଚରୁ ଜଣାପଡିଛି । ଏହି ଘଟଣା ଅଧିକ ତଦନ୍ତ ଜାରି ରହିଛି ।

ପୋଲିସର ସୂଚନା ମୁତାବକ,''ଗତକାଲି ରାତି ୧୧ଟା ୧୫ ସମୟରେ ମସ୍କୋରୁ ଦିଲ୍ଲୀ ଆସୁଥିବା ଏସୟୁ୨୩୨ ବିମାନରେ ବୋମା ଥିବାର ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା । ଏହି ଖବର ମିଳିବା ପରେ ପୁରା ବିମାନ ବନ୍ଦରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ବିମାନରେ ମୋଟ ୩୮୬ ଯାତ୍ରୀ ଓ ୧୬ ଜଣ କ୍ରୁ ମେମ୍ବର ଥିଲେ । ସକାଳ ୩ଟା ୨୦ ସମୟରେ ଏହା ଦିଲ୍ଲୀ ଏୟାରପୋର୍ଟରେ ଅବତରଣ କରିଥିଲା । ବିମାନ ରନୱେ ୨୯ରେ ଅବତରଣ କରିବା ପରେ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତଲାସି ଆରମ୍ଭ କରିଥିଲେ । ମାତ୍ର ବିମାନରୁ କୌଣସି ବୋମା ମିଳିନଥିଲା ।''

ଏହାମଧ୍ୟ ପଢନ୍ତୁ: ଉନ୍ନା-ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ତେବେ ବିମାନରେ ଏଭଳି ବୋମା ଧମକ ମିଳିବା ପ୍ରଥମ ଘଟଣା ନୁହେଁ । ଅନେକ ସମୟରେ ବୋମା ଥିବାର ମିଥ୍ୟା ଖବର ଆସୁଛି । ଗତ ସେପ୍ଟେମ୍ବର ୧୦ରେ ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବାର କଲ୍ ଆସିଥିଲା । ଏହି ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସି ଗୁଡିକ ହାଇଆଲର୍ଟରେ ରହିଥିଲେ ।

Last Updated : Oct 14, 2022, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.