ETV Bharat / bharat

ଦିଲ୍ଲୀ ବିମାନବନ୍ଦରରେ ଲାଗିଲା କଣ୍ଟାକ୍ଟଲେସ ଇ-ବୋର୍ଡିଂ ଗେଟ

author img

By

Published : Dec 13, 2021, 7:33 PM IST

ଦିଲ୍ଲୀ ବିମାନବନ୍ଦରରେ ଅତ୍ୟାଧୁନିକ ବ୍ୟବସ୍ଥା । ଲାଗିଲା କଣ୍ଟାକ୍ଟଲେସ ଇ-ବୋର୍ଡିଂ ଗେଟ । ବିନା ସ୍ପର୍ଶରେ ଯାତ୍ରୀ ପାଇପାରିବେ ବୋର୍ଡିଂ ପାସ । ସଂକ୍ରମଣ ଆଶଙ୍କା ହ୍ରାସ ପାଇବା ସହ ସହଜ ହେବ ପ୍ରକ୍ରିୟା । ଅଧିକ ପଢନ୍ତୁ

ଦିଲ୍ଲୀ ବିମାନବନ୍ଦରରେ ଲାଗିଲା କଣ୍ଟାକ୍ଟଲେସ ଇ-ବୋର୍ଡିଂ ଗେଟ
ଦିଲ୍ଲୀ ବିମାନବନ୍ଦରରେ ଲାଗିଲା କଣ୍ଟାକ୍ଟଲେସ ଇ-ବୋର୍ଡିଂ ଗେଟ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଲାଗିଲା ଇ-ବୋର୍ଡିଂ ଗେଟ । ଏହି ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥା ବିମାନବନ୍ଦରର ସମସ୍ତ 3ଟି ଟର୍ମିନାଲର ଡିପାଚର ଗେଟରେ କାର୍ଯ୍ୟକ୍ଷମ କରାଯାଇଛି । ଯାହା ଫଳରେ କଣ୍ଟାକ୍ଟଲେସ ଭାବେ ମଧ୍ୟ ଯାତ୍ରୀମାନେ ସହଜରେ ସେମାନଙ୍କର ବୋର୍ଡିଂ ପାସ ପାଇପାରିବେ । କୋଭିଡ ସଂକ୍ରମଣ ସମୟରେ ଏହି ସ୍ମାର୍ଟ ବ୍ୟବସ୍ଥା ଯାତ୍ରୀଙ୍କ ବୋର୍ଡିଂ ପାସ ପ୍ରସ୍ତୁତ ପ୍ରକ୍ରିୟାକୁ ସହଜ କରିବା ସହ ସଂକ୍ରମଣ ବଢିବା ଆଶଙ୍କାକୁ ମଧ୍ୟ ହ୍ରାସ କରିବ ।

ଏହି ଅତ୍ୟାଧୁନିକ ଗେଟରେ ସ୍କାନର ବ୍ୟବସ୍ଥା କରାଯାଇଛି। ଫଳରେ ଅନ୍ୟ କୌଣସି କର୍ମଚାରୀଙ୍କ ବିନା ସହାୟତାରେ ଯାତ୍ରୀମାନେ ସେମାନଙ୍କ ବୋର୍ଡିଂ ପାସ ସଂଗ୍ରହ କରିପାରିବେ । ଏହି ଗେଟ ମଧ୍ୟ ଦେଇ ଯାତ୍ରୀମାନେ କେବଳ ସେମାନଙ୍କ ହ୍ୟାଣ୍ଡବ୍ୟାଗ ଧରି ପ୍ରବେଶ କରିପାରିବେ । ଏହି ସ୍ପର୍ଶ ବିହୀନ ସ୍ମାର୍ଟ ବ୍ୟବସ୍ଥା ଯାତ୍ରୀ ଓ ବିମାନ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ କଥାବାର୍ତ୍ତା ଓ କଣ୍ଟାକ୍ଟକୁ ହ୍ରାସ କରିବା ଫଳରେ ସଂକ୍ରମଣ ଆଶଙ୍କା ମଧ୍ୟ ହ୍ରାସ ପାଇବ । ସେହିପରି ଏହି ବ୍ୟବସ୍ଥା ବୋର୍ଡିଂ ପାସ ସଂଗ୍ରହ ସମୟରେ ମଧ୍ୟ ପୂର୍ବାପେକ୍ଷା କମ ସମୟ ଲାଗିବ ବୋଲି କହିଛି ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ।

ବର୍ତ୍ତମାନ ବିଶ୍ବରେ ପୁଣି ଥରେ କୋଭିଡର ଭୟ ଖେଳାଇଥିବା ଓମିକ୍ରନ ଭ୍ୟାରିଏଣ୍ଟ ଚିହ୍ନଟ ହେବା ପରେ ବିମାନ ଯୋଗେ ଦେଶ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବାରେ ଲାଗିଛି । ସେହିକ୍ରମରେ ସେହିପରି ଏହି ବ୍ୟବସ୍ଥା ଫଳରେ ସାମାନ୍ୟ ଆଶ୍ବସ୍ତି ମିଳିବା ନେଇ କହିଛନ୍ତି ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.