ETV Bharat / bharat

ହାଇକୋର୍ଟରେ ଧୋନିଙ୍କ ବିରୋଧରେ ମାନହାନୀ ମାମଲା

author img

By ETV Bharat Odisha Team

Published : Jan 17, 2024, 8:59 AM IST

Defamation suit filed against Dhoni: ଦିଲ୍ଲୀ ହାଇକୋର୍ଟରେ ଧୋନିଙ୍କ ବିରୋଧରେ ମାନହାନୀ ମାମଲା । ଏହି ମାମଲା ଦାୟର କରିଛନ୍ତି ତାଙ୍କର ପୂର୍ବତନ ବିଜନେସ ପାର୍ଟନର । ଅଧିକ ପଢନ୍ତୁ

Defamation suit filed against Dhoni
ଧୋନିଙ୍କ ବିରୋଧରେ ମାନହାନୀ ମାମଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ମାନହାନୀ ମାମଲା । ଧୋନିଙ୍କ ଦୁଇ ଜଣ ପୂର୍ବ ବ୍ୟବସାୟିକ ପାର୍ଟନର ଦିଲ୍ଲୀ ହାଇକୋର୍ଟରେ ଏହି ମାନହାନୀ ମାମଲା ଦାୟର କରିଛନ୍ତି । ଆସନ୍ତା ୧୮ ତାରିଖରେ ଏହି ମାମଲାର ଶୁଣାଣି ହେବ । କହିରଖୁଛୁ କି, କିଛି ଦିନ ତଳେ ଧୋନି ନିଜର ବ୍ୟବସାୟିକ ପାର୍ଟନର ମିହିର ଦିୱାକର ଓ ତାଙ୍କର ପତ୍ନୀ ସୌମ୍ୟା ଦାସଙ୍କ ବିରୋଧରେ ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଧୋନିଙ୍କ ଏହି ଅପମାନଜନକ ଅଭିଯୋଗ ଯୋଗୁଁ ହୋଇଥିବା କ୍ଷତିର ଭରଣା ଏବଂ ସୋସିଆଲ ମିଡିଆ ଓ ଗଣାମଧ୍ୟମରେ ସେମାନଙ୍କୁ ବଦନାମ କରିବା ଭଳି ପ୍ରକାଶିତ ହେଉଥିବା ଖବର ଉପରେ ରୋକ ଲଗାଇବାକୁ ବ୍ୟବସାୟୀ ମହିରି ଏବଂ ତାଙ୍କର ପତ୍ନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ପ୍ରତିଭା ଏମ ସିଂହ ଆସନ୍ତା ୧୮ ତାରିଖରେ ଏହି ମାନହାନୀ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି । ତେବେ ବ୍ୟବସାୟୀ ଦମ୍ପତି ଅଭିଯୋଗ କରିଛନ୍ତି ଯେ, ଧୋନିଙ୍କ ଦ୍ବାରା କରାଯାଇଥିବା ମିଥ୍ୟା ଅଭିଯୋଗ ଯୋଗୁଁ ସେମାନଙ୍କର ପ୍ରତିଷ୍ଠା ଉପରେ ଆଞ୍ଚ ଆସିଛି । ଧୋନି ସେମାନଙ୍କ ବିରୋଧରେ ୧୫ କୋଟି ଟଙ୍କା ଠକେଇ ସହ ୨୦୧୭ ଚୁକ୍ତିର ଉଲ୍ଲଙ୍ଘନ ଅଭିଯୋଗ କରିଛନ୍ତି । ଏହା ଉପରେ ରୋକ୍ ଲଗାଇବାକୁ ମିହିର ଏବଂ ତାଙ୍କର ପତ୍ନୀ କୋର୍ଟରେ ଆବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 15 କୋଟି ଟଙ୍କା ଠକେଇର ଶିକାର ହେଲେ ଧୋନି

ସୂଚନା ଥାଉକି, ନିକଟରେ ମହେନ୍ଦ୍ର ସିଂ ଧୋନି ତାଙ୍କର ପୂର୍ବତନ ବ୍ୟବସାୟିକ ପାର୍ଟନର ମିହିର ଦିୱାକର ଦାସ ଓ ପତ୍ନୀଙ୍କ ବିରୋଧରେ ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ କରିଥିଲେ । କ୍ରିକେଟ ଏକାଡେମୀ ପ୍ରତିଷ୍ଠା ପାଇଁ ୨୦୧୭ ମସିହାରେ ଧୋନି ଓ ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡ କମ୍ପାନୀର ଅଧିକାରୀ ଦିୱାକର ଦମ୍ପତିଙ୍କ ମଧ୍ୟରେ ଏକ ଡିଲ୍ ହୋଇଥିଲା । ଡିଲ୍ ଅନୁଯାୟୀ, ଆର୍କା ସ୍ପୋର୍ଟ୍ସ ଫ୍ରାଞ୍ଚାଇଜ ଫି' ଓ ଲାଭ ଟଙ୍କା ଧୋନିଙ୍କ ସେୟାର କରିବାର ଥିଲା । ହେଲେ ପର ମୁହୂର୍ତ୍ତରେ କମ୍ପାନୀ ଏହି ନିୟମକୁ ଉଲ୍ଲଙ୍ଘନ କରିଥିଲା । ଫଳରେ ଧୋନିଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିଥିଲା । ଏନେଇ ଅନେକ ଥର ଧୋନି ନୋଟିସ୍ ମଧ୍ୟ ଜାରି କରିଥିଲେ । ଶେଷରେ ଠକେଇ ଅଭିଯୋଗ ଆଣି ସେ ରାଞ୍ଚି କୋର୍ଟରେ ମହିରି ଦିୱାକର ଏବଂ ସୌମ୍ୟାଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.