ETV Bharat / bharat

Cyclone Biparjoy: ଗୁଜୁରାଟ ମୁହାଁ ବାତ୍ୟା ବିପର୍ଯ୍ୟୟ, ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ

author img

By

Published : Jun 15, 2023, 8:09 AM IST

Updated : Jun 15, 2023, 8:51 AM IST

ଗୁଜୁରାଟ ଆଡକୁ ମାଡିଆସୁଛି ବାତ୍ୟା ବିପର୍ଯ୍ୟୟ । ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଲ୍ୟାଣ୍ଡଫଲ କରିବା ସମ୍ଭାବନା । ଅଧିକ ପଢନ୍ତୁ

Cyclone Biparjoy
Cyclone Biparjoy

ଗାନ୍ଧୀନଗର: ଭୟଙ୍କର ରୂପ ନେଇ ଗୁଜୁରାଟ ତଟ ଆଡକୁ ମାଡିଆସୁଛି ବାତ୍ୟା ବିପର୍ଯ୍ୟୟ । ଆଜି(ଗୁରୁବାର) ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଭୀଷଣ ବାତ୍ୟା କଚ୍ଛ ଜିଲ୍ଲା ଜଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୨୫ରୁ ୧୩୫ କିଲୋମିଟର ରହିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି, ରାତି ସାଢେ ୨ଟା ସୁଦ୍ଧା ବାତ୍ୟା ଜଖାଉ ବନ୍ଦର ଠାରୁ ପ୍ରାୟ ୨୦୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରିତ ଥିଲା । ଏହି ଭୟଙ୍କର ବାତ୍ୟା ବିଶେଷ କ୍ଷୟକ୍ଷତି ଘଟାଇବା ନେଇ ଆକଳନ କରାଯାଉଥିବା ବେଳେ ଉପକୂଳିଆ ଅଞ୍ଚଳରୁ ସ୍ଥାନନ୍ତରଣ କାର୍ଯ୍ୟ ଜୋରଦାର ଚାଲିଛି ।

ବାତ୍ୟାରେ ଜିରୋ କାଜୁଆଲିଟି ସୁନିଶ୍ଚିତ କରିବା ପାଇଁ ଆଜି ସକାଳୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ସ୍ଥାନାନ୍ତରଣ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି । ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାରୁ ଅଦ୍ୟାବିଧି ୭୪ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନନ୍ତରିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତ୍ତି ଜାରି ହୋଇଛି । ବାତ୍ୟାର ମୁକାବିଲା ପାଇଁ NDRF ଟିମ୍ ସହ ଭାରତୀୟ ସେନା ମଧ୍ୟ ସଜାଗ ରହିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ସେନାର ମୁଖ୍ୟଙ୍କ ସହ କଥା ହୋଇଛନ୍ତି ଏବଂ ବାତ୍ୟାର ମୁକାବିଲା ପାଇଁ କିଭଳି ପ୍ରସ୍ତୁତି ଚାଲିଛି ସେନେଇ ସମୀକ୍ଷା ବୈଠକ କରିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ସଶସ୍ତ୍ର ବାହାନୀ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ବାତ୍ୟା ମାଣ୍ଡଭି ଓ କରାଚି ମଧ୍ୟରେ ଥିବା ଜଖାଉ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସୌରାଷ୍ଟ୍ର ଓ କଚ୍ଛ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହୁଛି । ପାଣିପାଗ ବିଭାଗ ଗୁଜୁରାଟ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ, ଡାମନ ଡିୟୁ, ଲକ୍ଷାଦ୍ବୀପ, ଦାଦ୍ରାନଗର ହାବେଳି ପାଇଁ ସତର୍କ ସୂଚନା ଜାରି କରିଛି । ଗୁଜୁରାଟର ଅଧିକାଂଶ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ପବନ ଜାରି ରହିଛି । ବାତ୍ୟା ପ୍ରଭାବରେ କଚ୍ଛ, ଦେବଭୂମି ଦ୍ବାରକା, ଜାମନଗରରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ଜାହାଜ ସହ ପ୍ରସ୍ତୁତ ନୌସେନା: ଭାରତୀୟ ନୌସେନା ବୁଧବାର କହିଛି ଯେ, ବାତ୍ୟା ମୁକାବିଲାରେ ସହାୟତା ପାଇଁ ଚାରୋଟି ନୌସେନା ଜାହାଜ ପ୍ରସ୍ତୁତ ରଖାଯାଇଛି । ସୂଚନା ମିଳିବା ମାତ୍ରେ ଏହାକୁ ନିୟୋଜିତ କରାଯିବ । ଏହାବ୍ୟତୀତ ପୋରବନ୍ଦର, ଓଖାରେ ପାଞ୍ଚଟି ରିଲିଫ ଟିମ୍ ମୁତୟନ କରାଯାଇଛି । ଭଲସୁରାରେ ୧୫ଟି ରିଲିଫ ଟିମ୍ ସହୟତା ପାଇଁ ସଜାଗ ରହିଛି । ସେହିପରି ଗୋଆ ସ୍ଥିତ ଭାରତୀୟ ନୌସେନା ବାହିନୀର ଏୟାର ଷ୍ଟେସନ ଆଇଏନଏସ ହଂସ ଓ ମୁମ୍ବାଇର ଆଇଏନଏସ ଶିକରାରେ ଥିବା ହେଲିକପ୍ଟର ଗୁଡିକ ଗୁଜୁରାଟ ଅଭିମୁଖ ତତ୍କାଳ ଉଡାଣ ଭରିଆ ପାଇଁ ପ୍ରସ୍ତୁତ ଅଛନ୍ତି ।

Last Updated : Jun 15, 2023, 8:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.