ETV Bharat / bharat

ତାଣ୍ଡବ ରଚୁଥିଲା ବିପର୍ଯ୍ୟୟ ଶୁଭିଥିଲା କୁଆଁ କୁଆଁ, ବାତ୍ୟା ସମୟରେ ଜନ୍ମ ନେଲେ 707 ଶିଶୁ

author img

By

Published : Jun 17, 2023, 7:32 AM IST

ବାତ୍ୟା ବିପର୍ଯ୍ୟୟ ସମୟରେ ଜନ୍ମ ନେଇଛନ୍ତି 700 ଶିଶୁ । ବିପର୍ଯ୍ୟୟର ତାଣ୍ଡବ ସମୟରେ ଶୁଭିଥିଲା କୁଆଁ କୁଆଁ ସ୍ବର । ଅଧିକ ପଢନ୍ତୁ

Bipar joy cyclone babies Born
Bipar joy cyclone babies Born

ଗାନ୍ଧୀନଗର: ସାଇଁ ସାଇଁ ବହୁଥିଲା ପବନ...ଢୁ ଢୁ କାଚୁଥିଲା ବର୍ଷା... ବାତ୍ୟା ବିପର୍ଯ୍ୟୟ ରଚୁଥିଲା ତାଣ୍ଡବ । ଭୟଙ୍କର ଗର୍ଜନ ମଧ୍ୟରେ ଶୁଭିଥିଲା କୁଆଁ କୁଆଁ ସ୍ବର । ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ସମୟରେ ଗୁଜୁରାଟରେ 707 ଶିଶୁ ଜନ୍ମ ହୋଇଥିବା ସୂଚନା ମିଳିଛି । ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଗର୍ଭବତୀ ମହିଳା ଶିଶୁ ଜନ୍ମ ଦେଇଥିଲେ । ବିପଦପୂର୍ଣ୍ଣ ସ୍ଥାନରୁ ଏମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

ବାତ୍ୟା ବିପର୍ଯ୍ୟକୁ ଦୃଷ୍ଟିରେ ରଖି 8ଟି ଜିଲ୍ଲାର ପ୍ରାୟ 1171 ଗର୍ଭବତୀ ମହିଳାଙ୍କ ମଧ୍ୟରୁ ସରକାର ପ୍ରାୟ 1152 ଜଣଙ୍କୁ ସ୍ଥାନାନ୍ତର କରିଥିଲେ । ସେଥିମଧ୍ୟରୁ 707 ମହିଳା ପ୍ରସବ କରିଥିବା ସରକାରୀ ସୁତ୍ରରୁ ଜଣାପଡିଛି । ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । କୁଚ୍ଛ ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନରୁ ସ୍ଥାନାନ୍ତର କରାଯାଇଥିଲା । ଏହି ଜିଲ୍ଲାରେ 348 ଜଣ ଶଶୁ ଜନ୍ମ ନେଇଛନ୍ତି । ସେହିପରି ରାଜକୋଟ ଓ ଦ୍ବାରକାରେ 93 ଜଣ ଶିଶୁ ଜନ୍ମ ନେଇଥିଲେ।

ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଗୁଜୁରାଟ ଡାକ୍ତରଖାନାରେ 707 ଶିଶୁଙ୍କୁ ସଫଳତାର ସହ ପ୍ରସବ କରାଯାଇଥିଲା । ଏଥିପାଇଁ ପୂର୍ବରୁ ମେଡିକାଲରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରସୂତିଙ୍କୁ ହସ୍ପିଟାଲ ନେବାକୁ 302 ସରକାରୀ ଯାନ ଏବଂ 202 ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟେକ ମେଡିକାଲରେ ଡାକ୍ତରୀ ଟିମ ସଜାଗ ରହିଥିଲେ ।

ଗୁରୁବାର ସନ୍ଧ୍ୟା 6.30ରେ କଚ୍ଛ ଜିଲ୍ଲାର ଜଖାଉ ବନ୍ଦରରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ବିପର୍ଯ୍ୟୟ। ଏହି ସମୟରେ ପବନର ବେଗ 125ରୁ 135 ରହିଥିଲା । ମଧ୍ୟରାତ୍ରି 12ଟା 30 ପର୍ଯ୍ୟନ୍ତ ଜାରି ରହିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ସାଇକ୍ଲୋନରେ କଚ୍ଛ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । କଚ୍ଛ ଅତିକ୍ରମ କରିବା ପରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥଲା । ଏହାସହିତ 140 କିମି ବେଗରେ ପବନ ବହିଥିଲା ।

ବିପର୍ଯ୍ୟୟ ପ୍ରଭାବରେ କଚ୍ଛ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । 71ଟି ଗୋରୁଗାଈଙ୍କର ମୃତ୍ୟୁ ହୋଇଥିବା ବେଳେ 3275 ବୃକ୍ଷ ମଧ୍ୟ ଉପୁଡି ପଡ଼ିଛି । ଗଛ ଗୁଡ଼ିକ ଉପୁଡିଯିବା ପରେ ରାସ୍ତା ଅବରୋଧ ହୋଇଥିବାରୁ ଏହାକୁ କାଟି ରାସ୍ତା ସଫା କରିଛନ୍ତି ଉଦ୍ଧାରକାରୀ ଟିମ । ସେହିପରି ରାଜ୍ୟରେ ବାତ୍ୟା ଯୋଗୁଁ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବାରୁ 4629 ଗ୍ରାମରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଏଯାବତ 3580 ଗ୍ରାମରେ ପୁନଃ ବିଦ୍ୟୁତ ସଂଯୋଗ ହୋଇସାରିଛି । ଏବେ ବି 1000 ଗ୍ରାମାଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ରହିଛି । ରିଷ୍ଟୋର କାମ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.