ETV Bharat / bharat

ଲାଲକିଲ୍ଲା ହିଂସା: ମୃତ କୃଷକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

author img

By

Published : Mar 6, 2021, 9:26 AM IST

ଲାଲକିଲ୍ଲା ହିଂସା ଘଟଣାରେ ଜଡିତ ତିନି ଭାଇଙ୍କୁ ନୋଟିସ ଜାରି କରାଯାଇଛି । ଯେଉଁଥିରେ ଜଣଙ୍କ ମୃତ୍ୟୁ ଗତ ବର୍ଷ ହୋଇଛି । ଅଧିକ ପଢନ୍ତୁ...

ମୃତ କୃଷକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ
ମୃତ କୃଷକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ କୃଷକଙ୍କ ଆନ୍ଦୋଳନ ଏକ ହିଂସାରେ ପରିଣତ ହୋଇଥିଲା । ଏହି ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସର ତଦନ୍ତ ଜାରି ରହିଛି । ଏନେଇ ପୋଲିସର ଏକ ଅଜବ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଯେଉଁଠି ହିଂସା କରିଥିବା ଅଭିଯୋଗରେ ଜଣେ ମୃତ କୃଷକଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଛି । ଉକ୍ତ କୃଷକ ଜଣକ ଗତ ବର୍ଷ ଡିସେମ୍ବରରେ ଦେହାନ୍ତ ହୋଇଥିଲା । ଚଳିତ ବର୍ଷ ଜାନୁଆରୀ 26 ସାଧାରଣତନ୍ତ୍ର ଦିବସରେ ହିଂସା ଘଟିଥିଲା ।

ମୃତ କୃଷକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ
ମୃତ କୃଷକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

ଦିଲ୍ଲୀ ପୋଲିସ ଅନୁସାରେ, ଲାଲକିଲ୍ଲା ହିଂସା ଘଟଣାରେ ଜଡିତ ତିନି ଭାଇଙ୍କୁ ନୋଟିସ ଜାରି କରାଯାଇଛି । ଫେବୃୟାରୀ 23ରେ ଜାଗିର ସିଂ, ସୁରଜିତ ସିଂ ଓ ଗୁରୁଚରଣ ସିଂଙ୍କୁ ଏହି ନୋଟିସ ଆସିଥିଲା । ତେବେ ନୋଟିସ ଜାରି ହୋଇଥିବା ଜାଗିର ସିଂଙ୍କ ମୃତ୍ୟୁ ହୋଇସାରିଛି । ଗତବର୍ଷ ଡିସେମ୍ବରରେ ତାଙ୍କର ଦେହାନ୍ତ ହୋଇଥିଲା । ସେପଟେ, ଦିଲ୍ଲୀ ପୋଲିସ ପକ୍ଷରୁ ଜାରି ହୋଇଥିବା ନୋଟିସ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାଉପରେ ନିଜର ସଫେଇ ଦେଇଛି ।

ମୃତ କୃଷକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ
ମୃତ କୃଷକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

ପୋଲିସ କହିବାନୁସାରେ, ପଞ୍ଜାବ ରେଜିଷ୍ଟରିଂ କର୍ତ୍ତୃପକ୍ଷଙ୍କ ଦ୍ବାରା ପରିଚାଳିତ ମାଲିକାନା ରେକର୍ଡ ଆଧାରରେ ଏହି ନୋଟିସ କରାଯାଇଥିଲା । ଟ୍ରାକ୍ଟର ନଂ PB 27 6306ର ଜାଗିର, ସୁରଜିତ ଓ ଗୁରୁଚରଣ ସିଂଙ୍କ ନାଁରେ ରହିଥିଲା । ଏହି ଟ୍ରାକ୍ଟର ହିଂସା ରାଲିରେ ସାମିଲ ଥିଲା । ଏହି ତିନି ଜଣ ପଞ୍ଜାବରୁ ଆସିଥିବାବେଳେ, ଟ୍ରାକ୍ଟର ରାଲି ପୂର୍ବରୁ ଆସି ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଧାରଣା ଦେଇଥିଲେ । ଆଇନ ପ୍ରତ୍ୟାହାର ଦାବି ଗତ ଗଣତନ୍ତ୍ର ଦିବସରେ ଟ୍ରାକ୍ଟିର ରାଲି କରିଥିଲେ । ଯାହା ପରବର୍ତ୍ତୀ ସମୟରେ ଆନ୍ଦୋଳନରତ ଚାଷୀମାନେ ଦିଲ୍ଲୀକୁ ଧସେଇ ପଶିବା ପରେ ଲାଲକିଲ୍ଲାରେ ହିଂସା ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.