ETV Bharat / bharat

Hijab controversy in Karnataka: ହିଜାବ ପିନ୍ଧି ବିଧାନସଭା ଗଲେ କଂଗ୍ରେସ ବିଧାୟିକା

author img

By

Published : Feb 14, 2022, 10:38 PM IST

କର୍ଣ୍ଣାଟକରେ ଲାଗି ରହିଥିବା ବିବାଦ ମଧ୍ୟରେ ହିଜାବ ବ୍ୟାନ ନିଷ୍ପତ୍ତିକୁ ଭିନ୍ନ ଢଙ୍ଗରେ ବିରୋଧ । ହିଜାବ ପିନ୍ଧି ବିଧାନସଭା ଗଲେ କଂଗ୍ରେସ ବିଧାୟିକା । ଅଧିକ ପଢନ୍ତୁ

Hijab controversy in karnataka: ହିଜାବ ପିନ୍ଧି ବିଧାନସଭା ଗଲେ କଂଗ୍ରେସ ବିଧାୟିକା
Hijab controversy in karnataka: ହିଜାବ ପିନ୍ଧି ବିଧାନସଭା ଗଲେ କଂଗ୍ରେସ ବିଧାୟିକା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜାରି ରହିଥିବା ହିଜାବ ବିବାଦ ମଧ୍ୟରେ କଂଗ୍ରେସ ବିଧାୟିକା କନିଜ ଫାତିମା ହିଜାବ ପିନ୍ଧି ବିଧାନସଭା ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି । ଫେବୃଆରୀ ୫ ତାରିଖରେ ସେ କାଲାବୁରାଗୀ ସହରରେ ହିଜାବକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଥିବା ସଂଖ୍ୟାଲଘୁ ଛାତ୍ରୀଙ୍କୁ ସମର୍ଥନ କରିବା ହେବାକୁ ଥିବା ବିଧାନସଭା ଅଧିବେଶନରେ ହିଜାବ ପିନ୍ଧି ଗୃହକୁ ଯିବା ନେଇ ଘୋଷଣା ମଧ୍ୟ କରିଥିଲେ ।

ଫେବୃଆରୀ ୫ ରେ ଆନ୍ଦୋଳନ ଅବସରରେ ସେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଥିଲେ, ହିଜାବ ପିନ୍ଧିବା ଆମର ସାମ୍ବିଧାନିକ ଅଧିକାର, ତେଣୁ ଆମକୁ ହିଜାବ ପିନ୍ଧିବାରୁ କେହି ବଳପୂର୍ବକ ନିବୃତ୍ତ କରିପାରିବେ ନାହିଁ । ସେ ମଧ୍ୟ ବିଧାନସଭା ଆରମ୍ଭ ହେଲେ ହିଜାବ ପିନ୍ଧି ଗୃହକୁ ଯିବେ ବୋଲି କହିବା ସହ ଯଦି କାହାର ସାହାସ ଅଛି ତାଙ୍କୁ ରୋକିକରି ଦେଖାନ୍ତୁ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ।

କର୍ଣ୍ଣାଟକରେ ବିଜେପି ସରକାର ଆସିବା ପରେ ବଳପୂର୍ବକ ଅନେକ କିଛି କରାଯାଉଛି, ଯାହା ତାଙ୍କୁ ଆଦୌ ପସନ୍ଦ ନୁହେଁ ବୋଲି ମଧ୍ୟ କହିଥିଲେ ବିଧାୟିକା କନିଜ ଫାତିମା । ତେବେ ଆଜି କର୍ଣ୍ଣାଟକ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ତାଙ୍କୁ ହିଜାବ ପନ୍ଧି ବିଧାନସୌଧ ମଧ୍ୟକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.