ETV Bharat / bharat

Hijab hearing in Karnataka: ଆବେଦନକାରୀ କହିଲେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଭେଦଭାବ କାହିଁକି

author img

By

Published : Feb 16, 2022, 9:19 PM IST

ଆସନ୍ତାକାଲିକୁ ଘୁଞ୍ଚିଲା କର୍ଣ୍ଣାଟକ ହାଇକୋର୍ଟରେ ଜାରି ରହିଥିବା ହିଜାବ ମାମଲାର ଶୁଣାଣି । ଆବେଦନକାରୀ ଓକିଲ କହିଲେ ଅନ୍ୟ କୌଣସି ସମ୍ପ୍ରଦାୟର ଆଭୂଷଣକୁ ନେଇ ନାହିଁ ବିବାଦ । ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କାହିଁକି । ଅଧିକ ପଢନ୍ତୁ

Hijab hearing in Karnataka: ଆବେଦନକାରୀ କହିଲେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଭେଦଭାବ କାହିଁକି
Hijab hearing in Karnataka: ଆବେଦନକାରୀ କହିଲେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଭେଦଭାବ କାହିଁକି

ବେଙ୍ଗାଲୁରୁ: କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଜାରି ରହିଥିବା ବହୁଚର୍ଚ୍ଚିତ ହିଜାବ ମାମଲାର ଶୁଣାଣି ଆଜି କ୍ରମାଗତ ୪ର୍ଥ ଦିନରେ ପହଞ୍ଚିଛି । ତେବେ ଆଜି ମଧ୍ୟ ଶୁଣାଣି ଶେଷ ହୋଇଥିବା ବେଳେ ଚୂଡାନ୍ତ ରାୟ ପ୍ରକାଶ ପାଇପାରିନାହିଁ । ଆସନ୍ତାକାଲି ମାମଲାର ଶୁଣାଣି ପୁଣି ଆରମ୍ଭ ହେବ । ଆଜି ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ରବି ବର୍ମା କୁମାର ଆବେଦନକାରୀଙ୍କ ପକ୍ଷ ରଖିଥିଲେ ।

ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ ଧର୍ମର ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେମାନେ ମଧ୍ୟ ଏକାଧିକ ଧର୍ମୀୟ ଆଭୂଷଣ ଧାରଣ କରି ସ୍କୁଲ ପରିସରକୁ ଆସୁଛନ୍ତି । ବିନ୍ଦି, ଦୁପଟ୍ଟା, ପଗଡି, ଲକେଟ, ଚୁ଼ଡି ଆଦି ପିନ୍ଧିବା ଉପରେ କୌଣସି ବାରଣ ନଥିବା ବେଳେ ସରକାର କାହିଁକି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଏପରି କଟକଣା ଜାରି କରୁଛନ୍ତି ବୋଲି ଖଣ୍ଡପୀଠଙ୍କ ସମ୍ମୁଖରେ ତର୍କ ରଖିଥିଲେ ଆବେଦନକାରୀଙ୍କ ଆଇନଜୀବୀ ।

ଭାରତ ଏକ ନିରପେକ୍ଷ ତଥା ବିବିଧତାପୂର୍ଣ୍ଣ ଦେଶ । ସମସ୍ତଙ୍କର ନିଜସ୍ବ ଧର୍ମୀୟ ବିଶ୍ବାସ ଓ ଭାବନା ରହିଆସିଛି । ଅନ୍ୟ ଧର୍ମର ବେଶପୋଷାକ, ଆଭୂଷଣ ନେଇ କୌଣସିି ସ୍ଥାନରେ ବିବାଦ ଦେଖାଯାଉ ନଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଗୋଟିଏ ଧର୍ମକୁ ରାଜନୈତିକ ଟାର୍ଗେଟ କରାଯାଉଛି । ଯାହା ଭାରତୀୟ ସାମ୍ବିଧାନିକ ଅଧିକାରର ଉଲଙ୍ଘନ ବୋଲି ମଧ୍ୟ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ତେବେ କ୍ରମାଗତ ଭାବେ ୪ର୍ଥ ଦିନରେ ଶୁଣାଣି ପହଞ୍ଚିଥିବା ବେଳେ ଦୀର୍ଘକାଳୀନ ଯୁ୍କ୍ତି ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନପାରିବା ସହ ଶୁଣାଣି ପୁନଃ ଆସନ୍ତାକାଲିକୁ ଧାର୍ଯ୍ୟ କରାଯାଇଛି ।

ଅନ୍ୟପଟେ ଚୂଡାନ୍ତ ରାୟ ନଆସିବା ଯାଏଁ ପୂର୍ବରୁ ହାଇକୋର୍ଟ ଦେଇଥିବା ଅନ୍ତରୀଣ ରାୟ ବଳବତ୍ତର ରହିଛି । ସୋମବାର ଠାରୁ ରାଜ୍ୟରେ ସ୍କୁଲ ଖୋଲି ସିରାଥିବା ବେଳେ ଆଜି ପ୍ରି-ୟୁନିଭର୍ସିଟି କଲେଜ ଖୋଲିଛି । ତେବେ କିଛି ସ୍ଥାନରେ ବିନା ହିଜାବରେ ସଂଖ୍ୟାଲଘୁ ଛାତ୍ରୀମାନ କଲେଜକୁ ଆସିନାହାନ୍ତି । ସେହିପରି ଅନ୍ୟ କିଛି ସ୍ଥାନରେ ହିଜାବ ପିନ୍ଧି ଛାତ୍ରୀମାନେ କଲେଜ ଆସିଥିଲେ ସୁଦ୍ଧା ସେମାନଙ୍କୁ ସରକାରଙ୍କ ନିଷ୍ପତ୍ତି ଅନୁସାରେ କ୍ୟାମ୍ପସରେ ପ୍ରବେଶ ନେଇ ବାରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.