ETV Bharat / bharat

ଡିୱାଇ ଚନ୍ଦ୍ରଚୂଡ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

author img

By

Published : Oct 11, 2022, 11:24 AM IST

Updated : Oct 11, 2022, 3:42 PM IST

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ନିଜ ଉତ୍ତରାଧିକାରୀ ଭାବେ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିଶ କରିଛନ୍ତି ପ୍ରଧାନ ବିଚାରପତି ୟୁୟୁ ଲଳିତ । ଅଧିକ ପଢନ୍ତୁ

ଡିୱାଇ ଚନ୍ଦ୍ରଚୂଡ ହେବେ ପରବର୍ତ୍ତୀ ସିଜେଇ, ନାଁ ସୁପାରିସ କଲେ ଜଷ୍ଟିସ ୟୁୟୁ ଲଳିତ
ଡିୱାଇ ଚନ୍ଦ୍ରଚୂଡ ହେବେ ପରବର୍ତ୍ତୀ ସିଜେଇ, ନାଁ ସୁପାରିସ କଲେ ଜଷ୍ଟିସ ୟୁୟୁ ଲଳିତ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ । ନିଜ ଉତ୍ତରାଧିକାରୀ ଭାବେ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ୟୁୟୁ ଲଳିତ । ଚଳିତ ବର୍ଷ 8 ନଭେମ୍ବରରେ ଅବସରର ନେବେ ପ୍ରଧାନ ବିଚାରପତି ୟୁୟୁ ଲଳିତ । 50ତମ ପ୍ରଧାନ ବିଚାରପତି ଭାବେ ନଭେମ୍ବର 9ରେ ଶପଥ ନେବେ ଡିୱାଇ ଚନ୍ଦ୍ରଚୂଡ଼ । ଅବସର ପୂର୍ବରୁ ଉତ୍ତରାଧିକାରୀ ସୁପାରିଶ କରିବା ପାଇଁ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଅକ୍ଟୋବର 7 ତାରିଖରେ ଚିଠି ଲେଖିଥିଲେ । ଏହାପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ସିଜେଆଇ ୟୁୟୁ ଲଳିତ ।

ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କ ଅବସରକୁ ଆଉ ଗୋଟିଏ ମାସ ବାକି ରହିଛି । ତେଣୁ ଉତ୍ତରାଧିକାରୀ ଚୟନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଥିଲେ । ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ । ତେଣୁ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିବା ନେଇ ଆଶା କରାଯାଉଥିଲା । ତାହା ହିଁ ହୋଇଛି । ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବା ନେଇ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ନଭେମ୍ବର 9 ତାରିଖରେ ଦେଶର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଡିୱାଇ ଚନ୍ଦ୍ରଚୂଡ । ତାଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ଗୋଟିଏ ଦିନ ରହିବ । ୧୦ ନଭେମ୍ବର ୨୦୨୪ରେ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ସରିବ । 65ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଅବସର ନେବେ ଡିୱାଇ ଚନ୍ଦ୍ରଚୂଡ ।

ଏହା ବି ପଢନ୍ତୁ...କିଏ ହେବ ପରବର୍ତ୍ତୀ ପ୍ରଧାନ ବିଚାରପତି, ଉତ୍ତରାଧିକାରୀ ବାଛିବାକୁ କେନ୍ଦ୍ରର ଚିଠି

ଏନ ଭି ରମଣାଙ୍କ ପରେ ଅଗଷ୍ଟ 27ରେ ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ୍ ୟୁୟୁ ଲଳିତ। ତାଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନ ଥିଲା । 1957 ନଭେମ୍ବର 9ରେ ମହାରାଷ୍ଟ୍ର ସୋଲାପୁରରେ ଜନ୍ମଗ୍ରହଣ କରିଥିଲେ ୟୁୟୁ ଲଳିତ । ତାଙ୍କ ବାପା ୟୁଆର ଲଳିତ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଥିଲେ । ଏହାସହ ସୁପ୍ରିମକୋର୍ଟର ଜଣେ ସିନିୟର ଅଡଭୋକେଟ ଥିଲେ । 1983ରେ ଆଡଭୋକେଟ ଭାବେ ବମ୍ବେ ହାଇକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ ୟୁୟୁ ଲଳିତ ।

ଜୁନରେ ୨୦୧୪ ଅଗଷ୍ଟ ୧୩ରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇବା ଆଗରୁ ବିଚାରପତି ଲଳିତ ସୁପ୍ରିମକୋର୍ଟର ବରିଷ୍ଠ ଆଡ୍‌ଭୋକେଟ ଥିଲେ । ବରିଷ୍ଠତା ଭିତ୍ତିରେ ସବୁଠୁ ଆଗରେ ରହିଥିବା ତାଙ୍କ ନାମ ସୁପାରିଶ କରିଥଲେ ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ।

ସୁପ୍ରିମକୋର୍ଟରେ ଶପଥ ଗ୍ରହଣ ସମୟରେ କିଏ ପ୍ରଧାନ ବିଚାରପତି ହେବେ ତାହା ସ୍ପଷ୍ଟ ହୋଇଥାଏ । ରେକର୍ଡ ଅନୁସାରେ 2027ରେ ଦେଶକୁ ପ୍ରଥମ ମହିଳା ପ୍ରଧାନ ବିଚାରପତି ମିଳିବେ । ଜଷ୍ଟିସ ବି ବି ନାଗରତ୍ନା ମହଜ 27 ଦିନ ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟଳୟର ନେତୃତ୍ବ ନେବେ । ତାଙ୍କ ବାପା ଜଷ୍ଟିସ ଇଶ୍ବର ଭେଙ୍କଟରାମୟା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରହିଥିଲେ ।

Last Updated : Oct 11, 2022, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.