ETV Bharat / bharat

ନକ୍ସଲ କମାଣ୍ଡର ଟାଇଗର ହୁଙ୍ଗାଙ୍କୁ ଗିରଫ କଲା ଛତିଶଗଡ ପୋଲିସ

author img

By

Published : Jul 27, 2021, 6:55 AM IST

ନକ୍ସଲ କମାଣ୍ଡର ଟାଇଗର ହୁଙ୍ଗାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଛତିଶଗଡ ପୋଲିସ । ଅଧିକ ପଢନ୍ତୁ...

ନକ୍ସଲ କମାଣ୍ଡର ଟାଇଗର  ହୁଙ୍ଗାଙ୍କୁ ଗିରଫ କଲା ଛତିଶଗଡ ପୋଲିସ
ନକ୍ସଲ କମାଣ୍ଡର ଟାଇଗର ହୁଙ୍ଗାଙ୍କୁ ଗିରଫ କଲା ଛତିଶଗଡ ପୋଲିସ

ରାୟପୁର: ଛତିଶଗଡ ପୋଲିସକୁ ବଡ ସଫଳତା । ନକ୍ସଲ କମାଣ୍ଡର ଟାଇଗର ହୁଙ୍ଗାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଛତିଶଗଡ ପୋଲିସ । ୨୦୧୮ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ବାଟାଲିୟନ ଉପରେ ହୋଇଥିବା ଆଇଡି ଆକ୍ରମଣରେ ଜଡିତ ଥିଲା ଏହି ନକ୍ସଲ କମାଣ୍ଡର ।

ଏନେଇ ଛତିଶଗଡ ଏସପି ସୁନିଲ ଶର୍ମା କହିଛନ୍ତି ଯେ ୨୦୧୩ରୁ ଏହି ନକ୍ସଲ କମାଣ୍ଡରକୁ ପୋଲିସ ଖୋଜୁଥିଲା ଏବଂ ରାଜ୍ୟର କିଷ୍ଟାରାମ ଅଞ୍ଚଳର ୧୭ଟି ପ୍ରମୁଖ ନକ୍ସଲାଇଟ କାର୍ଯ୍ୟରେ ଜଡିତ ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ CRPF ବିରୋଧରେ ୨୦୧୮ରେ ଆଇଡି ଆକ୍ରମଣ ଏବଂ ଗତବର୍ଷ ମଧ୍ୟ ଅନ୍ୟ ଏକ ସ୍ଥାନରେ ଆଇଡି ଆକ୍ରମଣରେ ଜଡିତ ଥିବା ନକ୍ସଲ କମାଣ୍ଡର ଟାଇଗର ହୁଙ୍ଗାଙ୍କୁ ପୋଲିସ ଗିରଫ କରିଛି । ଆମେ ୨୦୧୩ରୁ ତାଙ୍କୁ ଖୋଜିବା ଅପରେସନ ଜାରି ରଖିଥିଲୁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.