ETV Bharat / bharat

ଜୁଲାଇ 20ରୁ ସଂସଦ ମୌସୁମୀ ଅଧିବେଶନ, 19ରେ ସର୍ବଦଳୀୟ ବୈଠକ

author img

By

Published : Jul 6, 2023, 1:05 PM IST

Updated : Jul 6, 2023, 1:11 PM IST

ଆସନ୍ତା ଜୁଲାଇ 20ରୁ ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ଜୁଲାଇ 19 ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

19ରେ ସର୍ବଦଳୀୟ ବୈଠକ
all party meeting ahead of Monsoon Session

ନୂଆଦିଲ୍ଲୀ: ଜୁଲାଇ 20ରୁ ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅଗଷ୍ଟ 11 ତାରିଖ ଯାଏଁ ଅଧିବେଶନ ଚାଲିବ । ଏହାପୂର୍ବରୁ ଜୁଲାଇ 19 ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ମୌସୁମୀ ଅଧିବେଶନରେ ଆଲୋଚନା ପାଇଁ ସବୁ ଦଳ ସହ ବୈଠକ ହେବ । ମୌସୁମୀ ଅଧିବେଶନରେ ଫଳପ୍ରଦ ଆଲୋଚନା ପାଇଁ ସମସ୍ତ ନେତାଙ୍କ ସହ ସର୍ବଦଳୀୟ ବୈଠକ କରିବେ କେନ୍ଦ୍ର ସରକାର ।

ଏହା ବି ପଢନ୍ତୁ...Monsoon session: ଜୁଲାଇ ୨୦ରୁ ସଂସଦ ମୌସୁମୀ ଅଧିବେଶନ

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଟ୍ବିଟ୍‌ ଅନୁସାରେ, ମୌସୁମୀ ଅଧିବେଶନ ଜୁଲାଇ 20ରୁ ଅଗଷ୍ଟ 11 ତାରିଖ ଯାଏ ଚାଲିବ । 23 ଦିନ ଚାଲିବାକୁ ଥିବା ଅଧିବେଶନରେ 17ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନରେ ଫଳପ୍ରଦ ଆଲୋଚନା ପାଇଁ ବିରୋଧୀଙ୍କ ସହଯୋଗ ନିମନ୍ତେ ସର୍ବଦଳୀୟ ବୈଠକ ଡାରିଛନ୍ତି ସରକାର । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦ ମୌସୁମୀ ଅଧିବେଶନରେ ଗୃହ ସରଗରମ ରହିବ । ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ରହିଛନ୍ତି ।

ଏହା ବି ପଢନ୍ତୁ...Mission 2024: ଆଜି ଗୌହାଟୀରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ

ବିଶେଷ କରି ଦରଦାମ ବୃଦ୍ଧି, ବେରୋଜଗାରୀ ଓ ହିଂସାର ନିଆଁରେ ଜଳୁଥିବା ମଣିପୁରକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ । ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସମାନ ନାଗରିକ ସଂହିଂତା (UCC) ବିଲ ଆଣିପାରନ୍ତି । ନିକଟରେ ୟୁସିସି ଲାଗୁ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ ସମର୍ଥନ କରିଥିଲେ । ଏହାସହ ଦିଲ୍ଲୀ ଅଧ୍ୟାଦେଶ ସ୍ଥାନରେ ସରକାର ବିଲ ଆଣିପାରନ୍ତି । ତେବେ ସଂସଦର ମୌସୁମୀ ଅଧିବେଶନରେ ଅଯଥା ହୋ ହାଲ୍ଲା ନ କରି ଫଳପ୍ରଦ ଆଲୋଚନା ପାଇଁ ସରକାର ଜୁଲାଇ 19 ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଅଧିବେଶନରେ ଫଳପ୍ରଦ ଆଲୋଚନା ସହ ଏହାକୁ ସୂଚାରୁ ରୂପେ ଚଳାଇବାରେ ସହଯୋଗ କରିବାକୁ ସବୁଦଳକୁ ସର୍ବଦଳୀୟ ବୈଠକରେ ଅପିଲ କରିବେ ସରକାର ।

ମିଳିଥିବା ସୂଚନା ଅନୁସାରେ ଅଧିବେଶନ ପୁରୁଣା ସଂସଦ ଭବନରେ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ଏହାକୁ ନୂଆ ସଂସଦ ଭବନକୁ ସ୍ଥାନାନ୍ତରଣ କରାଯିବାର ସମ୍ଭବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ 28 ତାରିଖରେ ନୂଆ ସଂସଦ ଭବନର ଉଦଘାଟନ କରିଥିଲେ ।

Last Updated : Jul 6, 2023, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.