ETV Bharat / bharat

Land For Job Scam: ଲାଲୁଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI

author img

By

Published : Oct 7, 2022, 10:02 PM IST

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ(charge sheet against Lalu Yadav) । ଚାକିରି ବଦଳରେ ଜମି ନେଉଥିବା ଅଭିଯୋଗରେ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ଅଧିକ ପଢନ୍ତୁ

Land For Job Scam: ଲାଲୁଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI
Land For Job Scam: ଲାଲୁଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI

ପାଟନା: ଆରଜେଡ଼ି (RJD) ସୁପ୍ରିମୋ ତଥା ପୂର୍ବ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ (CBI Filed charge sheet against Lalu Yadav) । ଚାକିରି ବଦଳରେ ଜମି ନେଉଥିବା ଘୋଟାଲାରେ ତାଙ୍କ ବିରୋଧରେ ଏହି ଚାର୍ଜସିଟ (Land For Job Scam) ଦାଖଲ କରାଯାଇଛି । ରାବଡି ଦେବୀଙ୍କ ସମେତ ୧୪ ଲୋକଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରାଯାଇଛି ।

ରେଳମନ୍ତ୍ରୀ ଥିବା ବେଳେ ଏହି ଘୋଟାଲା କରିଥିବା ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ଚାକିରି ପାଇବା ବଦଳରେ ଜମି ଓ ପ୍ଲଟ ନିଆଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାର ତଦନ୍ତ ପରେ ସିବିଆଇ ଲାଲୁ ଏବଂ ତାଙ୍କ ଝିଅଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇଛି । ଲାଲୁ ୨୦୦୪ରୁ ୨୦୦୯ ମଧ୍ୟରେ ରେଳମନ୍ତ୍ରୀ ଥିଲେ । ଏହି ମାମଲାରେ ଲାଲୁଙ୍କ ବାସଭବନରେ ଛାପାମାରୀ ହୋଇଥିଲା । ଏହାସହିତ ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା ।

ଏହା ବି ପଢନ୍ତୁ- ଲାଲୁଙ୍କ ନାମରେ ନୂଆ ମାମଲା, ବାସଭବନରେ CBI ରେଡ୍‌

ଚାକିରି ବଦଳରେ ଜମି ଦୁର୍ନୀତିରେ ପୂର୍ବତନ ଆରଜେଡି ବିଧାୟକ ଭୋଲା ଯାଦବଙ୍କୁ ଗିରଫ କରାଯାଇଥିଲା । ତେବେ ପରେ ସେ ଦିଲ୍ଲୀ କୋର୍ଟରୁ ଜାମିନ ପାଇଥିଲେ । CBI ତାଙ୍କୁ ଗିରଫ କରିଥିଲା । ଭୋଲା ଯାଦବ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ପ୍ରସାଦ ଯାଦବଙ୍କ ସ୍ପେଶାଲ ଅଫିସର ଡ୍ୟୁଟି (OSD)ରେ ରହିଥିଲେ। ଲାଲୁ ପ୍ରସାଦ ସେତେବେଳେ କେନ୍ଦ୍ର ରେଳମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ୟୁପିଏ ସରକାର ଏହି କେନ୍ଦ୍ରରେ ଥିଲେ ।

ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ, ତାଙ୍କ ବଡ଼ ଝିଅ ମିସା ଭାରତୀ ଏବଂ ହେମାଙ୍କ ବ୍ୟତୀତ ଅନ୍ୟ ୧୩ ଜଣଙ୍କୁ CBI FIRରେ ଅଭିଯୁକ୍ତ ଭାବେ ଦର୍ଶାଇଛି । ସମୁଦାୟ ୧୬ ଜଣଙ୍କ ବିରୋଧରେ FIR ଦାଖଲ ହୋଇଛି । ଲାଲୁଙ୍କ ପରିବାର ବ୍ୟତୀତ ରାଜକୁମାର ସିଂ ମହୁଆ ବାଗ, ମିଥିଳେଶ କୁମାର ମହୁଆ ବାଗ, ଅଜୟ କୁମାର ମହୁଆ ବାଗ, ସଞ୍ଜୟ ରାୟ ଓରଫ ସଞ୍ଜୟ କୁମାର ମହୁଆ ବାଗ, ଧର୍ମେନ୍ଦ୍ର ରାୟ ଓରଫ ଧର୍ମେନ୍ଦ୍ର କୁମାର ମହୁଆ ବାଗ, ବିକାଶ କୁମାର ମହୁଆ ବାଗଙ୍କ ଭଳି ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ FIR ଦାଖଲ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.