ETV Bharat / bharat

Cabinet Decisions: ସମବାୟ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ବିଶ୍ବର ବଡ ଅନ୍ନ ଭଣ୍ଡାର ଯୋଜନା

author img

By

Published : May 31, 2023, 10:20 PM IST

ଏହି ଯୋଜନାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏବଂ ପେସାଦାର ଢଙ୍ଗରେ କାର୍ଯ୍ୟକାରୀ କରିବା ନିମନ୍ତେ ସମବାୟ ମନ୍ତ୍ରଣାଳୟ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଅତିକମରେ ୧୦ଟି ଚୟନିତ ଜିଲ୍ଲାରେ ଏକ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରିବ । ଏହି ପାଇଲଟ ପ୍ରକଳ୍ପ, ଯୋଜନାର ବିଭିନ୍ନ କ୍ଷେତ୍ର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିବ । ଅଧିକ ପଢନ୍ତୁ

ସମବାୟ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ବିଶ୍ବର ବଡ ଅନ୍ନ ଭଣ୍ଡାରଣ ଯୋଜନା
ସମବାୟ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ବିଶ୍ବର ବଡ ଅନ୍ନ ଭଣ୍ଡାରଣ ଯୋଜନା

ନୂଆଦିଲ୍ଲୀ: ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି ‘‘ବିଶ୍ବର ସବୁଠୁ ବଡ ଅନ୍ନ ଭଣ୍ଡାର ଯୋଜନା’’ । ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆନ୍ତଃମନ୍ତ୍ରଣାଳୟ କମିଟି (ଆଇଏମସି) ଗଠନ କରିବା ଏବଂ ଉକ୍ତ କମିଟିକୁ କ୍ଷମତା ହସ୍ତାନ୍ତର କରିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଗୁଡିକର ସମନ୍ବୟ ମାଧ୍ୟମରେ ଉପରେକ୍ତା ଯୋଜନାକୁ କାର୍ଯ୍ୟକାରୀ କରାଯିବ ।

  • The world's largest food storage scheme has been approved in the co-operative sector today. This scheme will be implemented at the cost of Rs 1 lakh crore. Under this scheme, a godown of a capacity of 2000 tonnes will be constructed in every block. An inter-ministerial committee… pic.twitter.com/wGnvbzyct1

    — ANI (@ANI) May 31, 2023 " class="align-text-top noRightClick twitterSection" data=" ">

ଏହି ଯୋଜନାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏବଂ ପେସାଦାର ଢଙ୍ଗରେ କାର୍ଯ୍ୟକାରୀ କରିବା ନିମନ୍ତେ ସମବାୟ ମନ୍ତ୍ରଣାଳୟ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଅତିକମରେ ୧୦ଟି ଚୟନିତ ଜିଲ୍ଲାରେ ଏକ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରିବ । ଏହି ପାଇଲଟ ପ୍ରକଳ୍ପ, ଯୋଜନାର ବିଭିନ୍ନ କ୍ଷେତ୍ର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିବ । ଯାହାକୁ ଏହି ଯୋଜନାର ଦେଶବ୍ୟାପୀ କାର୍ଯ୍ୟକାରିତାରେ ସାମିଲ କରାଯିବ।

ଯୋଜନା ଅଧୀନରେ ଉପଯୁକ୍ତ ସୁବିଧା ଥିବା ଚୟନିତ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ଗୁଡିକରେ କୃଷି ଓ ଆନୁସଙ୍ଗିକ ଉଦ୍ଦେଶ୍ୟ ନିମନ୍ତେ ଗୋଦାମ ଭଳି ଭିତ୍ତିଭୂମି ନିର୍ମାଣ କରାଯିବ । ଏହିସବୁ ଭିତ୍ତିଭୂମି ଜରିଆରେ ‘‘ବିଶ୍ବର ସବୁଠୁ ବଡ ଅନ୍ନ ଭଣ୍ଡାରଣ ଯୋଜନା’’କୁ କାର୍ଯ୍ୟକାରୀ କରିବା ଲାଗି ସୁବିଧା ଦେବା ନିମନ୍ତେ ବିଭିନ୍ନ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଓ କାର୍ଯ୍ୟକାରିତା ପଦ୍ଧତିରେ ଆବଶ୍ୟକତା କ୍ଷେତ୍ରରେ ସଂଶୋଧନ ତଥା ପରିବର୍ତ୍ତନ କରାଯିବ। ଅନୁମୋଦିତ ବ୍ୟୟ ଓ ସୁପାରିସ କରାଯାଇଥିବା ଲକ୍ଷ୍ୟ ସୀମା ମଧ୍ୟରେ ଏହି ପରିବର୍ତ୍ତନ କରାଯିବ। ଏସବୁ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃମନ୍ତ୍ରଣାଳୟ କମିଟି (ଆଇଏମସି) ଗଠନ କରାଯିବ । ଏହି କମିଟିରେ କୃଷି ଓ କୃଷ୍ୟ କଲ୍ୟାଣ ମନ୍ତ୍ରୀ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ସଚିବ ପ୍ରମୁଖ ସଦସ୍ୟ ଭାବେ ସାମିଲ ହେବେ ।

ସମ୍ପୃକ୍ତ ମନ୍ତ୍ରଣାଳୟର ଚିହ୍ନିତ ଯୋଜନା ଅଧୀନରେ ଉପଲବ୍ଧ କରାଯାଇଥିବା ପରିବ୍ୟୟକୁ ଉପଯୋଗ କରାଯାଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏହି ଯୋଜନା ଅଧୀନରେ ସମନ୍ବୟ ପାଇଁ କିଛି ଯୋଜନାକୁ ଚିହ୍ନଟ କରିଛନ୍ତି କେନ୍ଦ୍ର ସରକାର ।

ଏହା କେବଳ ପ୍ୟାକ୍ସ ସ୍ତରରେ ଗୋଦାମର ନିର୍ମାଣ ଦ୍ବାରା ଦେଶରେ ପଣ୍ୟାଗାର ଭିତ୍ତିଭୂମିର ଅଭାବକୁ ଦୂର କରିବ ନାହିଁ ବରଂ ପ୍ୟାକ୍ସକୁ ଅନ୍ୟ ଗତିବିଧି କରିବା ଲାଗି ମଧ୍ୟ ସକ୍ଷମ କରିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.