ETV Bharat / bharat

Cabinet Decisions: ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି

author img

By

Published : Nov 3, 2022, 9:00 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (Cabinet Committee on Economic Affairs) ବୈଠକରେ ଇଥାନଲ ଦର ବୃଦ୍ଧିକୁ ଅନୁମୋଦନ କରାଯାଇଛି । ଆଖୁର ବିଭିନ୍ନ କଞ୍ଚାମାଲରୁ ଇଥାନଲ ପ୍ରସ୍ତୁତ ହୋଇଥାଏ । ଅଧିକ ପଢନ୍ତୁ

Cabinet Decisions
Cabinet Decisions

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (Cabinet Committee on Economic Affairs) ବୈଠକରେ ଇଥାନଲ ଦର ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଆଖୁର ବିଭିନ୍ନ କଞ୍ଚାମାଲରୁ ଇଥାନଲ ପ୍ରସ୍ତୁତ ହୋଇଥାଏ । ୧ ଡିସେମ୍ବର ୨୦୨୨ରୁ ୩୧ ଅକ୍ଟୋବର ୨୦୨୩ ମଧ୍ୟରେ ପଡୁଥିବା ଇଥାନଲ ଯୋଗାଣ ବର୍ଷ (ଇଏସୱାଇ)୨୦୨୨-୨୩ ସମୟରେ ଆଗାମୀ ୨୦୨୨-୨୩ ଚିନି ଋତୁ ପାଇଁ ଇବିପି କାର୍ଯ୍ୟକ୍ରମ ଅଧୀନରେ ଏହି ଦରବୃଦ୍ଧି କରାଯାଇଛି । ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଓଏମସି) ଦ୍ବାରା ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି ମିଳିଛି ।

ହେଭୀ ମୋଲାସେସ ବା ତରଳ ମାର୍ଗରେ ଉତ୍ପନ୍ନ ହେଉଥିବା ଇଥାନଲ ଦର ଲିଟର ପିଛା ୪୬.୬୬ ଟଙ୍କାରୁ ଲିଟର ପିଛା ୪୯.୪୧ ଟଙ୍କାକୁ ବୃଦ୍ଧି କରାଯାଇଛି । ବି' ବର୍ଗର ହେଭି ମୋଲାସେସ ମାର୍ଗରେ ଉତ୍ପନ୍ନ ଇଥାନଲ ଦର ଲିଟର ପିଛା ୫୯.୦୮ ଟଙ୍କାରୁ ଲିଟର ପିଛା ୬୦.୭୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଖୁ ରସ, ଚିନି ରସ ମାର୍ଗରେ ଉତ୍ପାଦିତ ହେଉଥିବା ଇଥାନଲ ଦର ଲିଟର ପିଛା ୬୩.୪୫ ଟଙ୍କାରୁ ଲିଟର ପିଛା ୬୫.୬୧ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସବୁ ଡିଷ୍ଟିଲେରୀ ଗୁଡିକ ଏହି ଯୋଜନାର ଲାଭ ପାଇବା ଲାଗି ସକ୍ଷମ ହେବେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଇବିପି କାର୍ଯ୍ୟକ୍ରମର ପାଇଁ ଇଥାନଲ ଯୋଗାଣ କରିବେ ବୋଲି ଆଶା କରାଯାଉଛି । ଇଥାନଲ ଯୋଗାଣକାରୀମାନଙ୍କୁ ପାରିଶ୍ରମିକ ଦିଆଯିବା ପରେ ଆଖୁ ଚାଷୀଙ୍କ ବକେୟା ପାଉଣା ତୁରନ୍ତ ମିଳିପାରିବ । ଏହା ଆଖୁ ଚାଷୀଙ୍କ ସମସ୍ୟା ଦୂର କରିବାରେ ସହାୟକ ହେବ ।

ସରକାର ଇଥାନଲ ମିଶ୍ରିତ ପେଟ୍ରୋ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି ଯେଉଁଥିରେ ଓଏମସି ବା ତୈଳ ବିପଣନ କମ୍ପାନୀ ଗୁଡ଼ିକ ପେଟ୍ରୋଲରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରଣ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ଶାସିତ ପ୍ରଦେଶ ଆଣ୍ଡାମାନ ନିକୋବାର ଏବଂ ଲାକ୍ଷାଦ୍ବୀପକୁ ଛାଡ଼ି ଦେଲେ ସାରା ଭାରତରେ କାର୍ଯ୍ୟକାରୀ କରାଯାଉଛି । ବିକଳ୍ପ ଏବଂ ପରିବେଶ ଅନୁକୂଳ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ କରିବା ଲାଗି ୧ ଏପ୍ରିଲ ୨୦୧୯ ଠାରୁ ଇବିପି କାର୍ଯ୍ୟକ୍ରମ ଲାଗୁ ହୋଇଛି । ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳତାକୁ କମାଇବା ଏବଂ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.