ETV Bharat / bharat

Cabinet Decisions: ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରି

author img

By

Published : Mar 23, 2022, 6:55 AM IST

ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟକ ଲିମିଟେଡ (Hindustan Urvarak & Rasayan Limited) ର ତିନୋଟି ୟୁନିଟ – ଗୋରଖପୁର, ସିନ୍ଦରୀ ଓ ବରୌନୀ ରେ ଥିବା ନୂତନ ନିବେଶ ନୀତି (New Investment Policy)- ୨୦୧୨ ର ପ୍ରଯୁଜ୍ୟତାକୁ ସମ୍ପ୍ରସାରଣ କରାଯିବ । କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ), ଏନଟିପିସି ଲିମିଟେଡ (NTPC) ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ (IOCL) ର ଏକ ଯୌଥ ଉଦ୍ୟୋଗ କମ୍ପାନୀ ଭାବେ ୧୫ ଜୁନ ୨୦୧୬ ରେ HURAL ର ନିଗମୀକରଣ ହୋଇଥିଲା। ଅଧିକ ପଢନ୍ତୁ

ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରି
ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ( Cabinet Committee on Economic Affairs ) କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସାର ଓ ରସାୟନ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛି କେନ୍ଦ୍ର କ୍ୟାବିନେଟ ।

ଏହି ମଞ୍ଜୁରି ପରେ ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟକ ଲିମିଟେଡ (Hindustan Urvarak & Rasayan Limited) ର ତିନୋଟି ୟୁନିଟ – ଗୋରଖପୁର, ସିନ୍ଦରୀ ଓ ବରୌନୀ ରେ ଥିବା ନୂତନ ନିବେଶ ନୀତି (New Investment Policy)- ୨୦୧୨ ର ପ୍ରଯୁଜ୍ୟତାକୁ ସମ୍ପ୍ରସାରଣ କରାଯିବ । କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ), ଏନଟିପିସି ଲିମିଟେଡ (NTPC) ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ (IOCL) ର ଏକ ଯୌଥ ଉଦ୍ୟୋଗ କମ୍ପାନୀ ଭାବେ ୧୫ ଜୁନ ୨୦୧୬ ରେ HURAL ର ନିଗମୀକରଣ ହୋଇଥିଲା। ପୂର୍ବରୁ ଥିବା ଏଫସିଆଇଏଲର ଗୋରଖପୁର ଓ ସିନ୍ଦରୀ ୟୁନିଟ୍ ଏବଂ ଜିଏଫସିଏଲର ବରୌନୀ ୟୁନିଟର ପୁନରୁଦ୍ଧାର ପାଇଁ ଏଚୟୁଆରଏଲ ଏବେ କାର୍ଯ୍ୟ କରୁଛି ।

ଏଚୟୁଆରଏଲ ପକ୍ଷରୁ ପ୍ରତ୍ୟେକ ୟୁନିଟ ଠାରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ (ଆଇଏଲଏମଟିପିଏ)ର ପ୍ରତିଷ୍ଠିତ କ୍ଷମତା ବିଶିଷ୍ଟ ନୂଆ ବାଷ୍ପ ଆଧାରିତ ୟୁରିଆ ପ୍ଲାଣ୍ଟ ସ୍ଥାପନ କରାଯାଉଛି। ୨୫ ହଜାର ୧୨୦ କୋଟି ଟଙ୍କା ବ୍ୟୟ କରାଯାଇ ତିନୋଟି ଏଚୟୁଆରଏଲ ୟୁରିଆ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଚୟୁଆରଏଲର ଏସବୁ ତିନୋଟି ୟୁନିଟକୁ ଗେଲ ପ୍ରାକୃତିକ ବାଷ୍ପ ଗ୍ୟାସ ଯୋଗାଇ ଦେଉଛି ।

ଏଚୟୁଆରଏଲର ଏହି ଅତ୍ୟାଧୁନିକ ପ୍ଲାଣ୍ଟ ସରକାରଙ୍କ ସେହି ପ୍ରୟାସର ଅଂଶବିଶେଷ, ଯାହା ଅଧୀନରେ ଏସସିଆଇଏଲ/ଏଚଏଫସିଏଲର ବନ୍ଦ ପଡିଥିବା ୟୁରିଆ ପ୍ଲାଣ୍ଟକୁ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର । ଫଳରେ ୟୁରିଆ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ । ଏହି ତିନୋଟି ପ୍ଲାଣ୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଦେଶରେ ୩୮.୧ ଏଲଏମଟିପିଏ ପରିମାଣର ସ୍ବଦେଶୀ ୟୁରିଆ ଉତ୍ପାଦନ ବଢିବ । ଏଥିସହିତ ୟୁରିଆ ଉତ୍ପାଦନ କ୍ଷେତ୍ରରେ ଭାରତ ‘ଆତ୍ମନିର୍ଭରଶୀଳ’ ହୋଇପାରିବ । ଏହି ପ୍ରକଳ୍ପ ମାଧ୍ୟମରେ ଚାଷୀମାନଙ୍କୁ ଯଥେଷ୍ଟ ପରିମାଣରେ ସାରା ଉପଲବ୍ଧ କରାଇବା ସହିତ, ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ । ଅନୁରୂପ ଭାବେ ସଡକ, ରେଳ, ସହାୟକ ଉଦ୍ୟୋଗ ଭଳି ଭିତ୍ତିଭୂମି ବିକାଶ ଜରିଆରେ ସ୍ଥାନୀୟ ଅଞ୍ଚଳର ଅର୍ଥବ୍ୟବସ୍ଥା ଅଧିକ ଗତିଶୀଳ ହୋଇପାରିବ ।

ଏହାବାଦ ଏହି ତିନୋଟି କେନ୍ଦ୍ରରେ ବିଶ୍ବର ସର୍ବଶ୍ରେଷ୍ଠ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ବର୍ତ୍ତମାନ ଦେଶର 7ଟି ରାଜ୍ୟ-ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡିଶାରେ ୟୁରିଆ ଚାହିଦା ପୂରଣ କରିବା ପାଇଁ ଏହି 3 ଟି ପ୍ଲାଣ୍ଟର ଉଦ୍ଦେଶ୍ୟ ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.