ETV Bharat / bharat

Budget 2023: କୃଷି କ୍ଷେତ୍ର ପାଇଁ ଏଗ୍ରିକଲଚର ଆସେଲେରେଟର ଫଣ୍ଡ

author img

By

Published : Feb 1, 2023, 1:14 PM IST

କୃଷି କ୍ଷେତ୍ର ପାଇଁ ଏଗ୍ରିକଲଚର ଆସେଲେରେଟର ଫଣ୍ଡ ଆଣିଲେ ସୀତାରମଣ । ବର୍ଷ 2024ରେ କୃଷି କ୍ଷେତ୍ରରେ ଷ୍ଟାର୍ଟଅପ ପାଇଁ 20ଲକ୍ଷ କୋଟି ଟଙ୍କାର ଲୋନ ବ୍ୟବସ୍ଥା । ଅଧିକ ପଢନ୍ତୁ

କୃଷି କ୍ଷେତ୍ର ପାଇଁ ଏଗ୍ରିକଲଚର ଆସେଲେରେଟର ଫଣ୍ଡ
କୃଷି କ୍ଷେତ୍ର ପାଇଁ ଏଗ୍ରିକଲଚର ଆସେଲେରେଟର ଫଣ୍ଡ

ହାଇଦ୍ରାବାଦ: ସଂସଦରେ ବର୍ଷ 2023-24 ପାଇଁ ସାଧାରଣ ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଏଗ୍ରିକଲଚର ଆସେଲେରେଟର ଫଣ୍ଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ଫଣ୍ଡ କୃଷି କ୍ଷେତ୍ରରେ ଷ୍ଟାର୍ଟଅପକୁ ଗୁରୁତ୍ବ ଦେବ । ବର୍ଷ 2024 ପାଇଁ କ୍ରେଡିଟ ଟାର୍ଗେଟ 20ଲକ୍ଷ କୋଟିକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କ୍ଷେତ୍ର ଅଧୀନରେ ପଶୁପାଳନ, ଗୋପାଳନ, ମତ୍ସ୍ୟଚାଷକୁ ପ୍ରାଥମିକତା ମିଳିବ । ଏହି ସମସ୍ତ କ୍ଷେତ୍ରରେ ପ୍ରାୟ 20 ଲକ୍ଷ କୋଟି ଟଙ୍କାର ଲୋନ ପ୍ରଦାନ କରି ଯୁବ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଗତ 6ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ହାରାହାରି 4.6 ପ୍ରତିଶତ ହାରରେ ଅଭିବୃଦ୍ଧି ଜାରି ରହିଛି ।

ଚଳିତ ବଜେଟ ନିର୍ମଳା ସୀତାରମଣଙ୍କ ପଞ୍ଚମ ବଜେଟ ହୋଇଥିବା ବେଳେ ଏହା ମୋଦି ସରକାରର ଦ୍ବିତୀୟ ପାଳିର ଅନ୍ତିମ ବଜେଟ । ସେହିପରି ସ୍ବାଧୀନତାର 75ବର୍ଷ ଅବସରରେ ଦେଶ ପାଳନ କରୁଥିବା ଅମୃତକାଳର ଏହା ପ୍ରଥମ ବଜେଟ । ଗୃହରେ ବଜେଟ ଉପସ୍ଥାପନ ଜାରି ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଗୋଟିଏ ପରେ ଗୋଟିଏ କ୍ଷେତ୍ର ପାଇଁ ବ୍ୟବବରାଦ ରାଶି ଘୋଷଣା ଜାରିରହିଛି । ଆସନ୍ତା ଆର୍ଥିକ ବର୍ଷ (2023-24)ରେ ଦେଶର ଅଭିବୃଦ୍ଧି ହାର 6.8 ପ୍ରତିଶତ ରହିବା ନେଇ ପୂର୍ବାକଳନ ପ୍ରକାଶ ପାଇଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.