ETV Bharat / bharat

HIV confirmed in Jail: 140 ଅନ୍ତେବାସୀ HIV ସଂକ୍ରମିତ

author img

By

Published : Nov 17, 2022, 6:04 PM IST

ଜେଲ ଅନ୍ତେବାସୀ HIV ସଂକ୍ରମିତ ! ଗାଜିଆବାଦର ଡାସନା ଜେଲ(Dasna Jail of Ghaziabad)ରେ HIV ସଂକ୍ରମଣ ଭୟାବହ ସ୍ଥିତି । 140 ଅନ୍ତେବାସୀ HIV ସଂକ୍ରମିତ ଜଣାପଡିବା ପରେ ବଢିଲା ଚିନ୍ତା । ଜାରି ରହିଛି ସମସ୍ତଙ୍କ ଚିକିତ୍ସା । ଅଧିକ ପଢନ୍ତୁ

HIV confirmed in Jail: 140 ଅନ୍ତେବାସୀ HIV ସଂକ୍ରମିତ
HIV confirmed in Jail: 140 ଅନ୍ତେବାସୀ HIV ସଂକ୍ରମିତ

ନୂଆଦିଲ୍ଲୀ: ଜେଲ ଅନ୍ତେବାସୀ HIV ସଂକ୍ରମିତ ! ଜଣେ କି ଦୁଇ ଜଣ ନୁହନ୍ତି ବରଂ ଏକାଥରକେ 140 କଏଦୀ HIVରେ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଛି । ଏହା ଜଣାପଡିବା ପରେ ଜେଲ କତ୍ତୃପକ୍ଷଙ୍କ ଚିନ୍ତା ବଢିଛି । ଗାଜିଆବାଦର ଡାସନା ଜେଲରେ(Dasna Jail of Ghaziabad) ଏପରି କିଛି ଘଟଣା ଏବେ ଚିନ୍ତା ସୃଷ୍ଟି କରିଛି । ଉକ୍ତ ଜେଲରେ ଏବେ ମୋଟ 5,500 କଏଦୀ ରହିଛନ୍ତି । ସେମାନଙ୍କୁ ମଧ୍ୟରୁ 140 କଏଦୀ HIV ରେ ସଂକ୍ରମିତ ହୋଇଥିବା ସେମାନଙ୍କ ରକ୍ତ ନମୂନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ସଂକ୍ରମିତଙ୍କ ମଧ୍ୟରେ 35 କଏଦୀ ଯକ୍ଷ୍ମାରେ ମଧ୍ୟ ପୀଡିତ ଅଛନ୍ତି ।

HIV confirmed in Jail: 140 ଅନ୍ତେବାସୀ HIV ସଂକ୍ରମିତ
HIV confirmed in Jail: 140 ଅନ୍ତେବାସୀ HIV ସଂକ୍ରମିତ

ତେବେ ଏତେ ସଂଖ୍ୟକ କଏଦୀ କିପରି ସଂକ୍ରମିତ ହେଲେ ତାର ତଦନ୍ତ ଆରମ୍ଭ ହୋଇଛି । ଏମାନେ ସଂକ୍ରମିତ ହୋଇ ଜେଲକୁ ଆସିଥିଲେ, ନା ଜେଲ ପରିସରେ ସଂକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନି । ସଂକ୍ରମିତଙ୍କୁ ରାଜ୍ୟ ଏଡସ ନିୟନ୍ତ୍ରଣ ବୋର୍ଡ ସହଯୋଗରେ ଚିକିତ୍ସା ମଧ୍ୟ କରାଯାଉଛି । ତେବେ ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ଅନ୍ୟ କଏଦୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ଉଦବେଗ ମଧ୍ୟ ବଢିଛି । ସଂକ୍ରମିତ ରୋଗୀଙ୍କୁ ଚିକତ୍ସା ନିରୀକ୍ଷଣରେ ରଖାଯାଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.