ETV Bharat / bharat

ଦିଲ୍ଲୀ-ପୁଣେ ବିମାନରେ ବୋମା ଆତଙ୍କ

author img

By

Published : Jan 13, 2023, 7:19 AM IST

ଦିଲ୍ଲୀରୁ ପୁଣେ ଯିବାକୁ ଥିବା ବିମାନରେ ବୋମା ଆତଙ୍କ । ଯାଞ୍ଚରୁ କିଛି ମିଳିନଥିବା ସୂଚନା । ଅଧିକ ପଢନ୍ତୁ

ସ୍ପାଇସଜେଟ ବିମାନରେ ବୋମା ଆତଙ୍କ
ସ୍ପାଇସଜେଟ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ବିମାନରେ ବୋମା ଆତଙ୍କ । ଗତକାଲି ସନ୍ଧ୍ୟାରେ ଦିଲ୍ଲୀରୁ ପୁଣେ ଯିବାକୁ ଥିବା ସ୍ପାଇସଜେଟର ଏକ ବିମାନରେ ବୋମା ଥିବା ସୂଚନା ମିଳିଛି । ବିମାନ ଉଡାଣ ଭରିବା ପୂର୍ବରୁ ବୋମା ସମ୍ପର୍କରେ ଫୋନ କଲ୍ ଯୋଗେ ଖବର ଆସିଛି । ଯାହାଫଳରେ ଯାତ୍ରୀଙ୍କ ବୋର୍ଡିଂ ବନ୍ଦ କରାଯାଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାକୁ ଭଲ ଭାବେ ଯାଞ୍ଚ କରାଯାଇଛି । ହେଲେ ଏ ପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ସୂଚନା ରହିଛି । ଉକ୍ତ ବିମାନର କ୍ରୁ ସଦସ୍ୟଙ୍କ ସହ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ବିମାନ ବନ୍ଦରରେ ଭୟର ବାତାବରଣ ଖେଳିଯାଇଛି ।

ଏହାମଧ୍ୟ ପଢନ୍ତୁ: Sharad Yadav Passed Away: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରତ ଯାଦବଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ସୂଚନା ମୁତାବକ, ସ୍ପାଇସଜେଟ୍‌ର SG 8938 ବିମାନ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗତକାଲି(ଗୁରୁବାର) ସନ୍ଧ୍ୟା ୫ଟା ୩୫ ମିନିଟ୍ ସମୟରେ ପୁଣେ ଅଭିମୁଖେ ଉଡାଣ ଭରିବାକୁ ଥିଲା । ଏଥିପାଇଁ ସମସ୍ତ ଯାତ୍ରୀଙ୍କ ବୋର୍ଡିଂ ଗେଟ୍ ନିକଟରେ ପହଞ୍ଚିଥିଲେ । ହେଲେ ବିମାନ ଉଡାଣ ଆରମ୍ଭ କରିବା ପୂର୍ବରୁ ଏଥିରେ ବୋମା ଥିବା ନେଇ ଏକ ଫୋନ କଲ୍ ଆସିଥିଲା । ଯାହାଫଳରେ ବିମାନ ବନ୍ଦର ପରିସରରେ ଆତଙ୍କ ଖେଳିଯାଇଥିଲା । ଏନେଇ ବୋମା ସ୍କ୍ବାର୍ଡକୁ ଖବର ଦିଆଯିବା ସଙ୍ଗେ ସଙ୍ଗେ ପୋଲିସ ଓ ସିଆଇଏସଏଫ୍ ସଜାଗରେ ରହିଥିଲେ । ଯାତ୍ରୀଙ୍କ ବୋର୍ଡିଂ ବନ୍ଦ କରାଯାଇ ବିମାନଟିକୁ ଭଲ ଭାବେ ତଲାସି କରାଯାଇଥିଲା । ହେଲେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଖୋଲିଲାନି ଦ୍ବାର, ବିମାନ ବନ୍ଦରରେ ଘଣ୍ଟାଏ ବନ୍ଦ ରହିଲେ ଯାତ୍ରୀ

ତେବେ ବିମାନରେ ବୋମା ଥିବା ନେଇ କିଏ କଲ୍ କରିଥିଲେ ଏବଂ ଏହା ମିଥ୍ୟା କଲ୍ ଥିବା କି, ସେ ସମ୍ପର୍କରେ ତଦନ୍ତ କରାଯାଉଛି । ତେବେ ବିମାନରେ ଏଭଳି ବୋମା ଧମକ ମିଳିବା ପ୍ରଥମ ଘଟଣା ନୁହେଁ । ଅନେକ ସମୟରେ ବୋମା ଥିବାର ମିଥ୍ୟା ଖବର ଆସୁଛି । ଏହା ପୂର୍ବରୁ ଜାନୁୟାରୀ ୧୦ରେ ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଥିବାର ସୂଚନା ମିଳିଥିଲା । କ୍ରୁ ସଦସ୍ୟଙ୍କୁ ସୂଚନା ପାଇବା ପରେ ବିମାନଟି ଗୋଆ ପହଞ୍ଚିବା ପୂର୍ବରୁ ଏହାକୁ ଗୁଜୁରାଟ ଜାମନଗର ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ସେଠାରେ ବୋମା ନିଷ୍କ୍ରିୟକାରୀ ଟିମ୍ ଭଲ ଭାବେ ଯାଞ୍ଚ କରିଥିଲେ ହେଁ କୌଣସି ବୋମା ମିଳିନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.