ETV Bharat / bharat

ଛତିଶଗଡ଼ରେ ବିଜେପି ଆଗୁଆ, ରମଣ କହିଲେ ବିଜେପି ଲୋକଙ୍କ ବିଶ୍ୱାସ ଜିତିଛି

author img

By ETV Bharat Odisha Team

Published : Dec 3, 2023, 1:03 PM IST

Updated : Dec 3, 2023, 1:12 PM IST

ଜାରି ରହିଛି ଭୋଟ ଗଣତି । ପ୍ରାରମ୍ଭିକ ରାଉଣ୍ଡ ପରେ ଛତିଶଗଡ଼ରେ ଟ୍ରେଣ୍ଡିଂ କରୁଛି ବିଜେପି । ଏହାକୁ ନେଇ ବିଜେପି କ୍ୟାମ୍ପ ଉତ୍ସାହ ଆରମ୍ଭ ହେଲାଣି । ଏହାରି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ । ଅଧିକ ପଢ଼ନ୍ତୁ

former CM Raman Singh reaction
ରମଣ କହିଲେ ବିଜେପି ଲୋକଙ୍କ ବିଶ୍ୱାସ ଜିତିଛି

ରମଣ କହିଲେ ବିଜେପି ଲୋକଙ୍କ ବିଶ୍ୱାସ ଜିତିଛି

ରାୟପୁର: ଛତିଶଗଡ଼ରେ ଚାଲିଲା ବିଜେପି ହାୱା ! ପାରମ୍ଭିକ ରାଉଣ୍ଡ ଭୋଟ ଗଣତି ପରେ ବିଜେପି 90 ଆସନରୁ 55 ଆସନରେ ଲିଡ୍‌ କରୁଛି । ବିଜେପି ସମସ୍ତ ଏକଜିଟ୍‌ ଆକଳନ ଭୁଲ ସାବ୍ୟସ୍ତ କରୁଥିବା ମନେ ହେଉଛି । ଏଠାରେ ଅଧିକାଂଶ ସ୍ଥାନରେ 6ରୁ 7 ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏହାପରେ କଂଗ୍ରେସ 33ଟି ଆସନରେ ଆଗୁଆ ରହିଛି । ଫଳରେ କଂଗ୍ରେସ ସରକାର ଗଢ଼ିବା ସ୍ୱପ୍ନ ପୁଣି ଧୂଳିସାତ ହେଉଥିବା ମନେ ହେଉଛି । ଏହାକୁ ନେଇ ଏବେ ବିଜେପିର ତୁଙ୍ଗ ନେତା ତଥା ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଭୋଟରଙ୍କ ଆକ୍ରୋଶ ଭୋଟିଂ ପରିଲକ୍ଷିତ ହୋଇଥିବା କଥା କହିଛନ୍ତି ରମନ ସିଂହ।

ଛତିଶଗଡ଼ରେ ଏବେ ସୁଦ୍ଧା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଜେପି ଟ୍ରେଣ୍ଡିଂରେ ରହିଛି। ମ୍ୟାଜିକ ନମ୍ବରଠାରୁ 10 ସିଟ୍‌ରେ ଆଗୁଆ ରହିଛି । ଯଦିଓ ବର୍ତ୍ତମାନ ସୁଦ୍ଧା 18 ରାଉଣ୍ଡ ଗଣତିରୁ ମାତ୍ର 6ରୁ 7 ରାଉଣ୍ଡ ଗଣତି ଶେଷ ହୋଇଛି, କିନ୍ତୁ ରାଜନୀତି ପଣ୍ଡିତଙ୍କ କଥା ମାନିଲେ ଏଥର ବିଜେପି ପୁଣି ଛତିଶଗଡ଼କୁ ଫେରୁଥିବା ବିଶ୍ୱାସ କରାଯାଇ ପାରେ ।

ଏହାକୁ ନେଇ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି, "ନିଶ୍ଚିତ ରୂପରେ ସହର ଗ୍ରାମୀଣ ଇଲାକାରେ ବିଜେପି ପକ୍ଷରେ ଲୋକମତ ରହିଛି । ଏଠାରେ ଦଳ ଟ୍ରେଣ୍ଡିଂରେ ରହିଛି। ଏହି ଟ୍ରେଣ୍ଡିଂ ସହ ଆଗାମୀ ଦିନରେ ଦଳ ଛତିଶଗଡ଼ରେ ସରକାର ଗଢ଼ିବ । ଖାଲି ଛତିଶଗଡ଼ ନୁହେଁ ଅନ୍ୟ ଦୁଇ ରାଜ୍ୟରେ ବି ବିଜେପି ସରକାର ଗଢ଼ିବ।"

ଚଳିତ ବିଧାନସଭା ନିର୍ବାଚନରେ ବିଜେପି ପ୍ରାରମ୍ଭିକ ସଫଳତା ପଛର କାରଣ ମଧ୍ୟ ବଖାଣିଛନ୍ତି ରମଣ ସିଂହ । କହିଛନ୍ତି, "ଭୁପେଶଙ୍କ ଭ୍ରାଷ୍ଟାଚାର, ବିକାଶର କାମ ଠପ ହୋଇଥିଲା, କଂଗ୍ରେସର ପ୍ରତିଶ୍ରୁତି ଦେଇ ପାଳନ କରିନଥିଲା। ପୁଣି ମୋଦିଙ୍କ ଗାରେଣ୍ଟି ଘୋଷଣାପତ୍ର ଲୋକଙ୍କୁ ଆକୃଷ୍ଟ କରିଛି । ବିଜେପି ଲୋକଙ୍କ ବିଶ୍ୱାସ ଜିତିଛି।"

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଛତିଶଗଡ଼ରେ ମହିଳା ଭୋଟିଂ ହାର ବୃଦ୍ଧି ପାଇଛି । ଏହାର ଯାହା ବିଜେପିକୁ ସୁହାଇଥିବା କୁହାଯାଉଛି । ଏହାକୁ ନେଇ ରମଣ ସିଂହ କହିଛନ୍ତି, "ମହିଳାଙ୍କୁ ମାସିକ 12 ହଜାର ଟଙ୍କା ଦେବା ଯୋଜନା, ଗ୍ୟାସ ସିଲିଣ୍ଡର ବାବଦକୁ 500 ଟଙ୍କା ଓ 18 ଲକ୍ଷ ଆବାସ ଯୋଗାଇ ଦେବା ଘୋଷଣା ମହିଳାଙ୍କୁ ଭୋଟରଙ୍କୁ ବୁଥ୍‌କୁ ଟାଣିଥିଲା। ଯାହାର ସୁଫଳ ବିଜେପିକୁ ମିଳିଛି।"

Last Updated : Dec 3, 2023, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.