ETV Bharat / bharat

କୋରୋନା ପଞ୍ଝାରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ

author img

By

Published : Oct 3, 2020, 7:55 AM IST

ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କୋରୋନା ପଜିଟିଭ । କ୍ବାରେଣ୍ଟାଇନରେ ରହିଛନ୍ତି କେଶବ ପ୍ରସାଦ ମୌର୍ଯ୍ୟ । ଅଧିକ ପଢନ୍ତୁ....

Uttar Pradesh Deputy Chief Minister Tests Positive For Coronavirus
କୋରୋନା ପଞ୍ଝାରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କୋରୋନା ପଜିଟିଭ । ସଂକ୍ରମିତ ଚିହ୍ନଟ ହେବା ପରେ ସେ କ୍ବାରେଣ୍ଟାଇନରେ ରହିଥିବା ସୂଚନା ମିଳିଛି । ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କୋଭିଡରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯିବା ପରେ ସେ କୋଭିଡ ପରୀକ୍ଷା କରିଥିଲେ । ଯାହାର ରିପୋର୍ଟ ପଜିଟିଭି ଆସିଛି ।

ତେବେ, ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋରୋନା ପରୀକ୍ଷା କରାଇବା ପାଇଁ ସେ କହିଛନ୍ତି । ତେବେ, ଶୁକ୍ରବାର ଦିନ ଉତ୍ତର ପ୍ରଦେଶରେ 3,946 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4,06,995ରେ ପହଞ୍ଚିଛି । ଏହାସହ 5,917 ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.