ETV Bharat / bharat

ପଞ୍ଚଭୂତରେ ବିଲୀନ ପାଶୱାନ, ପୁଅ ଚିରାଗ ଦେଲେ ମୁଖାଗ୍ନି

author img

By

Published : Oct 10, 2020, 5:06 PM IST

ପଞ୍ଚଭୂତରେ ବିଲୀନ ହେଲେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ । ପାଟନାର ଦିଘା ଘାଟରେ ରାମବିଳାସଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଗଲା ଅନ୍ତିମ ବିଦାୟ । ପୁଅ ଚିରାଗ ପାଶୱାନ ଦେଲେ ମୁଖାଗ୍ନି । ଅଧିକ ପଢନ୍ତୁ...

ପଞ୍ଚଭୂତରେ ବିଲୀନ ହେଲେ ଦିଂବଗତ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ
ପଞ୍ଚଭୂତରେ ବିଲୀନ ହେଲେ ଦିଂବଗତ ପଞ୍ଚଭୂତରେ ବିଲୀନ ହେଲେ ଦିଂବଗତ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନକେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ

ପାଟନା: ପଞ୍ଚଭୂତରେ ବିଲୀନ ହେଲେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ । ପାଟନାର ଦିଘା ଘାଟରେ ପାଶୱାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଗଲା ଅନ୍ତିମ ବିଦାୟ । ରାମବିଳାସଙ୍କ ପୁଅ ଚିରାଗ ମୁଖାଗ୍ନି ଦେଇଛନ୍ତି ।

ପଞ୍ଚଭୂତରେ ବିଲୀନ ହେଲେ ଦିଂବଗତ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ
ପଞ୍ଚଭୂତରେ ବିଲୀନ ହେଲେ ଦିଂବଗତ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ


ବିହାର ରାଜନୀତିରେ ସେ ଜନନେତା ଭାବରେ ବେଶ ପରିଚିତ ଥିଲେ । ଯାହା ତାଙ୍କ ଅନ୍ତିମ ଦର୍ଶନରେ ଦେଖିବାକୁ ମିଳିଛି । ସାରା ଦେଶର ବିଭିନ୍ନ କୋଣ ଅନୁକୋଣରୁ ତାଙ୍କ ସମର୍ଥକ ଆସି ଆଜି ଚିର ବିଦାୟ ଦେଇଛନ୍ତି । ଅନ୍ତିମ ସଂସ୍କାରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି ଓ କେନ୍ଦ୍ର ମନ୍ତ୍ରୀ ଅଶ୍ବୀନ ଚୌବେ ଓ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ କେନ୍ଦ୍ରରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ଯୋଗ ଦେଇ ତାଙ୍କ ଶେଷ ଦର୍ଶନ କରିଛନ୍ତି ।

ପଞ୍ଚଭୂତରେ ବିଲୀନ ହେଲେ ଦିଂବଗତ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ
ପଞ୍ଚଭୂତରେ ବିଲୀନ ହେଲେ ଦିଂବଗତ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ


ଦୀର୍ଘ ରାଜନୈତିକ ଜୀବନରେ ଅବସାନ ଘଟି ଗତ ଶୁକ୍ରବାର ଦିଲ୍ଲୀର ଏକ ଘରୋଇ ହସପିଟଲାରେ ତାଙ୍କର ପରଲୋକ ହୋଇଥିଲା । ବିହାର ତଥା ସାରା ଦେଶରେ ରାଜନୈତିକ କ୍ଷେତ୍ରରେ ସ୍ବତନ୍ତ୍ର ଛାପ ଛାଡିଯାଇଥିବା ପାଶୱାନ ଦୀର୍ଘ 51 ବର୍ଷ ରାଜନୈତିକ କ୍ଷେତ୍ରରେ ବିଭିନ୍ନ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ସେ ଦେଶର ଅଧିକାଂଶ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.