ETV Bharat / bharat

ବୁଧବାର କେନ୍ଦ୍ର କ୍ୟାବିନେଟର ବଡ ବୈଠକ, ଚାଷୀ ଆନ୍ଦୋଳନ ପ୍ରସଙ୍ଗ ହୋଇପାରେ ଚର୍ଚ୍ଚା

author img

By

Published : Dec 8, 2020, 9:07 PM IST

ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ମଧ୍ୟରେ ବୁଧବାର କେନ୍ଦ୍ର କ୍ୟାବିନେଟର ବଡ ବୈଠକ । ଅଧିକ ପଢନ୍ତୁ...

ବୁଧବାର କେନ୍ଦ୍ର କ୍ୟାବିନେଟର ବଡ ବୈଠକ, ଚାଷୀ ଆନ୍ଦୋଳନ ଉପରେ ହୋଇପାରେ ଚର୍ଚ୍ଚା
ବୁଧବାର କେନ୍ଦ୍ର କ୍ୟାବିନେଟର ବଡ ବୈଠକ, ଚାଷୀ ଆନ୍ଦୋଳନ ଉପରେ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ମଧ୍ୟରେ ବୁଧବାର ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟର ବଡ ବୈଠକ । ବୈଠକରେ ଚାଷୀ ଆନ୍ଦୋଳନର ସମାଧାନ ପାଇଁ କୌଣସି ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସରକାରଙ୍କ ଉପରେ କ୍ରମାଗତ ଚାପ ବଢିବାରେ ଲାଗିଛି । ନିଜ ଦାବିରେ ଅଟଳ ରହିଛନ୍ତି ଚାଷୀ । ଏହାରି ମଧ୍ୟରେ ସେହି ବୁଧବାର ହିଁ ଚାଷୀ ଓ ସରକାରଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବ ।

ସେପଟେ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଚାଷୀଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଅନେକ ସ୍ଥାନରେ ରାସ୍ତା ରୋକ କରାଯାଇ ଦୀର୍ଘ 4 ଘଣ୍ଟା କାଳ ଚକଅଖ ଜାମ କରାଯାଇଥିଲା । ତେବେ ପଞ୍ଜାବରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦିଲ୍ଲୀ ଦେଇ ସାରା ଦେଶରେ ବ୍ୟାପି ସାରିଛି । ଏହି ଆନ୍ଦଜୋଳନ ଆଗକୁ ଆହୁରି ତୀବ୍ର ହୋଇପାରେ ବୋଲି ଚେତାବନୀ ମଧ୍ୟ ଦେଇସାରିଛନ୍ତି ଚାଷୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.