ETV Bharat / bharat

'ଆର୍ଥ ଡେ'କୁ 50 ବର୍ଷ, ଡୁଡୁଲରେ ସ୍ଥାନ ପାଇଛି ମହୁମାଛିର ଉତ୍ସର୍ଗ

author img

By

Published : Apr 22, 2020, 10:25 AM IST

ପୃଥିବୀ ଦିବସର 50 ତମ ବାର୍ଷିକୀ ଅବସରରେ ଗୁଗୁଲ ପୃଥିବୀର ସବୁଠାରୁ ଛୋଟ ଏବଂ ଗୁରୁତ୍ୱପୂର୍ଣ୍ଣ ଜୀବକୁ ମହୁମାଛି ପାଇଁ ଉତ୍ସର୍ଗ କରିଛି । ଏହା ପ୍ରଥମେ 1970 ମସିହାରେ ପାଳନ କରାଯାଇଥିଲା । ଅଧିକ ପଢନ୍ତୁ...

Today marks 50 years of Earth Day
'ଆର୍ଥ ଡେ'କୁ 50 ବର୍ଷ, ଡୁଡୁଲରେ ସ୍ଥାନ ପାଇଛି ମହୁମାଛିର ଉତ୍ସର୍ଗ

ହାଇଦ୍ରାବାଦ: ଆଜି ହେଉଛି 'ଆର୍ଥ ଡେ' ବା 'ପୃଥିବୀ ଦିବସ'। 22 ଏପ୍ରିଲର ଆଜିର ଦିନରେ ପରିବେଶ ସୁରକ୍ଷା ପାଇଁ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଏ । ତେବେ ଏହାକୁ ପ୍ରଥମେ 1970 ମସିହାରେ ପାଳନ କରାଯାଇଥିଲା । ଚଳିତ ବର୍ଷ ପୃଥିବୀ ଦିବସକୁ 50 ବର୍ଷ ପୁରିଛି । ଏହାର ଥିମ୍ 'କ୍ଲାଇମେଟ ଆକ୍ସନ' ରଖାଯାଇଛି । ଏହି ଆନ୍ଦୋଳନକୁ 1969 ମସିହାରେ ଜୁଲିଆନ୍ କୋନିଗ ପ୍ରଦାନ କରିଥିଲେ, ଏବଂ 22 ଏପ୍ରିଲରେ ଏହାକୁ ପାଳନ କରିବାକୁ ସ୍ଥିର ହୋଇଥିଲା।

ଆଜି, ପୃଥିବୀ ଦିବସର 50 ତମ ବାର୍ଷିକୀରେ, ଗୁଗୁଲ ତାର ଡୁଡଲରେ ପୃଥିବୀର ସବୁଠାରୁ ଛୋଟ ଏବଂ ଗୁରୁତ୍ୱପୂର୍ଣ୍ଣ ଜୀବ ମହୁମାଛିକୁ ଉତ୍ସର୍ଗ କରିଛି । ଡୁଡଲରେ ଏକ "ପ୍ଲେ" ଅପ୍ସନ୍ ବଟନ୍ ସହିତ ଏକ ମହୁମାଛି ଅଛି । ଉପଭୋକ୍ତାମାନେ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଏକ କ୍ଷୁଦ୍ର ଭିଡିଓ ଖୋଲିବ। ଯାହା ମହୁମାଛିର ମହତ୍ତ୍ୱକୁ ଆଲୋକିତ କରିଥାଏ କାରଣ ସେମାନେ ପରାୟଣ ପ୍ରଣାଳୀ ମାଧ୍ୟମରେ ବିଶ୍ୱର ଦୁଇ-ତୃତୀୟାଂଶ ଫସଲ ଯୋଗାଉଛନ୍ତି ।

ଏହା ବ୍ୟତୀତ, ଏକ ଛୋଟ ଖେଳ ମଧ୍ୟ ରହିଛି ଯେଉଁଥିରେ ଉପଭୋକ୍ତାମାନେ ମହୁମାଛି ଏବଂ ଆମ ଗ୍ରହ ବିଷୟରେ ମଜାଳିଆ ତଥ୍ୟ ଜାଣିପାରିବେ କିପରି ମହୁମାଛି ଫୁଲ ଉପରେ ବସି ଜୀବନକୁ ଆଗକୁ ବଢାଇଥାଏ । ତେବେ ଏହି ଭିଡିଓ ପ୍ରସ୍ତୁତିର ମୁଖ୍ୟ କାରଣ ହେଉଛି, ଲୋକମାନଙ୍କୁ ପୃଥିବୀ ତଥା ମାନବିକତା ଉପରେ ମହୁମାଛିର ମହତ୍ତ୍ବକୁ ବୁଝାଇବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.