ETV Bharat / bharat

ଚିଡିଆଖାନାରେ ଆଖି ବୁଜିଲା ବାଘୁଣୀ, କୋରୋନା ଟେଷ୍ଟିଂ ପାଇଁ ପଠାଗଲା ନମୁନା

author img

By

Published : Apr 24, 2020, 3:38 PM IST

କିଡନୀ ଅକାମୀ ହୋଇଯିବାରୁ ଦିଲ୍ଲୀର ଏକ ଚିଡିଆଖାନାରେ ବାଘୁଣୀର ମୃତ୍ୟୁ ଘଟିଥିଲେ ବି ନମୁନା ସଂଗ୍ରହ କରି କୋରୋନା ଟେଷ୍ଟିଂ ପାଇଁ ପଠାଯାଇଥିବା ସୂଚନା ଦେଲା ଚିଡିଆଖାନା କର୍ତ୍ତୃପକ୍ଷ । ଅଧିକ ଖବର ପଢନ୍ତୁ...

Tigress dies of kidney failure in delhi
ଚିଡିଆଖାନାରେ ଆଖି ବୁଜିଲା ବାଘୁଣୀ, କୋରୋନା ଟେଷ୍ଟିଂ ପାଇଁ ପଠାଗଲା ନମୁନା

ନୂଆଦିଲ୍ଲୀ: ଦିଲ୍ଲୀ ଚିଡିଆଖାନାରେ ଏକ ବାଘୁଣୀ ମୃତ୍ୟୁ ପରେ ଚିଡିଆଖାନା କତ୍ତୃପକ୍ଷଙ୍କ ତତ୍ପରତା । କିଡନୀ ଅକାମୀ ହୋଇଯିବାରୁ ବାଘୁଣୀର ମୃତ୍ୟୁ ଘଟିଥିଲେ ବି ନମୁନା ସଂଗ୍ରହ କରି କୋରୋନା ଟେଷ୍ଟିଂ ପାଇଁ ପଠାଯାଇଥିବା ସୂଚନା ଦେଲା ଚିଡିଆଖାନା କର୍ତ୍ତୃପକ୍ଷ।

ଦିଲ୍ଲୀ ବର୍ତ୍ତମାନ କୋରୋନା କରିଡର ଭାବେ ପରିଚିତ ଥିବାବେଳେ ଚିଡିଆଖାନାରେ ବାଘୁଣୀ ମୃତ୍ୟୁ ପରେ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି। ପ୍ରକାଶ ଥାଉକି ନ୍ୟୁୟର୍କରେ ପୂର୍ବରୁ ଏକ ବାଘ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ ନିକଟରେ ଦୁଇଟି ପୋଷା ବିଲେଇ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏପରିକି ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସମସ୍ତ ଚିଡିଆଖାନାରେ ପଶୁ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଧିକ ଯତ୍ନବାନ ହେବା ପାଇଁ ମାର୍ଗଦର୍ଶିକା ଜାରି କରିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ବାଘର ମୃତ୍ୟୁ ସମସ୍ତଙ୍କୁ ଆଶଙ୍କା ଭିତରକୁ ଟାଣି ଆଣିଛି। ତେବେ ବାଘର ମୃତ୍ୟୁ କୀଡନୀ ଅକାମିରେ ହୋଇଥିଲେ ବି କୋରୋନା ରିପୋର୍ଟକୁ ଅପେକ୍ଷା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.