ETV Bharat / bharat

ଚଳିତ ସପ୍ତାହର ସ୍ଥିତି ହେବ ଗୁରୁତର ! କୋଭିଡ୍-19 ସଂକ୍ରମଣରେ ମେ' ସୁଦ୍ଧା ଲାଗିପାରେ ରୋକ୍

author img

By

Published : Apr 6, 2020, 1:20 PM IST

ତବଲିଗ୍ ଜାମତ୍ କାରଣରୁ କୋରୋନା ପଜିଟିଭ୍ ସବୁ ରାଜ୍ୟରେ ବଢିଛି । କୋଭିଡ୍-19 ସଂକ୍ରମଣର ପ୍ରଭାବ ମେ' ମାସ ପ୍ରଥମ ସପ୍ତାହ ବେଳକୁ କ୍ରମଶଃ କମିବ ବୋଲି ସରକାର ପୂର୍ବାନୁମାନ କରିଛନ୍ତି ।

This-week-critical-spread
ଚଳିତ ସପ୍ତାହର ସ୍ଥିତି ହେବ ଗୁରୁତର ! କୋଭିଡ୍-19 ସଂକ୍ରମଣରେ ମେ" ସୁଦ୍ଧା ଲାଗିପାରେ ରୋକ୍....

ନୂଆଦିଲ୍ଲୀ: କୋଭିଡ୍-19 ସଂକ୍ରମଣର ପ୍ରଭାବ ମେ' ମାସ ପ୍ରଥମ ସପ୍ତାହ ବେଳକୁ କ୍ରମଶଃ କମିବ ବୋଲି ସରକାର ପୂର୍ବାନୁମାନ କରିଛନ୍ତି । କିନ୍ତୁ ଚଳିତ ସପ୍ତାହରେ ସଂକ୍ରମଣରେ ବୃଦ୍ଧି ଘଟିବ ବୋଲି ସ୍ପଷ୍ଟ ଆଶଙ୍କା କରାଯାଉଛି । ନୂଆ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଇସଲାମିକ୍ ଧର୍ମସଭା ଯୋଗୁଁ ସମଗ୍ର ଦେଶରେ ସଂକ୍ରମଣ ବଢିଥିଲା ।

ଏହି ତବଲିଗ୍ ଜାମତ୍ କାରଣରୁ କୋରୋନା ପଜିଟିଭ୍ ସବୁ ରାଜ୍ୟରେ ବଢିଛି । ଯଦିଓ ସମଗ୍ର ଦେଶରେ ଲକ୍ ଡାଉନ୍ କରାଯାଇ ପରିସ୍ଥିତିରେ ସୁଧାର ଆଣିବାକୁ ପ୍ରୟାସ ଜାରୀ ରହିଛି, ତଥାପି ସଂକ୍ରମଣର ସ୍ଥିତିରେ ସେମିତି କୌଣସି ପରିବର୍ତ୍ତନ ଆସିନାହିଁ ।

ବିଶ୍ବରେ କୋରୋନା ଭାଇରସ କମିବାର ନାଁ ନେଉନି । ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ 12 ଲକ୍ଷ 73 ହଜାର 712ଲୋକ ଆକ୍ରାନ୍ତ ଥିବା ବେଳେ 69 ହଜାର 458 ଲୋକଙ୍କ ଜୀବନ ନେଲାଣି । ଏହସହ ପ୍ରାୟ 2 ଲକ୍ଷ 62 ହଜାର 486 ଲୋକ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.