ETV Bharat / bharat

ଦେଶ ସ୍ବାଧୀନତାକୁ 74 ବର୍ଷ, ଶୁଭେଚ୍ଛା ଜଣାଇଲେ ମୋଦି ଓ ଶାହା

author img

By

Published : Aug 15, 2020, 7:30 AM IST

ଆଜି ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ। ଏହି ପବିତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ 74 ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।

ଦେଶ ସ୍ବାଧୀନତାକୁ 74 ବର୍ଷ , ଶୁଭେଚ୍ଛା ଜଣାଇଲେ ମୋଦି ଓ ଶାହା
ଦେଶ ସ୍ବାଧୀନତାକୁ 74 ବର୍ଷ , ଶୁଭେଚ୍ଛା ଜଣାଇଲେ ମୋଦି ଓ ଶାହା

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ। କୋଭିଡ୍ କଟକଣା ପାଇଁ ଏହି ଦିବସର ଆନନ୍ଦ ଫିକା ପଡିଯାଇଥିବା ବେଳେ ନିରାଡମ୍ବର ଭାବେ ଏହାକୁ ଦେଶବାସୀ ମନାଉଛନ୍ତି। କାଶ୍ମୀର ଠୁ କନ୍ୟାକୁମାରୀ ସବୁଠି ଆଜି ଜାତୀୟ ପତାକା ଫରଫର ହୋଇଉଡୁଛି।

ଆଜିର ଏହି ସୁବର୍ଣ୍ଣ ମୁହୁର୍ତ୍ତରେ ବୀରପୁତ୍ରଙ୍କ ବଳିଦାନର କାହାଣୀ ପୁଣି ଥରେ ଆଖି ସାମ୍ନାରେ ଝଲସି ଉଠୁଛି। ବାସ୍ତବରେ ମାଟି ମାକୁ ବିଦେଶୀ ଶାସନ ମୁକ୍ତ କରିବାକୁ ସେମାନଙ୍କର ତ୍ୟାଗ, କର୍ତ୍ତବ୍ୟ ଓ ନିଷ୍ଠାର ସମକକ୍ଷ କେହି ହୋଇ ପାରିବେ ନାହିଁ।

ତେବେ ଏହି ପବିତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ 74 ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ''ସ୍ବତନ୍ତ୍ରତା ଦିବସର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା'' ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନକୁ ପୂରଣ କରିବା ଏବଂ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରି ଦେଶକୁ ନୂତନ ଉଚ୍ଚତାକୁ ଆଣିବାରେ ସହଯୋଗ କରିବା ପାଇଁ ଆହ୍ବାନ ଦେଇଛନ୍ତି।

  • On this #IndependenceDay, let us take a pledge to fulfil PM Narendra Modi's dream of a self-reliant India and contribute to taking the country to new heights by using indigenous products: Home Minister Amit Shah pic.twitter.com/1C3pEIaIP8

    — ANI (@ANI) August 15, 2020 " class="align-text-top noRightClick twitterSection" data=" ">

ଲାଲକିଲ୍ଲାରେ ପତାକା ଉତ୍ତୋଳନର କାର୍ଯ୍ୟକ୍ରମ ରହିଛି। ସକାଳ 7ଟାରେ ମୋଦି ରାଜଘାଟରେ ପହଞ୍ଚି 7ଟା 18 ବେଳକୁ ଦିଲ୍ଲୀ ଲାହୋର ଗେଟରେ ପହଞ୍ଚିବେ । ସେଠାରେ ସେ ପ୍ରତିରକ୍ଷାମନ୍ତ୍ରୀ ଓ ସଚିବ ତାଙ୍କୁ ସ୍ବାଗତ କରିବେ । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ସକାଳ ପ୍ରାୟ 07ଟା 30ରେ ମୋଦି ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.