ETV Bharat / bharat

କ୍ରୋମ ବ୍ରାଉଜରରେ ନୂଆ ଫିଚର, ଯୋଡି ହେବ ‘ଗୁଗୁଲ ଲେନ୍ସ’

author img

By

Published : Nov 24, 2019, 3:45 AM IST

ୟୁଜର୍ସଙ୍କ ପସନ୍ଦର ବ୍ରାଉଜର ଗୁଗୁଲ କ୍ରୋମରେ ଯୋଡି ହେବାକୁ ଯାଉଛି ଏକ ନୂଆ ଫିଚର । ଏହି ଫିଚରରେ କ୍ରୋମ ବ୍ରାଉଜରରେ ଯୋଡି ହେବ ‘ଗୁଗୁଲ ଲେନ୍ସ’ ।

କ୍ରୋମ ବ୍ରାଉଜରରେ ନୂଆ ଫିଚର

ହାଇଦ୍ରାବାଦ: ୟୁଜର୍ସଙ୍କ ପସନ୍ଦର ବ୍ରାଉଜର ଗୁଗୁଲ କ୍ରୋମରେ ଯୋଡି ହେବାକୁ ଯାଉଛି ଏକ ନୂଆ ଫିଚର । ଅନ୍ୟ ଅନଲାଇନ ଆପ୍‌ରେ ଏନେଇ ଆଗରୁ ବ୍ୟବସ୍ଥା ରହିଥିବା ବେଳେ ଏବେ ଗୁଗୁଲ କ୍ରୋମରେ ସର୍ଫିଙ୍ଗକୁ ଅଧିକ ସରଳ ଓ ସହଜ କରିବା ପାଇଁ ଆସୁଛି ଏହି ନୂଆ ଫିଚର । ଏହି ଫିଚରରେ କ୍ରୋମ ବ୍ରାଉଜରରେ ଯୋଡି ହେବ ‘ଗୁଗୁଲ ଲେନ୍ସ’ ।

ଏହି ଫିଚର ସାହାଯ୍ୟରେ ଆପଣ କ୍ୟାମେରା ଲେନ୍ସରେ ଯେକୌଣସି ବସ୍ତୁର ଫଟୋ ଉଠାଇ ଏହା ସମ୍ବନ୍ଧରେ ସର୍ଚ୍ଚ କରିପାରିବେ । ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହା ଏକ କ୍ୟାମେରା ସ୍କାନର ପରି କାର୍ଯ୍ୟ କରିବ । ଯାହା ଦ୍ବାରା ଆପଣ ଯେକୌଣସି ବସ୍ତୁର ଫଟୋ କ୍ଲିକ କରି ଏହାର ରିଲେଟେଡ ଫଟୋ ବା ତଥ୍ୟ ସର୍ଚ୍ଚ କରିପାରିବେ । ତେବେ ଏହି ଆଡଭାନ୍ସ ଫିଚରରେ ୟୁଜର୍ସ ସର୍ଚ୍ଚ କରୁଥିବା ବସ୍ତୁ ସହ ଏହାର ରିଲେଟେଡ ବା ସମ୍ପର୍କିତ ବସ୍ତୁ ଉପରେ ମଧ୍ୟ ତଥ୍ୟ ଯୋଗାଇଥାଏ ।

ଉଦାହରଣସ୍ବରୂପ ଯଦି ଆପଣ କୌଣସି କୁକୁର ପ୍ରଜାତି ଉପରେ ସର୍ଚ୍ଚ କରିବାକୁ ଯାଇ ଲେନ୍ସରେ ଏହାର ଫଟୋ କ୍ୟାପଚର କରନ୍ତି ତେବେ ସର୍ଚ୍ଚ ଇଞ୍ଜିନରେ ଏହା ସେହି ପ୍ରଜାତି ସମେତ ଅନ୍ୟ ପ୍ରଜାତିର କୁକୁରଙ୍କ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବ । ଏହାଛଡା ଯଦି ଆପଣ ଚାହାଁନ୍ତି ତେବେ ଫଟୋର ଏକ ଅଂଶକୁ କ୍ରପ କରି ଏହା ସମ୍ବନ୍ଧରେ ସର୍ଚ୍ଚ କରିପାରିବେ ।

ଏହି ଫିଚର ସମସ୍ତ ୟୁଜର୍ସଙ୍କ ପାଇଁ ରୋଲ ଆଉଟ ହୋଇଥିବା ବେଳେ ଏଥିପାଇଁ ୟୁଜର୍ସଙ୍କୁ ନିଜ ବ୍ରାଉଜରକୁ ଅପଡେଟ କରିବାକୁ ହେବ ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.