ETV Bharat / bharat

1300 କୋଟି ଟଙ୍କାର ଡ୍ରଗ୍ସ ଜବତ, 4 ଅନ୍ତଃରାଷ୍ଟ୍ରୀୟ ବ୍ୟବସାୟୀ ଗିରଫ

author img

By

Published : Dec 15, 2019, 10:40 AM IST

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହାବୁଡ଼ରେ ଅନ୍ତଃରାଷ୍ଟ୍ରୀୟ ଡ୍ରଗ୍ସ ବେପାରୀ । ପ୍ରାୟ 1300 କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି ଏନସିବି ।

international drug
1300 କୋଟି ଟଙ୍କାର ଡ୍ରଗ୍ସ ଜବତ, 4 ଅନ୍ତରାଷ୍ଟ୍ରୀୟ ବ୍ୟବସାୟୀ ଗିରଫ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରିଛି ଧଳା ଜହର । ଦିନକୁ ଦିନ ବେଆଇନ ଭାବେ ଡ୍ରଗ୍ସ ବ୍ୟାପାର ବଢିବାରେ ଲାଗିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହାବୁଡ଼ରେ ଅନ୍ତଃରାଷ୍ଟ୍ରୀୟ ଡ୍ରଗ୍ସ ବେପାରୀ । ପ୍ରାୟ 1300 କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି ଏନସିବି ।


ଭାରତରେ ଏନସିବି ଦ୍ବାରା ଧରାପଡିଥିବା ଡ୍ରଗ୍ସର ଓଜନ ପ୍ରାୟ 20 କିଗ୍ରା, ଯାହାର ଅନ୍ତଃରାଷ୍ଟ୍ରୀୟ ମୂଲ୍ୟ 100 କୋଟି ଟଙ୍କା । ଏହା ବ୍ୟତୀତ ଉକ୍ତ ଏଜେନ୍ସି ଅଷ୍ଟ୍ରେଲିଆ ଏଜେନ୍ସି ସହ ମିଶି 55 କିଗ୍ରା ଡ୍ରଗ୍ସ ଏବଂ 200 କିଗ୍ରା ମିଥମଫେଟାମାଇନ ଜବତ କରିଛନ୍ତି ।


ଭାରତରେ ବେଆଇନ ନିଶା ଦ୍ରବ୍ୟ କାରବାର କରୁଥିବା ଖବର ପାଇଁ ଏଜେନ୍ସି ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ 5 ଭାରତୀୟ, ଜଣେ ଆମେରିକା ନାଗରିକ, 2 ନାଇଜେରିଆ ନାଗରିକ ଏବଂ ଜଣେ ଇଣ୍ଡୋନେସିଆ ନାଗରିକଙ୍କୁ ଗିରଫ କରାଯାଇଛି । ଏହି ମାମଲାକୁ ଗମ୍ଭୀରତା ସହ ଯାଞ୍ଚ କରାଯାଉଛି ଏବଂ ଏହି ବ୍ୟବସାୟ କେତେ ଦୂର ବିସ୍ତାର ହୋଇଛି ସେ ଉପରେ ଏକ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

Intro:Body:

fgffff


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.