ETV Bharat / bharat

ଭାରତ-ଜାପାନ ନୌସେନାର ଭାରତ ମହାସାଗରରେ ଯୁଦ୍ଧାଭ୍ୟାସ

author img

By

Published : Jun 29, 2020, 3:09 PM IST

ଗତ 3 ବର୍ଷ ମଧ୍ୟରେ JMSDF ଏବଂ ଭାରତୀୟ ନୌସେନା ମଧ୍ୟରେ ଏହା ହେଉଛି 15 ତମ ପ୍ରଶିକ୍ଷଣ ଅଭ୍ୟାସ । ଅଧିକ ପଢନ୍ତୁ...

ଚୀନ ସହ ବିବାଦ ପରେ, ଭାରତ-ଜାପାନ ନୌସେନା ପକ୍ଷରୁ ଭାରତ ମହାସାଗରରେ ଯୁଦ୍ଧାଭ୍ୟାସ
ଚୀନ ସହ ବିବାଦ ପରେ, ଭାରତ-ଜାପାନ ନୌସେନା ପକ୍ଷରୁ ଭାରତ ମହାସାଗରରେ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ: ଚୀନ ସହିତ ଲଦାଖରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ନୌସେନା ଏବଂ ଜାପାନର ସାମୁଦ୍ରିକ ଆତ୍ମରକ୍ଷା ବାହିନୀ (ଜେଏମଏସଡିଏଫ) ଭାରତ ମହାସାଗରରେ ମିଳିତ ଯୁଦ୍ଧାଭ୍ୟାସ କରିଛନ୍ତି । ଶନିବାର ହୋଇଥିବା ଏହି ଅଭ୍ୟାସ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ତାରୋ କୋନୋଙ୍କ ସେହି ବିବୃତ୍ତି ପରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ନା କେବଳ ଚୀନର ପ୍ରତିରକ୍ଷା କ୍ଷମତା ଉପରେ ନୁହେଁ ବରଂ ଭାରତ-ପ୍ରଶାନ୍ତ ମହାସାଗରରେ ଚୀନର ଉଦ୍ଦେଶ୍ୟ ଉପରେ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଥିଲା । ଗତ କିଛି ମାସ ମଧ୍ୟରେ ଏସିଆର କିଛି ଅଂଶରେ ବେଜିଂର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ଜାପାନର ଏହା ପ୍ରଥମ ବିବୃତ୍ତି ଥିଲା।

ଭାରତ-ଜାପାନ ପ୍ରତିରକ୍ଷା ଅଭ୍ୟାସ ସହିତ, ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସଂଗଠନ (ଏସିଆନ) ଆସୋସିଏସନ ଏକ ବିବୃତ୍ତି ଦେଇଛି ଯେ, ଦକ୍ଷିଣ ଚୀନ ସାଗର ବିବାଦକୁ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ସମାଧାନ କରାଯିବା ଉଚିତ ଏବଂ ଏହା ଅଣ-ସାମରିକକରଣ ଏବଂ ଆତ୍ମ-ସଂଯମତା ଉପରେ ଗୁରୁତ୍ୱାରୋପ କରିଥାଏ " । ପ୍ରତିରକ୍ଷା ସହଭାଗିତାକୁ ବ୍ୟାପକ କରିବା ପାଇଁ ଦିଲ୍ଲୀ ଏବଂ ଟୋକିଓର ଉଦ୍ୟମ ପରେ ଗତ 3 ବର୍ଷ ମଧ୍ୟରେ JMSDF ଏବଂ ଭାରତୀୟ ନୌସେନା ମଧ୍ୟରେ ଏହା ହେଉଛି 15 ତମ ପ୍ରଶିକ୍ଷଣ ଅଭ୍ୟାସ ।

ଏହି ଅଭ୍ୟାସରେ 4ଟି ଯୁଦ୍ଧ ଜାହାଜ ସାମିଲ ଥିଲା । ଯେଉଁଥିରେ 2ଟି ଯୁଦ୍ଧ ଜାହାଜ ଭାରତର ଏବଂ ଦୁଇଟି ଜାପାନର । ଭାରତୀୟ ନୌସେନାର ତାଲିମ ଜାହାଜ INS ରାଣା ଏବଂ INS କୁଲୁଶ, ଜାପାନର ନୌସେନା ଜେଏସ କାଶିମା ଏବଂ ଜେଏସ ଶିମାୟୁକି ଏହି ଅଭ୍ୟାସରେ ସାମିଲ ଥିଲେ । 2000 ମସିହାରୁ, JMSDF ହେଉଛି ବିଶ୍ୱର 4ର୍ଥ ବୃହତ୍ତମ ନୌସେନା । ଜାପାନ ଜଳରେ ଚୀନର ଆଞ୍ଚଳିକ ଦାବି ମଧ୍ୟରେ ଜାପାନ ଗତ କିଛି ବର୍ଷ ମଧ୍ୟରେ ଜାହାଜ ଚଳାଚଳକୁ କ୍ରମାଗତ ଭାବରେ ବୃଦ୍ଧି କରିଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.