ETV Bharat / bharat

ଜାତିସଂଘ ଜଳବାୟୁ ସମ୍ମିଳନୀରେ ମୋଦି, ପରିବେଶ ପ୍ରସଙ୍ଗକୁ ଗୁରୁତ୍ବ

author img

By

Published : Sep 23, 2019, 11:31 PM IST

Updated : Sep 24, 2019, 8:37 AM IST

ପରିବେଶ ଉପରେ କଥା ହେବାକୁ ହାତରେ ସମୟ ନାହିଁ ଏଥିପାଇଁ ତୁରନ୍ତ କାମ କରିବାକୁ ଜାତିସଂଘ ଜଳବାୟୁ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ନ୍ୟୁୟର୍କ: ପରିବେଶ ପ୍ରସଙ୍ଗରେ କଥା ହେବାକୁ ହାତରେ ସମୟ ନାହିଁ । ସବୁଦେଶ ଏହାକୁ ରକ୍ଷା କରିବାକୁ କାମ କରିବାକୁ ପଡିବ ବୋଲି ଜାତିସଂଘ ଜଳବାୟୁ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ଭାରତ ଏକ ଟନ ଉପଦେଶ ଅପେକ୍ଷା ଭଲ ବ୍ୟବହାରରେ ବିଶ୍ବାସ କରେ । ଆବଶ୍ୟକତା ଆମର ମାର୍ଗଦର୍ଶକ ସିଦ୍ଧାନ୍ତ ଅଟେ, ଲୋଭ ନୁହେଁ । ଭାରତ କେବଳ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏଠାକୁ କଥା ହେବାକୁ ଆସିନାହିଁ । ବ୍ୟବହାରିକ ପ୍ରୟୋଗକୁ ଉପସ୍ଥାପିତ କରିବା ମଧ୍ୟ ତାର ଲକ୍ଷ୍ୟ ଅଟେ ।

ଭାରତ ନିଜର ଅଣପାରମ୍ପରିକ ଶକ୍ତି ଉତ୍ସର କ୍ଷମତା 2022 ସୁଦ୍ଧା 175 ଗିଗା ୱାଟରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି । ଆମେ ପରିବହନ କ୍ଷେତ୍ରରେ ଇ-ମୋବିଲିଟିର ପ୍ରୟୋଗ କରିଛୁ । ପେଟ୍ରୋଲ ଓ ଡିଜେଲ ପରିବର୍ତ୍ତେ ବାଓ ଫୁଏଲର ବ୍ୟବହାରକୁ ଗୁରୁତ୍ବ ପ୍ରଦାନ କରୁଛୁ । ଏହା ସହିତ ଆମେ 115 ମିଲିୟନ ପରିବାରକୁ ଗ୍ୟାସ ଯୋଗାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଅଛନ୍ତି ।

Intro:Body:

BLANK FOR LINK 


Conclusion:
Last Updated : Sep 24, 2019, 8:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.