ETV Bharat / bharat

ଛତିଶଗଡ଼ର ମାନବକୃତ ଜଙ୍ଗଲ ସଫାରୀ

author img

By

Published : Aug 2, 2019, 4:33 PM IST

ଛତିଶଗଡ଼ର ମାନବକୃତ ଜଙ୍ଗଲ ସଫାରୀ । ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି । ତେବେ ଏହି ସଫାରୀର ସୌନ୍ଦର୍ଯ୍ୟ କୌଣସି ପ୍ରାକୃତିକ ସୌନ୍ଦର୍ଯ୍ୟଠାରୁ କମ ନୁହେଁ । ଏହି ମାନବକୃତ ସଫାରୀରେ 4ଟି ସଫାରୀ ରହିଥିବା ବେଳେ ବୋଟିଂର ମଜା ମଧ୍ୟ ଉଠାଉଛନ୍ତି ପର୍ଯ୍ୟଟକ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାୟପୁର: ସବୁଜ ବନାନୀ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଛତିଶଗଡ଼ । ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଗରେ ସବୁକିଛି ଫିକା ପଡ଼ିଥାଏ । ତେବେ ଏହି ଘଞ୍ଚ ଜଙ୍ଗଲ ଓ ବଣ ପାହାଡ଼ ଘେରା ଏହି ରାଜ୍ୟରେ ଏକ ମାନବକୃତି ସଫାରୀ ରହିଛି । ଛତିଶଗଡ଼ର ମାନବକୃତ ଜଙ୍ଗଲ ସଫାରୀ । ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟର ଭ୍ରମ ସୃଷ୍ଟି କରେ ।

jungle safari
ସଫାରୀର ମୁଖ୍ୟଦ୍ବାର

ତେବେ ଆସନ୍ତୁ ବୁଲି ଦେଖିବା ସେହି ମାନବ କୃତି ଜଙ୍ଗଲ ସଫାରୀକୁ । ରାଯପୁର ରେଲଓ୍ବେ ଷ୍ଟେସନରୁ 35 କିଲୋମିଟର ଦୂର ତଥା ରାୟପୁର ସ୍ବାମୀ ବିବେକାନନ୍ଦ ବିମାନ ବନ୍ଦର ଠାରୁ ମାତ୍ର 15 କିମି ଦୂର ଏହି ଜଙ୍ଗଲ ସଫାରୀ । ପାଖାପାଖି 800 ଏକର ଜମିରେ ଏହି ସଫାରୀକୁ ତିଆରି କରାଯାଇଛି । ଏହି ସଫାରୀ ମଧ୍ୟରେ ବାଘ, ସିଂହ, ଭାଲୁ ପରି ହିଂସ୍ର ଜନ୍ତୁ ରଖାଯାଇଛି । ସୂଚନା ଯୋଗ୍ୟ ଏହି ସଫାରୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବୁଲିବାକୁ ଆସିଛନ୍ତି । ତେବେ ସେ ବାଘର ଏକ ଫଟୋ ଉଠାଉଥିବାର ଏକ ଫଟୋ ପୂର୍ବରୁ ବେଶ ଭାଇରାଲ ହୋଇଥିଲା ।

ସ୍ବାଗତ ସହ ହୁଏ ଆରମ୍ଭ
800 ଏକର ଜମିରେ ଜମିରେ ହୋଇଥିବା ଏହି ସଫାରୀର ମୁଖ୍ୟଦ୍ବାର ପାଖରେ ପହଞ୍ଚିଲେ ନବନିର୍ମିତ ଗାର୍ଡେନର ମୁଖଶାଳା ନିକଟରେ ପହଞ୍ଚିବା ଭଳି ଅନୁଭୂତ ହୁଏ । ତେବେ ମୁଖଶାଳା ଦେଇ କିଛି ବାଟ ପ୍ରବେଶ କରିବା ପରେ ଏହି ସଫାରୀ ଓ କିଛି ସରକାରୀ କର୍ମଚାରୀ ପର୍ଯ୍ୟଟକମାନଙ୍କୁ ଫୁଲ ଦେଇ ସ୍ବାଗତ ଜଣାଇଥାନ୍ତି ।

ପ୍ରଥମେ ବୋଟିଂ, ପରେ ବସଯାତ୍ରା
ଏହି ସଫାରୀ ଭ୍ରମଣକୁ ସ୍ମରଣୀୟ କରିବା ପାଇଁ ସଫାରୀ କର୍ମଚାରୀଙ୍କ ପକ୍ଷରୁ ନିଆରା ପ୍ରୟାସ କରାଯାଇଛି । ସଫାରୀ ବସ ପର୍ଯ୍ୟନ୍ତ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ପ୍ରଥମେ ବୋଟିଂର ମଜା ନେବାକୁ ପଡ଼ିବ । କାରଣ ବୋଟି୍ଂ ପରେ ହିଁ ପର୍ଯ୍ୟଟକମାନେ ସଫାରୀ ବସ ପାଖକୁ ଯାଇପାରିବେ । ଆଉ ଏହି ଭଳି ଯାତ୍ରା ପରେ ଜଣେ ପର୍ଯ୍ୟଟକଙ୍କ ପାଇଁ ଏହି ସଫାରୀ ଯାତ୍ରା ନିଶ୍ଚିତ ଭାବେ ସ୍ମରଣୀୟ ହୋଇ ରହିବ ବୋଲି ସଫାରୀ କର୍ମଚାରୀ ଆଶା ବ୍ୟକ୍ତ କରିଛନ୍ତି । ତେବେ ଖଣ୍ଡଓ୍ବା ଜଳାଶୟରେ ବୋଟିଂ କରିବା ସମୟରେ ସଫାରୀର ସବୁଜମୟ ପରିବେଶକୁ ପର୍ଯ୍ୟଟକମାନେ ବେଶ ଉପଭୋଗ କରିପାରିବେ ।

ଜଙ୍ଗଲ ମଧ୍ୟରେ 4ଟି ସଫାରୀ
ଏହି ମାନବକୃତ ସଫାରୀ ମଧ୍ୟରେ 4ଟି ଭିନ୍ନ ଭିନ୍ନ ସଫାରୀ ରହିଛି । ସେଗୁଡ଼ିକ ମଧ୍ୟରେ ହର୍ବିବୋର ସଫାରୀ, ଭାଲୁ ସଫାରୀ, ବାଘ ସଫାରୀ ଓ ସିଂହ ସଫାରୀ ।
ମୁଖ୍ୟଦ୍ବାର ଦେଇ ପ୍ରବେଶ କରିବାର 2କିମି ପରେ ପଡିଥାଏ ହର୍ବିବୋର ସଫାରୀ । ଏହିଠାରେ 4ଟି ପ୍ରଜାତିର ହରିଣ ସହିତ ଚିତ୍ତଳ, କୌଟରୀ, କଳା ହରିଣ, ସମ୍ବର ପ୍ରଭୃତି ଜୀବଙ୍କୁ ଦେଖିବାକୁ ମିଳିବ । ଏଠାରେ ଏହି ସବୁ ଜୀବଜନ୍ତୁଙ୍କ ସଂଖ୍ୟା ପାଖାପାଖି 3 ଶହ । ତେବେ ଏମାନଙ୍କ ଖାଇବା ଓ ପିଇବା ପାଇଁ ସଫାରୀ କର୍ମଚାରୀମାନେ ଏକ ଛୋଟ ଟାଙ୍କିର ବ୍ୟବସ୍ଥା କରିଛନ୍ତି ।

ଏହାପରେ ପର୍ଯ୍ୟଟକମାନେ ଭାଲୁ ସଫାରୀର ମଜା ନେଇପାରିବେ । 50 ଏକର ଜାଗାରେ ଏହି ଭାଲୁ ସଫାରୀ ହୋଇଛି । ଏଠାରେ 5ଟି ଭାଲୁଙ୍କୁ ଅତି ନିକଟରୁ ପର୍ଯ୍ୟଟକମାନେ ଦେଖିପାରିବେ । ଭାଲୁ ସଫାରୀକୁ ଅତିକ୍ରମ କରିବା ପରେ ପଡ଼େ ବାଘ ସଫାରୀ । ଅତି ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ବାଘ ସଫାରୀ । 50 ଏକର ଜମିର ହୋଇଥିବା ଏହି ସଫାରୀରରେ 4ଟି ବାଘକୁ ରଖାଯାଇଛି । ସେଥିମଧ୍ୟରୁ ଗୋଟିଏ ରୟାଲ ବେଙ୍ଗଲ ଟାଇଗର ରହିଛି । ଶେଷରେ ସିଂହ ସଫାରୀ ଦେଖିବାକୁ ପାଇବେ ପର୍ଯ୍ୟଟକ । ଏଠାରେ ଗୋଟିଏ ମାଆ ସିଂହ ସହିତ 3ଟି ସିଂହ ଛୁଆଙ୍କୁ ଦେଖିବାକୁ ପାଇବେ ପର୍ଯ୍ୟଟକ ।

ଟିକଟ ଦର
ସଫାରୀକୁ ପ୍ରବେଶ କରିବା ପାଇଁ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ସୁହାଇଲା ଭଳି ଦର ଧାର୍ଯ୍ୟ କରିଛନ୍ତି । 12 ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲାଙ୍କୁ ଏସି ବସ ପାଇଁ 300 ଟଙ୍କା ଓ ନନ ଏସି ବସ ପାଇଁ 200 ଟଙ୍କା ଦେବାକୁ ପଡ଼ିବ । ସେହିଭଳି 6 ରୁ 12 ବର୍ଷର ପିଲାଙ୍କୁ ଏସି ଓ ନନଏସି ବସ ପାଇଁ ଯଥାକ୍ରମେ 100 ଓ 50 ଟଙ୍କା ଦେବାକୁ ପଡ଼ିବ । ଏହା ସହିତ 6 ବର୍ଷର ପିଲାଙ୍କ ପାଇଁ କୌଣସି ଟିକେଟ ଲାଗୁ ହେବ ନାହିଁ । ସେହିଭଳି ବିଦେଶୀ ପର୍ଯ୍ୟଟକଙ୍କୁ ଏସି ପାଇଁ 1000 ଓ ନନଏସି ପାଇଁ 500 ଟଙ୍କା ଦେବାକୁ ପଡ଼ିବ ।

Intro:Body:

prabhu


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.