ETV Bharat / bharat

ଛାତ୍ରଛାତ୍ରୀଙ୍କୁ 7.5 ପ୍ରତିଶତ ସଂରକ୍ଷଣ ରହିତାଦେଶ ଆବେଦନକୁ ମାଦ୍ରାସ ହାଇକୋର୍ଟଙ୍କ ଖାରଜ

author img

By

Published : Dec 15, 2020, 8:15 PM IST

ସରକାରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ 7.5 ପ୍ରତିଶତ ସଂରକ୍ଷଣ ନେଇ ମଧ୍ୟବର୍ତ୍ତୀକାଳୀନ ରହିତାଦେଶକୁ ପ୍ରତ୍ୟାଖାନ କରି ଦେଇଛନ୍ତି ମାଦ୍ରାସ ହାଇକୋର୍ଟ। ଅଧିକ ପଢ଼ନ୍ତୁ...

Madras High court refuses to entertain the plea seeking the interim stay on 7.5 % reservation
ଛାତ୍ରଛାତ୍ରୀଙ୍କୁ 7.5 ପ୍ରତିଶତ ସଂରକ୍ଷଣ ରହିତାଦେଶ ଆବେଦନକୁ ମାଦ୍ରାସ ହାଇକୋର୍ଟଙ୍କ ଖାରଜ

ଚେନ୍ନାଇ: ସରକାରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ 7.5 ପ୍ରତିଶତ ସଂରକ୍ଷଣ ନେଇ ମଧ୍ୟବର୍ତ୍ତୀକାଳୀନ ରହିତାଦେଶକୁ ପ୍ରତ୍ୟାଖାନ କରି ଦେଇଛନ୍ତି ମାଦ୍ରାସ ହାଇକୋର୍ଟ। ନିଟ(neet) ପରୀକ୍ଷାରେ ଜଣେ ବେସରକାରୀ ମହାବିଦ୍ୟାଳୟ ଛାତ୍ର 565 ମାର୍କ ରଖିବା ସତ୍ତ୍ବେ ଉତ୍ତୀର୍ଣ୍ଣ ହୋଇ ପାରିନଥିଲେ। ତେବେ ସଂରକ୍ଷଣ ଥିବା ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତାଙ୍କ ଠୁ କମ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଛାତ୍ର।

ଏହାକୁ ନେଇ ଛାତ୍ର ଜଣକ ସରକାରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପରୀକ୍ଷାରେ ରହିଥିବା 7.5 ସଂରକ୍ଷଣ ନିୟମ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଦେବାକୁ ଆବେଦନ କରିଥିଲେ। ତେବେ ଏହି ଆବେଦନକୁ ଆଜି(ମଙ୍ଗଳବାର) ମାଦ୍ରାସ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ତେବେ ହାଇକୋର୍ଟ ମାନିଛନ୍ତି ଯେ, ଏଭଳି ଆଇନ ଦ୍ବାରା ବହୁ ମେଧାବୀ ଛାତ୍ରଛାତୀ ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରୁନାହାଁନ୍ତି।

ଜଷ୍ଟିସ୍ ଭିନେଟ୍ କୋଥାରି ଏବଂ ଏମ ରମେଶ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ। ଏହି ଆବେଦନ ଶୁଣାଣି କରିବା ଦ୍ବାରା ସରକାରୀ ମହାବିଦ୍ୟାଳୟରେ ହେବାକୁ ଥିବା ଆଡମିଶନ ଉପରେ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରିଛନ୍ତି। ଏହାସହ ମାଦ୍ରାସ ହାଇକୋର୍ଟର ଖଣ୍ଡପୀଠ କହିଛନ୍ତି ଯେ, ନିଟ ଭଳି ପରୀକ୍ଷାରେ 200ରୁ କମ ନମ୍ବର ରଖିବା ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବା ଅନ୍ୟାୟ। ଏନେଇ ଆଗାମୀ ଦିନରେ ଚର୍ଚ୍ଚା ହେବ।

ଚଳିତ ନିଟ ପରୀକ୍ଷାରେ ଜଣେ ସରକାରୀ ମହାବିଦ୍ୟାଳୟର ଛାତ୍ର 135 ନମ୍ବର ରଖି ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବେସରକାରୀ ଛାତ୍ର ଜଣକ 565 ମାର୍କ ରଖିବା ସତ୍ତ୍ବେ ଉତ୍ତୀର୍ଣ୍ଣ ହୋଇ ପାରିନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସରକାରୀ ମହାବିଦ୍ୟାଳୟରେ ପାଠପଢ଼ାର ମାନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟର ଖଣ୍ଡପୀଠ। ତାମିଲନାଡ଼ୁରେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ 7.5 ପ୍ରତିଶତ ସଂରକ୍ଷଣ ରହିଛି। ଏହାକୁ ନେଇ ବିଭିନ୍ନ ସମୟରେ ବିବାଦ ମଧ୍ୟ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.