ETV Bharat / bharat

କୃଷି ବିଲକୁ ବିରୋଧ, ସମସ୍ତ ଅଣ-ବିଜେପି ଦଳ ଏକାଠି ହେବାକୁ କେଜ୍ରିୱାଲଙ୍କ ଆହ୍ବାନ

author img

By

Published : Sep 20, 2020, 1:35 PM IST

ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ବିରୋଧୀ ଦଳର ସଦସ୍ୟଙ୍କୁ ରାଜ୍ୟସଭାରେ ଏକାଠି ହେବାକୁ କହିଛନ୍ତି । 3ଟି କୃଷି ସଂକ୍ରାନ୍ତ ବିଲକୁ ବିରୋଧ କରି ଭୋଟ୍ ଦେବାକୁ ସେ ନିବେଦନ କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ବିରୋଧୀ ଦଳର ସଦସ୍ୟଙ୍କୁ ରାଜ୍ୟସଭାରେ ଏକାଠି ହେବାକୁ କହିଛନ୍ତି । 3ଟି କୃଷି ସଂକ୍ରାନ୍ତ ବିଲକୁ ବିରୋଧ କରି ଭୋଟ୍ ଦେବାକୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି, ‘ରାଜ୍ୟସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ନାହିଁ। ସମସ୍ତ ଅଣ-ବିଜେପି ଦଳର ସଦସ୍ୟଙ୍କୁ ବିଲ୍ ବିରୋଧରେ ହାତ ମିଶେଇବାକୁ ମୋର ଆବେଦନ। ଦେଶର କୃଷକମାନେ ଏହା ଚାହାଁନ୍ତି ’ ।

ଗୁରୁବାର ଭଏସ୍ ଭୋଟ ମାଧ୍ୟମରେ ଲୋକସଭାରେ ଦୁଇଟି ବିଲ୍ ପାସ୍ କରାଗଲା । କୃଷକ ଉତ୍ପାଦନ ବ୍ୟାପାର ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ବିଲ୍, 2020 ଓ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା ଏବଂ ଫାର୍ମ ସର୍ଭିସେସ୍ ବିଲ୍, 2020 । ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଲ୍ ସହଜରେ ପାସ୍ ହୋଇଗଲା । କିନ୍ତୁ ରାଜ୍ୟସଭାରେ ବିରୋଧି ଏହାକୁ ବିରୋଧ କରିବାରେ ଲାଗିପଡିଛନ୍ତି ।

ଲୋକସଭାରେ ଆପର ସାଂସଦ ଏହି ତିନୋଟି ବିଲ୍ ବିରୋଧରେ ଭୋଟ୍ ଦେଇଛନ୍ତି। ମୁଖ୍ୟ ବିରୋଧୀ କଂଗ୍ରେସ ଏବଂ ଛୋଟ ଦଳ ଗୁଡିକ ଏହି ସଂସ୍କାରକୁ ବିରୋଧ କରୁଛନ୍ତି। ଏହି ବିଲ୍‌ର ଏକ ପ୍ରମୁଖ ବିରୋଧି ଭାବରେ ବିଜେପି ସହଯୋଗୀ ଶିରୋମଣୀ ଅକାଳୀ ଦଳ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.