ETV Bharat / bharat

ଭାରତ ମହାସାଗରରେ ଚୀନର ଅନୁପ୍ରବେଶକୁ ଦରକାର ଜବାବ: କରମବୀର ସିଂହ

author img

By

Published : Jul 26, 2019, 11:07 AM IST

ଭାରତ ମହାସାଗରରେ ଚୀନ ନୌସେନାର ଅନୁପ୍ରବେଶକୁ କଡା ଜବାବ ଦେବାର ଆବଶ୍ୟକତା ରହିଛି । ଚୀନର ଅନୁପ୍ରବେଶକୁ ଅଣଦେଖା ଭାରତ ପାଇଁ ବିପଦଜନକ ପ୍ରମାଣିତ ହୋଇପାରେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତ ମହାସାଗରରେ ଚୀନ ନୌସେନାର ଅନୁପ୍ରବେଶକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ନୌସେନାର ମୁଖ୍ୟ ଆଡମିରଲା କରମବୀର ସିଂହ । ସେ କହିଛନ୍ତି ଯେ ଏନେଇ ଭାରତୀୟ ସେନା ଚୀନକୁ ଜବାବ ଦେବାର ଆବଶ୍ୟକତା ରହିଛି । ଚୀନ ନିଜର ପିପୁଲ ଲିବରେସନ ଆର୍ମି (ପିଏଲଏ)ର ଅନ୍ୟ ଶାଖାରୁ ପିଏଲଏ ନୌସେନାରେ ବହୁ ସାମଗ୍ରୀ ପଠାଇଛି । ଯେଉଁଥିପାଇଁ ଭାରତକୁ ବହୁ ସତର୍କତାର ସହ ଏଥିପ୍ରତି ନଜର ରଖିବାକୁ ପଡିବ ।

ସୂଚନାଯୋଗ୍ୟ, ବୁଧବାର ଚୀନ ନିଜର ସେନା ବିକାଶ ଉପରେ ‘ନୂତନ ଯୁଗରେ ଚୀନର ଜାତୀୟ ସୁରକ୍ଷା’ ଶୀର୍ଷକରେ ଏକ ଶ୍ବେତ ପତ୍ର ଜାରି କରିଥିଲା । ଏହି ଶ୍ବେତ ପତ୍ର ଚୀନର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିଲା । ଯେଉଁଥିରେ 2012ରୁ 2017 ମଧ୍ୟରେ ଚୀନର ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ 9.42 ପ୍ରତିଶତକୁ ବୃଦ୍ଧି ହୋଇଥିବା ନେଇ ଉଲ୍ଲେଖ ରହିଛି ।

ସେପଟେ ଚୀନର ଏହି ଶ୍ବେତ ପତ୍ର ଜବାବ ଦେଇଛନ୍ତି ନୌସେନା ମୁଖ୍ୟ । ସେ କହିଛନ୍ତି, ଆଫ୍ରିକାର ହର୍ଣ୍ଣ ଜିବୁତିରେ ନିଜର ପ୍ରଥମ ଓଭରସିଜ ବେସ ପ୍ରତିଷ୍ଠା କରିବା ଏବଂ କରାଚୀରେ ନୌସେନାର ଟର୍ଣ୍ଣଆରାଉଣ୍ଡ ସୁବିଧା ଜାରି ରଖିବା ପରେ ଭାରତ ମହାସାଗରରେ ଚୀନ ନୌସେନାର ଅନୁପ୍ରବେଶକୁ ଅଣଦେଖା କରିବା ଭାରତ ପାଇଁ ବିପଦଜନକ ପ୍ରମାଣିତ ହୋଇପାରେ । ଇତିମଧ୍ୟରେ ଚୀନ ଭାରତ ମହାସାଗରରେ 6ରୁ 8ଟି ଯୁଦ୍ଧପୋତ ଲଗାଇ ସାରିଛି । ଏଥିପାଇଁ ଭାରତକୁ ସତର୍କ ରହିବାକୁ ସେ ସୂଚନା ଦେଇଛନ୍ତି ।

Intro:Body:

sdfsdf


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.