ETV Bharat / bharat

ମନୁଷ୍ୟ ଅସ୍ଥି ସଂଗ୍ରହାଳୟ, କେଉଁଠି ଅଛି ଜାଣନ୍ତୁ...

author img

By

Published : Sep 26, 2019, 3:15 PM IST

ବିହାରର ରାଜକୀୟ ଆୟୁର୍ବେଦ ଡାକ୍ତରଖାନା ଏବଂ କଲେଜରେ ରହିଛି ହାଡ଼ ସଂଗ୍ରହାଳୟ । ଏହି ସଂଗ୍ରହାଳୟରେ ମଣିଷର ଅସଲି ହାଡ଼ମାନଙ୍କୁ ବିଭିନ୍ନ ରସାୟନିକ ପଦାର୍ଥ ଦେଇ ସଂରକ୍ଷିତ କରାଯାଇଛି । ସଂରକ୍ଷିତ ଥିବା ଏହି ହାଡ଼ଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ସହାୟକ ହୋଇଥାଏ ବୋଲି କଲେଜ କର୍ମଚାରୀ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭା ଭାରତ ବ୍ୟୁରୋ

ପାଟନା: ବିହାରରେ ରହିଛି ମଣିଷ ହାଡ଼ର ସଂଗ୍ରହାଳୟ । କାନକୁ ବିଶ୍ବାସ ହେଉନଥିଲେ ମଧ୍ୟ ଏହା ସତ । ବିହାରର ରାଜଧାନୀ ପାଟନାରେ ରହିଛି ଏହି ସଂଗ୍ରହାଳୟ । ପାଟନାରେ ଥିବା ରାଜଧାନୀ ଆୟୁର୍ବେଦିକ କଲେଜର ଅସ୍ଥିଶଲ୍ୟ ବିଭାଗ ବା ଆନାଟୋମୀ ଡିପାର୍ଟମେଣ୍ଟରେ ରହିଛି ଏହି ସଂଗ୍ରହାଳୟ । ଏହି ସଂଗ୍ରହାଳୟରେ ମଣିଷମାନଙ୍କର ହାଡ଼କୁ ସଂଗ୍ରହ କରାଯାଇ ଏଠାରେ ସଂରକ୍ଷିତ ରଖାଯାଇଛି ।

ସାଧାରଣତଃ ମଣିଷ ଶରୀରରେ 206 ପ୍ରକାର ହାଡ଼ ରହିଥାଏ । ମାତ୍ର ସଂଗ୍ରହାଳୟରେ 206 ଖଣ୍ଡ ହାଡ଼ର ପ୍ରକାର ଭେଦ କରିବା ପରେ ଏଠାରେ ପାଖାପାଖି 1000 ଖଣ୍ଡରୁ ଅଧିକ ହାଡ଼ ଏଠାରେ ରଖାଯାଇଥିବା ଜଣାପଡ଼ିଛି । ତେବେ ଏହି ହାଡ଼କୁ ବିଭାଗର କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସଂଗ୍ରହ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥାନ୍ତି ।

ସେପଟେ ଏହି ସଂଗ୍ରହାଳୟରେ ଥିବା ହାଡ଼ ଗୁଡ଼ିକ ଉପରେ ଛାତ୍ରଛାତ୍ରୀ ଅନୁଧ୍ୟାନ ଓ ପରୀକ୍ଷଣ ମଧ୍ୟ କରିଥାନ୍ତି । ଏଠାରେ ଥିବା ପାଖାପାଖି 1000 ଖଣ୍ଡର ବିଭିନ୍ନ ପ୍ରକାର ହାଡ଼ ଉପରେ ଛାତ୍ରଛାତ୍ରୀ ଅନୁଧ୍ୟାନ କରୁଥିବା ବେଳେ ଶିକ୍ଷକମାନେ ସେ ସମ୍ପର୍କରେ ବୁଝାଇଥାନ୍ତି । ଏନେଇ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଏସଏସ ଗୁପ୍ତା କହିଛନ୍ତି କି, ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ 5 ସେଟର ଅସ୍ଥିମାନ ରଖାଯାଇଛି ।

ଏହା ବିହାରର ପ୍ରଥମ ଆୟୁର୍ବେଦ କଲେଜ, ଯେଉଁଠାରେ ଅସଲି ହାଡ଼ଗୁଡ଼ିକ ଶିକ୍ଷାଦାନ ସମୟରେ ବ୍ୟବହାର କରାଯାଇଥାଏ । ସଂରକ୍ଷିତ ଥିବା ହାଡ଼ ସାହାଯ୍ୟରେ ସେମାନେ ଶିକ୍ଷା ଗ୍ରହଣ କରୁଛନ୍ତି । ଏପରି କରିବା ଫଳରେ ତାଙ୍କୁ ଶିକ୍ଷା ଗ୍ରହଣରେ ସହଜ ହେଉଛି ବୋଲି ପ୍ରଫେସର କହିଛନ୍ତି । ଏହା ସହିତ କିଛି ନକଲି ହାଡ଼ ମଧ୍ୟ ରଖାଯାଇଛି । ଏଠାରେ ବିଭିନ୍ନ ପ୍ରକାର ହାଡ଼ର ଢାଞ୍ଚା ମଧ୍ୟ ରହିଛି । ତେବେ ବର୍ତ୍ତମାନ ସମୟରେ ନୂଆ ଆଇନ ଆସିଯିବାରୁ ହାଡ଼ ସଂଗ୍ରହରେ ବାଧା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ।

Intro:Body:

prabhu


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.