ETV Bharat / bharat

ସାଧାରଣ ସର୍ଚ୍ଚ ମାର୍କେଟରୁ ଉତ୍କୃଷ୍ଟ ଟେକ୍ନୋଲୋଜିର ଡେଭେଲପର ଯାଏଁ, ଦେଖନ୍ତୁ ଭାରତରେ ଗୁଗଲର ଯାତ୍ରା

author img

By

Published : Jul 15, 2020, 6:11 AM IST

1998 ମସିହାରେ ଆମେରିକାରେ ଲ୍ୟାରି ପେଜ ଓ ସର୍ଗି ବ୍ରିନଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ଗୁଗୁଲ ମାତ୍ର 6 ବର୍ଷ ମଧ୍ୟରେ ଭାରତୀୟ ବଜାରରେ ପ୍ରବେଶ କରିଥିଲା। ଭାରତରେ ପ୍ରଥମେ ଏହା ମୁଭି ଓ କ୍ରିକେଟ ଉପରେ ସର୍ଚ୍ଚ ପାଇଁ ସୁବିଧା ଯୋଗାଉଥିବା ବେଳେ ଧିରେ ଧିରେ ଦେଶରେ ବିକାଶର ଏକ ନୂଆ ପରିଭାଷା ସୃଷ୍ଟି କରିବାରେ ସକ୍ଷମ ହୋଇଛି ।

google, evolution of google in india, google latest news, google latest plan in india, sundar pichai, use of google in india, ଗୁଗୁଲ, ଭାରତରେ ଗୁଗୁଲର ବିବର୍ତ୍ତନ, ଗୁଗୁଲ ଲାଟେଷ୍ଟ ନ୍ୟୁଜ୍‌, ଭାରତରେ ଗୁଗୁଲର ଲାଟେଷ୍ଟ ଯୋଜନା, ସୁନ୍ଦର ପିଚାଇ, ଭାରତରେ ଗୁଗୁଲର ବ୍ୟବହାର
ସାଧାରଣ ସର୍ଚ୍ଚ ମାର୍କେଟରୁ ଉତ୍କୃଷ୍ଟ ଟେକ୍ନୋଲୋଜିର ଡେଭେଲପର ଯାଏଁ, ଦେଖନ୍ତୁ ଭାରତରେ ଗୁଗୁଲର ଯାତ୍ରା

ହାଇଦ୍ରାବାଦ: 16 ବର୍ଷ ତଳେ ଭାରତରେ ହାଇଦ୍ରାବାଦରେ ନିଜର ପ୍ରଥମ ସେଣ୍ଟର ଖୋଲିଥିଲା ଗୁଗୁଲ । ଲକ୍ଷ୍ୟ ଥିଲା ଭାରତୀୟମାନଙ୍କୁ ଇଣ୍ଟରନେଟ ସର୍ଚ୍ଚରେ ସାହାଯ୍ୟ କରିବା ସହ ନୂଆ ଭାରତୀୟମାନଙ୍କ ପସନ୍ଦର ସର୍ଚ୍ଚ ପାଇଁ ଟୁଲ ପ୍ରସ୍ତୁତ କରିବା । ଭାରତୀୟମାନଙ୍କୁ 2 ପ୍ରମୁଖ ପସନ୍ଦ ବଲିଉଡ ଓ କ୍ରିକେଟ ରହିଥିବାରୁ ପ୍ରାଥମିକ ସ୍ତରରେ ଏହି ଦୁଇଟି ବିଷୟରେ ସର୍ଚ୍ଚ କରିବାରେ ସାହାଯ୍ୟ ପାଇଁ ଗୁଗୁଲ ଯୋଜନା ପ୍ରସ୍ତୁତ କରିଥିଲା । ହେଲେ ଚାହୁଁ ଚାହୁଁ ଭାରତରେ ଗୁଗଲର ଯାତ୍ରାରେ ଘଟିଛି ଅନେକ ପରିବର୍ତ୍ତନ । ଏହା ନା ଯେ କେବଳ ଭାରତରେ ନିଜ କଳେବର ବୃଦ୍ଧ କିଛି ବରଂ ଇଣ୍ଟରନେଟ ପ୍ରତି ଭାରତୀୟଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି ।

ଆଜିକା ସମୟରେ ପ୍ରାୟ ସବୁ ସ୍ଥାନରେ ଗୁଗୁଲର ଆବଶ୍ୟକତା ରହିଛଇ । ଏହା ବର୍ତ୍ତମାନ ସମୟରେ 86 ପ୍ରତିଶତ ସର୍ଚ୍ଚ ମାର୍କେଟରେ ରାଜୁତି କରିବା ସହ ୟାହୁ, ଅଲ୍ଟା ଭିସ୍ତା ଓ ଅନ୍ୟ ସର୍ଚ୍ଚ ଇଞ୍ଜିନକୁ ଢେର ପଛରେ ପକାଇଛି । ଗୁଗୁଲର ମ୍ୟାପ ସର୍ଭିସ ‘ଗୁଗୁଲ ମ୍ୟାପ’ ବର୍ତ୍ତମାନ ଭାରତୀୟଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପାଲଟିଛି । ମେଲ ସର୍ଭିସ ଜିମେଲ ମଧ୍ୟ ଅନ୍ୟ ଟପ୍‌ ମେଲ ସର୍ଭିସ ୟାହୁ, ହଟମେଲ ଆଦିକୁ ପ୍ରତିଯୋଗିତାରେ ଢେର ପଛରେ ପକାଇ ଦେଇଛି । ସେହିପରି ଗୁଗୁଲ ଅଧିକୃତ ୟୁଟ୍ୟୁବ୍‌ ବର୍ତ୍ତମାନ ବିଶ୍ବର ସର୍ବବୃହତ ଭିଡିଓ ସାଇଟ ଭାବେ ପରିଣତ ହୋଇଚି । ଅନ୍ୟପଟେ ଗୁଗୁଲର ମୋବାଇଲ ଅପରେଟିଂ ସିଷ୍ଟମ ଆଣ୍ଡ୍ରଏଡ ବର୍ତ୍ତମାନର ସ୍ମାର୍ଟଫୋନ ବଜାରରେ ତିନି ଚତୁର୍ଥାଂଶ ଭାଗ ଉପରେ ଅଧିକାର ଜମାଇଛି ।

1998 ମସିହାରେ ଆମେରିକାରେ ଲ୍ୟାରି ପେଜ ଓ ସର୍ଗି ବ୍ରିନଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ଗୁଗୁଲ ମାତ୍ର 6 ବର୍ଷ ମଧ୍ୟରେ ଭାରତୀୟ ବଜାରରେ ପ୍ରବେଶ କରିଥିଲା। ଭାରତରେ ପ୍ରଥମେ ଏହା ମୁଭି ଓ କ୍ରିକେଟ ଉପରେ ସର୍ଚ୍ଚ ପାଇଁ ସୁବିଧା ଯୋଗାଉଥିବା ବେଳେ ଧିରେ ଧିରେ ଦେଶରେ ବିକାଶର ଏକ ନୂଆ ପରିଭାଷା ସୃଷ୍ଟି କରିବାରେ ସକ୍ଷମ ହୋଇଛି । ଭାରତରେ ଏହାର ବିକାଶ ସାରା ବିଶ୍ବରେ ନୂଆ ଦୃଷ୍ଟାନ୍ତ ।

ଭାରତୀୟ-ଆମେରିକୀୟ ସୁନ୍ଦର ପିଚାଇ, ଯିଏ ଗୁଗୁଲର ପ୍ୟାରେଣ୍ଟିଂ କମ୍ପାନୀ ଆଲଫାବେଟ ଇଙ୍କ ସହ ଗୁଗୁଲର ମଧ୍ୟ ସିଇଓ ରହିଛନ୍ତି, ସେ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ କମ୍ପାନୀ ଆଗାମୀ 5ରୁ 7 ବର୍ଷ ମଧ୍ୟରେ ଭାରତରେ 75,000 କୋଟି ଟଙ୍କା ଇନଭେଷ୍ଟ କରିବାକୁ ଯାଉଛି । ଏହି ସମୟ ମଧ୍ୟରେ କମ୍ପାନୀ ଭାରତରେ କିଛି ଏପରି ଟେକ୍ନୋଲୋଜିର ବିକାଶ କରିବା ଯାହା ପରବର୍ତ୍ତୀ ସମୟରେ ସାରା ବିଶ୍ବରେ ବ୍ୟବହୃତ ହେବ ।

ବିଶ୍ବରେ ଡିଜିଟାଲ ପେମେଣ୍ଟ ବ୍ୟବାହର ପାଇଁ ଉଦାହରଣ ପାଲଟିଛି ଭାରତ:

2018 ମସିହାରେ ଭାରତୀୟ ୟୁଜର୍ସଙ୍କୁ ଧ୍ୟାନରେ ରଖି ଗୁଗୁଲ ଲଞ୍ଚ କରିଥିଲା ପେମେଣ୍ଟ ୱାଲେଟ ‘ଗୁଗୁଲ ତେଜ’ । ଯାହା ପରେ ‘ଗୁଗୁଲ ପେ’ ଭାବେ ପରିଚିତ ହେଲା । ସୁନ୍ଦର ପିଚାଇଙ୍କ କହିବା ଅନୁଯାୟୀ ଡିଜିଟାଲ ପେମେଣ୍ଟର ବ୍ୟବହାର କ୍ଷେତ୍ରରେ ଭାରତ ନୂଆ ରେକର୍ଡ ସୃଷ୍ଟି କରିଥିବା ବେଳେ ସାରା ବିଶ୍ବରେ ଭାରତ ଡିଜିଟାଲ ପେମେଣ୍ଟ ବ୍ୟବହାର ପାଇଁ ଏକ ସଫଳ ଉଦାହରଣ ପାଲଟିଛି ।

ଭାରତୀୟ କ୍ଷୁଦ୍ର ବ୍ୟବସାୟୀ ନୂଆ ଟେକ୍ନୋଲୋଜିକୁ ଶୀଘ୍ର ଗ୍ରହଣ କରିପାରନ୍ତି:

ଭାରତସ୍ଥିତ କ୍ଷୁଦ୍ର ବ୍ୟବସାୟୀମାନେ ଗୁଗୁଲର ପ୍ରତ୍ୟେକ ନୂଆ ଟେକ୍ନୋଲୋଜିକୁ ଅତି ସହଜରେ ଓ ସଫଳ ଭାବେ ଗ୍ରହଣ ପାରୁଥିବା କଥା ଗୁଗୁଲକୁ ଅତି ଆଶ୍ଚର୍ଯ କରିଛି । ଏହାର ଉଦାହରଣ ଦେଇ ସୁନ୍ଦର କହିଛନ୍ତି କି ମାତ୍ର 4 ବର୍ଷ ତଳେ ଭାରତୀୟ କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟରୁ ମାତ୍ର ଏକ ତୃତୀୟାଂଶ ଅନଲାଇନ ପ୍ଲାଟଫର୍ମରେ ନିଜ ଉପସ୍ଥିତି ଜାହିର କରୁଥିଲେ । ହେଲେ ବର୍ତ୍ତମାନ 2.6 କୋଟି ବା(26 ମିଲିୟନ) ଯୁଦ୍ର ବ୍ୟବସାୟୀଙ୍କୁ ଗୁଗୁଲ ମ୍ୟାପରେ ଖୋଜି ହେଉଥିବା ବେଳେ ଦୈନିକ ପ୍ରାୟ 15 କୋଟି ବ୍ୟବସାୟୀ ନିଜକୁ ଗୁଗୁଲ ସହ ଲିଙ୍କ କରାଉଥିବା ଦେଖାଯାଉଛି ।

ନିଜ ସବୁଠାରୁ କୌତୁହଳ ସଫଳତା କାହାଣୀ ମଧ୍ୟରେ ସୁନ୍ଦର ପିଚାଇ ଭାରତର ଏହି ଉଦାହରଣ ଦିଅନ୍ତି । ତାଙ୍କ କହିବା ଅନୁଯାୟୀ କ୍ଷୁଦ୍ର ବ୍ୟବସାୟୀମାନେ ଡିଜିଟାଲ ପେମେଣ୍ଟ ଗ୍ରହଣ କରିବା ତାଙ୍କ ପାଇଁ ସବୁଠାରୁ ବଡ ସଫଳତା ।

ସାରା ବିଶ୍ବ ପାଇଁ ଭାରତରେ ବିକଶିତ ବୋଲୋ ଆପ୍‌:

ଇଣ୍ଟରନେଟ ଜାଏଣ୍ଟ ଗୁଗୁଲ ପାଇଁ ବିଶ୍ବରେ ସର୍ବବୃହତ ଭଏସ ସର୍ଚ୍ଚ ମାର୍କେଟ ହେଉଛି ଭାରତ । ଗୁଗୁଲ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଓ ବିକାଶ କ୍ଷେତ୍ରରେ ସର୍ବାଗ୍ରେ ରହିଛି । ଏହା ନିର୍ଦ୍ଦିଷ୍ଟ ଭାବେ ଭାରତ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଡକ୍ଟରେ ପରିବର୍ତ୍ତନ କରି ସାରା ବିଶ୍ବକୁ ପରସିବାରେ ସାହାଯ୍ୟ କରୁଛି ।

ଏମିତିରେ ଗୁଗୁଲର ଏଆଇ ପାୱାରରେ ପରିଚାଳିତ ରିଡିଂ ଟ୍ୟୁଟର ଆପ୍‌ ବୋଲୋ(କହିବା) ବର୍ତ୍ତମାନ ଏପରି ଏକ ଉଦାହରଣ ଯାହା ନିର୍ଦ୍ଦିଷ୍ଟ ଭାବେ କେବଳ ଭାରତୀୟ ୟୁଜର୍ସଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା । ପରବର୍ତ୍ତୀ ସମୟରେ ଏଥିରେ କିଛି ପରିବର୍ତ୍ତନ କରାଯାଇ ସାରା ବିଶ୍ବରେ ରୋଲ ଆଉଟ କରାଯାଇଥିଲା । ଭାରତରେ ଏହାର ସକାରାତ୍ମକ ପ୍ରଭାବ ଦେଖି ଏହାକୁ ଅନ୍ୟ 180ଟି ଦେଶରେ ଲଞ୍ଚ କରାଯାଇଥିବା ନେପଇ ସୁନ୍ଦର ସୂଚନା ଦେଇଛନ୍ତି ।

ନୂଆ ବଜେଟ ସହ ଭାରତରେ କ’ଣ କରିବ ଗୁଗୁଲ:

ଆଗାମୀ 5ରୁ7 ବର୍ଷ ମଧ୍ୟରେ ଗୁଗୁଲ ଭାରତରେ ପ୍ରାୟ 75,000 କୋଟି ଟଙ୍କା ଖରଚ୍ଚ୍ କରିବାକୁ ଯାଉଛି । ଏହି ଅର୍ଥରେ କମ୍ପାନୀ ଭାରତରେ ବିଭିନ୍ନ ବିକାଶ ସହ ଟେକ୍ନୋଲୋଜିର ଅଧିକ ଓ ସରଳ ବ୍ୟବହାର ଉପରେ ଫୋକସ କରିବ । ଏଥିସହ ଭାରତର ଡିଜିଟାଲ ଇକୋନୋମି ପ୍ରସ୍ତୁତ ଉପରେ ମଧ୍ୟ ଏହା କାମ କରିବା ନେଇ ସୁନ୍ଦର କହିଛନ୍ତି ।

ମୁଖ୍ୟତଃ 4ଟି ବିଭାଗର ବିକାଶରେ ଏହି ଅର୍ଥ ବିନିମୟ ହେବ:

  • ପ୍ରତ୍ୟେକ ଭାରତୀୟଙ୍କୁ ସେମାନଙ୍କ ନିଜ ମାତୃଭାଷାରେ ସୂଚନା ଯୋଗାଇ ଦେବା ।
  • ଭାରତୀୟଙ୍କ ଭିନ୍ନ ଚାହିଦା ପୂରଣ କରିବା ପାଇଁ ନୂଆ ପ୍ରଡକ୍ଟ ଓ ସର୍ଭିସର ବିକାଶ କରିବା ।
  • ଭାରତୀୟ ବ୍ୟବସାୟକୁ ଡିଜିଟାଲ ବିକାଶ କରିବାରେ ସାହାଯ୍ୟ କରିବା ।
  • ସାମାଜିକ ବିକାଶ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.