ETV Bharat / bharat

କୋରୋନା ସହାୟତା: ଗୁଗୁଲ ଦେବ 800 ମିଲିୟନ ଡଲାର

author img

By

Published : Mar 31, 2020, 8:01 PM IST

ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଦିନକୁ ଦିନ କରାଳ ରୂପ ନେବାରେ ଲାଗିଛି ଏହି ମହାମାରୀ । ପ୍ରତିଦିନ ଗଡିବାରେ ଲାଗିଛି ହଜାର ହଜାର ମୁଣ୍ଡ । ଯେଉଁଥିରେ ଏବେ ଗୁଗୁଲ ବଢାଇଛି 800 ମିଲିୟନ ଡଲାରର ସହାୟତାର ହାତ ।

corona virus news, corona epidemic awareness, google, sundar pichai, କୋରୋନା ସତର୍କତା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ସହାୟତା, ଗୁଗୁଲ, ସୁନ୍ଦର ପିଚାଇ
କୋରୋନା ସତର୍କତା: ଗୁଗୁଲ ଦେବ 800 ମିଲିୟନ ଡଲାରର ସହାୟତା

ହାଇଦ୍ରାବାଦ: ବିଶ୍ବରେ ଆତଙ୍କ ସୃଷ୍ଟି କରିଛି କୋରୋନା ସଂକ୍ରମଣ । ଏନେଇ ବିଶ୍ବର ଅର୍ଦ୍ଧାଧିକ ଦେଶରେ ଲକଡାଉନ ଘୋଷଣା ସରିଛି । ତଥାପି ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଦିନକୁ ଦିନ କରାଳ ରୂପ ନେବାରେ ଲାଗିଛି ଏହି ମହାମାରୀ । ପ୍ରତିଦିନ ଗଡିବାରେ ଲାଗିଛି ହଜାର ହଜାର ମୁଣ୍ଡ । ସେପଟେ କୋରୋନା ପାଇଁ ଲୋକଙ୍କ ସତର୍କ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ଯେଉଁଥିରେ ଏବେ ଗୁଗୁଲ ବଢାଇଛି 800 ମିଲିୟନ ଡଲାରର ସହାୟତାର ହାତ ।

ହଁ, ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଗୁଗୁଲ ଏହି ବିପତ୍ତି ସମୟରେ ବିଶ୍ବକୁ ବଢାଇଛି 800 ମିଲିୟନ ଡଲାରର ସହାୟତାର ହାତ । ପ୍ରାଥମିକ ସ୍ତରରେ ବିଶ୍ବର ସମସ୍ତ ହେଲଥ ଅର୍ଗାନାଇଜେସନକୁ ଆଡଭାଟାଇଜମେଣ୍ଟ ବା ବିଜ୍ଞାପନ ଜରିଆରେ ଲୋକଙ୍କୁ ସଚେତନ କରାଇବା ପାଇଁ 250 ମିଲିୟନ ଡଲାରର ସହାୟତା କରିବା ନେଇ ଘୋଷଣା କରିଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ ।

ସେହିପରି ବିଭିନ୍ନ ଏନଜିଓ ସଂସ୍ଥା ଓ ବ୍ୟାବସାୟିକ ଅନୁଷ୍ଠାନମାନଙ୍କୁ ସହାୟତା ପାଇଁ ଗୁଗୁଲ ଦେବ 200 ମିଲିୟନ ଡଲାର । ଅନ୍ୟପଟେ ଏହି ସମୟରେ ବିଭିନ୍ନ ଛୋଟ ଓ ମଧ୍ୟମ ବ୍ୟାବସାୟିକ ଅନୁଷ୍ଠାନମାନଙ୍କୁ ସହାୟତା ସ୍ବରୂପ 340 ମିଲିୟନ ଡଲାର ଦେବାର ଘୋଷଣା କରିଛି । ଏନେଇ ନିଜ ବ୍ଲଗରେ ସୂଚନା ଦେଇଛନ୍ତି ସୁନ୍ଦର ପିଚାଇ ।

କେବଳ ସେତିକି ନୁହେଁ ବିଭିନ୍ନ ଗବେଷଣା କେନ୍ଦ୍ର ଓ ଅନୁଷ୍ଠାନମାନଙ୍କୁ ମଧ୍ୟ ଗୁଗୁଲ 20 ମିଲିୟନ ଡଲାରର ସହାୟତା ଯୋଗାଇବା ନେଇ ଜଣାପଡିଛି । ବିଶ୍ବରେ ଭେଣ୍ଟିଲେଟର ଓ ଡାକ୍ତରମାନଙ୍କ ପାଇଁ ତିଆରି ହେଉଥିବା ପର୍ସନାଲ ପ୍ରୋଟେକ୍ଟିଭ ଇକ୍ବିପମେଣ୍ଟ(ପିପିଇ) ଆଦି ପ୍ରସ୍ତୁତ ପାଇଁ ମଧ୍ୟ ଗୁଗୁଲ ସହାୟତା ସ୍ବରୂପ ଇଞ୍ଜିନିୟର, ସପ୍ଲାଏ ଚେନ ଓ ହେଲଥ କେୟାର ଏକ୍ସପର୍ଟାଇସମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.