ETV Bharat / bharat

ବ୍ୟାଟେରୀ ବ୍ୟାକଅପ୍ ବଢାଇବ ଗୁଗଲର ନୂଆ ଫିଚର

author img

By

Published : Jul 9, 2020, 4:22 PM IST

Updated : Jul 9, 2020, 5:04 PM IST

ଗୋଟିଏ ୱେବ ପେଜରେ ଜାଭା ଟାଇମର ବିଭିନ୍ନ ପ୍ରକାର ଆକ୍ସନକୁ ପରୀକ୍ଷା କରିଥାଏ । କୌଣସି ଗୋଟିଏ ୱେବ ପେଜ୍ ଖୋଲିବା ମାତ୍ରେ ଏହା ଅଟୋମେଟିକ୍ ଅନ ହୋଇଯାଏ । ଅଧିକ ପଢନ୍ତୁ...

ବ୍ୟାଟେରୀ ବ୍ୟାକଅପ୍ ବଢାଇବ ଗୁଗଲର ନୂଆ ଫିଚର
ବ୍ୟାଟେରୀ ବ୍ୟାକଅପ୍ ବଢାଇବ ଗୁଗଲର ନୂଆ ଫିଚର

ହାଇଦ୍ରାବାଦ: ଗୁଗଲ କ୍ରୋମ ପକ୍ଷରୁ ଏକ ନୂଆ ଟେଷ୍ଟ କରାଯାଉଛି । ଏଥିରେ ବ୍ୟାଟେରୀ ବ୍ୟାକଅପ୍ ବଢାଇବା ପାଇଁ ଚେଷ୍ଟା କରୁଛି କମ୍ପାନୀ । ଏକାସାଙ୍ଗରେ ଅନେକ ଟାବ୍ ଖୋଲିଥିଲେ ମଧ୍ୟ ଯେପରି ବ୍ୟାଟେରୀ ନଷ୍ଟ ହେବ ନାହିଁ ସେ ଉପରେ ପରୀକ୍ଷା କରୁଛି କମ୍ପାନୀ । ଏହାଦ୍ବାରା ଗୁଗଲ କ୍ରୋମରେ ଅନେକ ଟାବ୍ ଖୋଲିବା ପରେ ବି ବ୍ୟାଟେରୀ ଆହୁରି 2 ଘଣ୍ଟା ବ୍ୟାକଅପ୍ ଦେବ ।

ବ୍ୟାକଗ୍ରାଉଣ୍ଡ ଟାବରେ ଜାଭା ସ୍କ୍ରିପ୍ଟ ଟାଇମର ୱେକଅପ୍ କଣ୍ଟ୍ରୋଲ କରି ଏହି ବ୍ୟାଟେରୀ ବଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି କମ୍ପାନୀ । କ୍ରୋମ 86ରେ ପ୍ରଥମେ ଏହି ଟେଷ୍ଟ କରାଯାଉଛି । ଗୋଟିଏ ୱେବ ପେଜରେ ଏହି ଜାଭା ଟାଇମର ବିଭିନ୍ନ ପ୍ରକାର ଆକ୍ସନକୁ ପରୀକ୍ଷା କରିଥାଏ । କୌଣସି ଗୋଟିଏ ୱେବ ପେଜ୍ ଖୋଲିବା ମାତ୍ରେ ଏହା ଅଟୋମେଟିକ୍ ଅନ ହୋଇଯାଏ । ତେବେ ଯେତେବେଳେ ଏହି ପେଜଗୁଡିକ ବ୍ୟାକଗ୍ରାଉଣ୍ଡରେ ରହିଯାଏ ସେତେବେଳେ ଜାଭା ଅନାବଶ୍ୟକ ଭାବେ ଅନ ହୋଇ ରହିଥାଏ ଯାହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଗୁଗଲ କ୍ରୋମ ।

ପ୍ରତି ଏକ ମିନିଟରେ ଜାଭା ସ୍କ୍ରିପ୍ଟ ଟାଇମର ବନ୍ଦ କରିବା ଦ୍ବାରା କେତେ ବ୍ୟାଟେରୀ ସେଭ ହେଉଛି ଏହା ଉପରେ ବର୍ତ୍ତମାନ ଟେଷ୍ଟ ଚାଲିଛି । ବ୍ୟାକଗ୍ରାଉଣ୍ଡରେ 36ଟି ଟାବ୍ ଖୋଲି ଆକ୍ଟିଭ ଟାବରେ ବିଭିନ୍ନ ପ୍ରକାର ଭିଡିଓ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚଲାଇ ଗୁଗଲ ପରୀକ୍ଷା କରୁଛି । ଏଥିରୁ ଦେଖାଯାଇଛି ଯେ 36ଟି ଟାବ୍ ଖୋଲି ମଧ୍ୟ ଜାଭା ସ୍କ୍ରିପ୍ଟ ଟାଇମର ବିନା ବ୍ୟାଟେରୀ 2 ଘଣ୍ଟାର ବ୍ୟାକଅପ୍ ଦେଇପାରୁଛି । ଏହି ଫିଚର ୱିଣ୍ଡୋଜ, ଆଣ୍ଡ୍ରଏଡ୍, ମାକ୍, ଲିନୂକ୍ସ ସବୁଥିରେ ସପୋର୍ଟ କରିବ ବୋଲି କ୍ରୋମ ପ୍ରକାଶ କରିଛି । ତେବେ ନୂଆ ଆଡଭାନ୍ସଡ ଲାପଟପମାନଙ୍କରେ ବ୍ୟାଟେରୀ ସମସ୍ୟା ନଥିବାବେଳେ ପୁରୁଣା ଲାପଟପରେ ଏହି ଫିଚର ଅନେକ କାମରେ ଆସିବ ବୋଲି ଗୁଗଲ ସୂଚନା ଦେଇଛି ।

Last Updated : Jul 9, 2020, 5:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.