ETV Bharat / bharat

ଦିଲ୍ଲୀରେ କୃଷି ବିଲକୁ ବିରୋଧ, 5 ଅଟକ

author img

By

Published : Sep 28, 2020, 12:27 PM IST

କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍ ବିରୋଧରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ଭଳି ଅଞ୍ଚଳରେ ଏହାର ବ୍ୟାପକ ପ୍ରଭାବ ପଡିଛି ।

ଦିଲ୍ଲୀରେ କୃଷି ବିଲକୁ ବିରୋଧ
ଦିଲ୍ଲୀରେ କୃଷି ବିଲକୁ ବିରୋଧ

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍ ବିରୋଧରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ଭଳି ଅଞ୍ଚଳରେ ଏହାର ବ୍ୟାପକ ପ୍ରଭାବ ପଡିଛି । ସୋମବାର ସକାଳେ ଦିଲ୍ଲୀରେ ବିଲକୁ ନେଇ ବିରୋଧ ଜାରି ରହିଛି । କଂଗ୍ରେସ କର୍ମୀମାନେ ଟ୍ରାକ୍ଟରରେ ନିଆଁ ଲଗାଇଦେଇଥିଲେ ।

କୃଷକ ଆଇନକୁ ବିରୋଧ କରୁଥିବା କିଛି କଂଗ୍ରେସ କର୍ମୀ ସୋମବାର ସକାଳେ ଟ୍ରାକ୍ଟର ସାହାଯ୍ୟରେ ରାଜପଥରେ ପହଞ୍ଚିଥିଲେ। ଇଣ୍ଡିଆ ଗେଟ୍ ନିକଟରେ ଥିବା କୃଷି ବିଲକୁ ବିରୋଧ କରି ସେ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଟ୍ରାଫିକ ପୋଲିସ ଏବଂ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ସକାଳ ପ୍ରାୟ 7ଟା 15 ମିନିଟ ସମୟରେ 15-20ଜଣ ବ୍ୟକ୍ତି ଇଣ୍ଡିଆ ଗେଟ୍ ନିକଟରେ ପହଞ୍ଚି ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଟ୍ରାକ୍ଟରଟିକୁ ସେଠାରୁ ହଟାଇ ଦେଇଥିଲା । ଅଗ୍ନିକାଣ୍ଡ ଘଟାଇଥିବା 5 ଜଣଙ୍କୁ ଅଟକ ରଖାଯାଇଛି ।

ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ସାହାଯ୍ୟରେ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିବା ଲୋକଙ୍କୁ ପୋଲିସ ଖୋଜୁଛି। ଏହି ମାମଲାରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପ୍ରକାଶଥାଉକି, ତିନୋଟି କୃଷି ବିଲ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଲାଭ କରିଛି ଅର୍ଥାତ୍ ଏହି ବିଲ୍ ଗୁଡିକ ବର୍ତ୍ତମାନ ଆଇନରେ ପରିଣତ ହୋଇଛି। ତେବେ ସେପଟେ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଛି। ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଭେଟି ଏହି ବିଲରେ ଦସ୍ତଖତ ନକରିବାକୁ ନିବେଦନ କରିଥିଲେ ମଧ୍ୟ ତାହା ହୋଇ ନଥିଲା।

କର୍ଣ୍ଣାଟକରେ ମଧ୍ୟ କୃଷକମାନେ ସୋମବାର ରାଜ୍ୟ ବନ୍ଦ ଡାକରା ଦେଇଛନ୍ତି । କୃଷି ବିଲକୁ ବିରୋଧ କରି ମଣ୍ଡି ବନ୍ଦ କରାଯାଇଛି। ଏଥିସହ ବଜାର ବନ୍ଦ ରଖିବାକୁ ଦୋକାନୀମାନଙ୍କୁ ନିବେଦନ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.