ETV Bharat / bharat

ହୋଟେଲରେ ମଟନ ଖାଉଥିଲେ ହୁଅନ୍ତୁ ସାବଧାନ !

author img

By

Published : Jul 20, 2019, 8:55 PM IST

ବାଙ୍ଗାଲୋରରେ ଏକ ହୋଟେଲରେ ମଟନ ବଦଳରେ ଗ୍ରାହକଙ୍କୁ ପରଷାଯାଉଛି କୁକୁର ମାଂସ । ରାସ୍ତାକଡର କୁକୁରଙ୍କୁ ମାରି ଦିଆଯାଇ ହୋଟେଲକୁ ମାଂସ ପଠାଯାଉଛି ।

ପ୍ରତିକାତ୍ମକ ଫଟୋ

ବେଙ୍ଗାଲୁରୁ : ହୋଟେଲରେ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ । କାରଣ ଆପଣ ଆନନ୍ଦରେ ଖାଇଉଥିବା ମଟନ ବଦଳେ ଖାଉ ନାହାଁନ୍ତି ତ କକୁର ମାଂସ । ଆଜ୍ଞା ହଁ ବାଙ୍ଗାଲୋରରେ ଏକ ହୋଟେଲରେ ମଟନ ବଦଳେ ଗ୍ରାହକଙ୍କୁ ପରଷା ଯାଉଛି କୁକୁର ମାଂସ ।

ବାଙ୍ଗାଲୋରରେ ଥିବା ଏକ ଆପାର୍ଟମେଣ୍ଟ ନିକଟରେ ବୁଲା କୁକୁରଙ୍କର ଉପଦ୍ରବ ବଢି ଯାଇଥିଲା । ସେହି କୁକୁରଙ୍କୁ ଧରାଯାଇ କଂସେଇଖାନାକୁ ପଠାଯାଉଥିଲା । ଆଉ ସେଠାରୁ ମଟନ କହି ବିଭିନ୍ନ ହୋଟେଲକୁ ଡେଲିଭେରୀ ହେଉଥିଲା କୁକୁର ମାଂସ ।

ବେଙ୍ଗାଲୁରୁର ପଶୁ କଲ୍ୟାଣ ଅଧିକାରୀ ହରିଶଙ୍କ କହିବା ଅନୁସାରେ, ପୁର୍ବରୁ ଏଭଳି ମାମଲା ସାମନକୁ ଆସିଥିଲା ତେଣୁ ଏହାକୁ ଖଣ୍ଡନ କରିହେବନି । ତେବେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଛି । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.