ETV Bharat / bharat

ପଗଡିରେ ଚାଲିଥିଲା ସୁନାଚାଲାଣ, ଧରିଲା କଷ୍ଟମ ବିଭାଗ

author img

By

Published : Jan 28, 2021, 3:09 PM IST

ନୂଆଦିଲ୍ଲୀ ଇନ୍ଦିରା ଗାନ୍ଦି ବିମାନବନ୍ଦରରୁ ସୁନା ଚାଲାଣକୁ ପଣ୍ଡ କରିଛି କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

କୋଟିଏ ଟଙ୍କାର ସୁନା ଜବତ
କୋଟିଏ ଟଙ୍କାର ସୁନା ଜବତ

ନୂଆଦିଲ୍ଲୀ: କଷ୍ଟମ ବିଭାଗକୁ ସଫଳତା । ଦିଲ୍ଲୀ ଇନ୍ଦିରା ଗାନ୍ଦି ବିମାନବନ୍ଦରରୁ ସୁନା ଚାଲାଣକୁ ପଣ୍ଡ କରିଛି କଷ୍ଟମ ବିଭାଗ । କୋଟିଏ ଟଙ୍କାର ସୁନା ଜବତ କରିଛି କଷ୍ଟମ ବିଭାଗ ।

ସୂଚନାଅନୁସାରେ,ଦୁବାଇରୁ ଦୁଇଜଣ ଯାତ୍ରୀ ଦିଲ୍ଲୀ ଇନ୍ଦିରା ଗାନ୍ଦି ବିମାନବନ୍ଦରେ ପହଞ୍ଚିଥିଲେ । ବିମାନବନ୍ଦରରେ ଯାଞ୍ଚ ସମୟରେ ସେମାନଙ୍କଠାରୁ 4କିଲୋ 78ଗ୍ରାମର ସୁନା ଜବତ କରିଛି କଷ୍ଟମ ବିିଭାଗ । ଯାତ୍ରୀ ଦୁଇଜଣ ନିଜ ପଗଡି ଭିତରେ ବେଆଇନ ଭାବରେ ସୁନା ରଖି ଚାଲାଣ କରୁଥିଲେ । ଜବତ ସୁନାର ମୂଲ୍ୟ ଏକ କୋଟିରୁ ଅଧିକ ହେବ ବୋଲି କହିଛି କଷ୍ଟମ ବିଭାଗ ।

ପୋଲିସ ଘଟଣାରେ ଅଧିକ ପଚରା ଉଚରା କରିବାରୁ ପୂର୍ବରୁ ମଧ୍ୟ 4 କିଲୋଗ୍ରାମ ସୁନା ଚୋରା ଚାଲାଣ କରିଥିବା କହିଛନ୍ତି ଉଭୟ ଯାତ୍ରୀ । କଷ୍ଟମ ଆକ୍ଟର ଧାରା 104 ଅନୁଯାୟୀ ଉଭୟ ଯାତ୍ରୀଙ୍କୁ ଗିରଫ କରାଯାଇଛି । ତେବେ ବିମାନବନ୍ଦରରେ କଡା ସୁରକ୍ଷା ବଳୟ ଭିତରେ ବି ଦିନକୁ ଦିନ ଚୋରାରେ ସୁନା ଚାଲାଣ ବଢିବାରେ ଲାଗିିଛି । ଏ ନେଇ କଷ୍ଟମ ବିଭାଗ ସବୁବେଳେ ସଜାଗ ଥିବା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.