ETV Bharat / bharat

କୃଷି ବିଲକୁ ବିରୋଧ, ଭଗତ ସିଂଙ୍କ ଗାଁରେ ଧାରଣାରେ ବସିଛନ୍ତି କ୍ୟାପଟେନ ଅମରିନ୍ଦର

author img

By

Published : Sep 28, 2020, 12:09 PM IST

ମୋଦି ସରକାର ଆଣିଥିବା କୃଷି ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ପଞ୍ଜାବ ଏବଂ ହରିୟାଣାରେ ଏହି ନିୟମକୁ ଖୋଲାଖୋଲି ବିରୋଧ କରୁଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି(ସୋମବାର) ଏହି ଆଇନ ବିରୋଧରେ ଧାରଣାରେ ବସିଛନ୍ତି ।

ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ
ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡୀଗଡ: ନରେନ୍ଦ୍ର ମୋଦି ସରକାର ଆଣିଥିବା କୃଷି ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ପଞ୍ଜାବ ଏବଂ ହରିୟାଣାରେ ଏହି ନିୟମକୁ ଖୋଲାଖୋଲି ବିରୋଧ କରୁଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି(ସୋମବାର) ଏହି ଆଇନ ବିରୋଧରେ ଧାରଣାରେ ବସିଛନ୍ତି ।

ପ୍ରଥମେ ଅମରିନ୍ଦର ସିଂ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ପରେ ଧାରଣାରେ ବସିବେ । ପ୍ରକାଶଥାଉକି, ଭଗତ ସିଂ ଲାୟଲପୁରରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ତାଙ୍କ ପୈତୃକ ଗ୍ରମା ଖଟକର୍ । ଏହି ବିଲ୍ ବିରୋଧରେ ଅମରିନ୍ଦର ସିଂ କ୍ରମାଗତ ଭାବରେ ବୟାନବାଜି କରିଆସୁଥିଲେ । ଅକାଳୀ ଦଳ ପ୍ରଥମେ ଏହି ଆଇନକୁ ବିରୋଧ କରି ଏନଡିଏରୁ ଅଲଗା ହେଲା । ଅକାଳୀ ଦଳ ଏବଂ ବିଜେପି ପ୍ରାୟ ତିନି ଦଶନ୍ଧି ଧରି ଏକାଠି ରହିଥିଲେ ।

କୃଷି ସଂସ୍କାର ସହ ଜଡିତ ତିନୋଟି ବିଲ୍ କେନ୍ଦ୍ର ସରକାର ଆଣିଛନ୍ତି । ଏଥିରେ ଅନେକ ପ୍ରସଙ୍ଗରେ ପରିବର୍ତ୍ତନ କରାଯାଇଛି। କୃଷକ ସଂଗଠନ ଏବଂ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ତେବେ ଏହି ବିରୋଧର କୌଣସି ପ୍ରଭାବ ପଡିନଥିଲା କାରଣ ରାଷ୍ଟ୍ରପତି ଏହି ତିନୋଟି ବିଲରେ ଦସ୍ତଖତ କରିସାରିଛନ୍ତି ଏବଂ ବର୍ତ୍ତମାନ ସେଗୁଡିକ ଆଇନରେ ପରିଣତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.