ETV Bharat / bharat

କିଡନୀ ଖରାପ ହେବାର 15 ଲକ୍ଷଣ, ପଢନ୍ତୁ ସତର୍କ ରୁହନ୍ତୁ...

author img

By

Published : Oct 28, 2019, 1:10 PM IST

ଏକ ଗବେଷଣାରୁ ଜଣାପଡିଛି ଏହି କିଡନୀ ଖରାପର ଶିକାର ମୁଖ୍ୟତଃ ମହିଳାମାନେ ହୋଇଥାନ୍ତି। ତେବେ ଏହି ରୋଗ ଗ୍ରାସ କରିବା ପୂର୍ବରୁ ଅନେକ ଗୁଡିଏ ଲକ୍ଷଣ ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା ସେହିସବୁ ଲକ୍ଷଣ ବିଷୟରେ...

କୀଡନି ଖରାପ ହେବାର 15 ଲକ୍ଷଣ, ପଢନ୍ତୁ ସତର୍କ ରୁହନ୍ତୁ...


ମାନସିକ ଚାପ ହେଉ ବା ଶାରୀରିକ ପରିଶ୍ରମ, ଏଥିପାଇଁ ଅନେକ ସମୟରେ ଦୁର୍ବଳ ଅନୁଭବ ହୋଇଥାଏ। ଯଦି ଆପଣ ଏହିପରି ଦୁର୍ବଳ ଅନୁଭବ କରୁଛନ୍ତି କି ଅନେକ ସମୟରେ ଥକ୍କା ଲାଗୁଛି ଏହା ଅସୁସ୍ଥତାର ସୂଚନା ଦେଇଥାଏ। ତେଣୁ ଏହି ଅସୁସ୍ଥତାକୁ କେବେ ଅଣଦେଖା କରିବେନି।

ଆପଣଙ୍କ ଏହି ଭୁଲ ଭବିଷ୍ୟତରେ ବହୁତ ବଡ କ୍ଷତି ପହଞ୍ଚାଇ ପାରେ। କୀଡନି ଖରାପ କ୍ଷେତ୍ରରେ ବେଶି ସଜାଗ ରହିବା ଜରୁରୀ। ପ୍ରାଥମିକ ସ୍ତରରେ ଏହା ଜଣାପଡିନଥିଲା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁର କାରଣ ସାଜିଥାଏ।

ଏକ ଗବେଷଣାରୁ ଜଣାପଡିଛି ଏହି କିଡନୀ ଖରାପର ଶିକାର ମୁଖ୍ୟତଃ ମହିଳାମାନେ ହୋଇଥାନ୍ତି। ତେବେ ଏହି ରୋଗ ଗ୍ରାସ କରିବା ପୂର୍ବରୁ ଅନେକ ଗୁଡିଏ ଲକ୍ଷଣ ଦେଖାଦେଇଥାଏ। ତେଣୁ ଆମମାନଙ୍କୁ ଏହିସବୁ ଲକ୍ଷଣକୁ ଚିହ୍ନିବାକୁ ପଡିବ। ଜାଣନ୍ତୁ କିଡନୀ ଖରାପ ହେବାର 15ଟି ଲକ୍ଷଣ ବିଷୟରେ...

  • ଅନେକ ସମୟରେ ଦୁର୍ବଳ ଅନୁଭବ ହେବା ସହ ଥକ୍କା ଲାଗିବା।
  • ଶରୀରରେ ଉର୍ଜା କମ ହେବାପରି ଲାଗିବା।
  • ଏକାଧିକ ଥର ପରିଶ୍ରା ଲାଗିବା।
  • ରାତିରେ ଅନେକ ଥର ନିଦ ଭାଙ୍ଗିବା ।

ଯଦି ଏପରି ଅନୁଭବ ହେଉଛି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କିଡନୀରୁ ସାଧାରଣତଃ ଶରୀରର ବଜ୍ୟ ପଦାର୍ଥ ନିର୍ଗତ ହୁଏ। ଏହିସବୁ କୋଷରସ ଶରୀରର ରେଡ ବ୍ଲଡ ସେଲରେ ରହିଥାନ୍ତି। କିଡନୀ ଶରୀରରେ ମିନେରାଲ ପରିବହନରେ ସହାୟକ ହୁଏ। ଯଦି ସଙ୍ଗେ ସଙ୍ଗେ ତ୍ବଚା କୁଣ୍ଡେଇ ହେବା, ଜଳିବା ଓ ଶୁଷ୍କ ଅନୁଭବ ହୁଏ ଏହାକୁ କେବେ ହେୟଜ୍ଞାନ କରିବେନି।

କିଡନୀ ରକ୍ତରେ ଥିବା ଅଦରକାରୀ ବସ୍ତୁକୁ ପରିଷ୍କାର କରିଥାଏ। ଯଦି କୀଡନିରେ କିଛି ଅସୁବିଧା ରହିଛି ତେବେ ରକ୍ତ ପରିଷ୍କାର ହେବନି।

ଯଦି ଆପଣଙ୍କ ଶୋଇବାରେ ସମସ୍ୟା ଅଛି ତେବେ ଆପଣଙ୍କୁ କିଡନୀ ରୋଗ ହୋଇଥାଇପାରେ। ଏହାସହ ପରିଶ୍ରାରେ ଫେଣ ସୃଷ୍ଟି ହେଉଥିଲେ କିଡନୀ ସମସ୍ୟା ରହିଛି।

ସେହିପରି ଭୋକ ନଲାଗିବା ଦ୍ବାରା କିଡନୀ ରୋଗ ହୋଇଥାଏ। କାରଣ କିଡନୀ ଠିକ୍ ଭାବେ କାମ ନକଲେ ଶରୀରର ବିଷାକ୍ତ ଜିନିଷ ବାହାରକୁ ଆସିନଥାଏ । ଯାହାଫଳରେ କମ ଭୋଗ ଲାଗେ।

Intro:Body:

tinkutest


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.